ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୧ା୬: ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ଘରୋଇ ବ୍ୟବସାୟିକ ସଂସ୍ଥା ସ୍ପେସ୍‌ଏକ୍ସର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଞ୍ଚାଇଛି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ କକ୍ଷପଥକୁ ମହାକାଶଚାରୀଙ୍କୁ ପ୍ରେରଣ କରାଯିବା ଏହା ପ୍ରଥମ ଘଟଣା।
ନାସାର କେନେଡି ମହାକାଶ କେନ୍ଦ୍ରର ଲଞ୍ଚ୍‌ କମ୍ପ୍ଲେକ୍ସ ୩୯ଏରୁ ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ୍‌ ଶନିବାର ରାତିରେ ପଠାଯାଇଥିଲା। ନାସାର ମହାକାଶଚାରୀ ବବ୍‌ ବେନ୍‌କେନ(୪୯) ଏବଂ ଡୁଗ୍‌ ହର୍ଲି (୫୩) ମହାକାଶକୁ ଯାଇଛନ୍ତି। ସେଠାକୁ ମାନବ ପଠାଇବାରେ ସ୍ପେସ୍‌ଏକ୍ସ ପ୍ରଥମ ଘରୋଇ କମ୍ପାନୀ। କିନ୍ତୁ ପୂର୍ବରୁ ଏହି ସଫଳତା ତିନୋଟି ଦେଶ ଆମେରିକା, ରୁଷିଆ ଏବଂ ଚାଇନା ସରକାରଙ୍କୁ ମିଳିଥିଲା। କ୍ରିଉ ଡ୍ରାଗନ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ପହଞ୍ଚତ୍ବାକୁ ୧୯ ଘଣ୍ଟା ଲାଗିଥିଲା।
ଗତ ବୁଧବାର ଖରାପ ପାଗ ଯୋଗୁ ଏହି ଉତ୍‌କ୍ଷେପଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। କରୋନା ମହାମାରୀରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୪୦ ନିୟୁତ ଲୋକ ନିଯୁକ୍ତି ହରାଇବା ସହ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଇଛି। ଏଭଳି ଏକ ବିପତ୍ତି ସମୟରେ ସ୍ପେସ୍‌ଏକ୍ସର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଛି। ମହାକାଶ ଯାନ ପ୍ରେରଣର ସିଧାପ୍ରସାରଣ ଦେଖିବା ପାଇଁ ରବିବାର ଅପରାହ୍ନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କ ସମେତ ହଜାର ହଜାର ଆମେରିକୀୟ କେନେଡି ମହାକାଶ କେନ୍ଦ୍ରରେ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ପେସ୍‌ଏକ୍ସ କମ୍ପାନୀର ମୁଖ୍ୟ ଏଲୋନ ମସ୍କ, ନାସା ଓ ମହାକାଶଚାରୀଙ୍କୁ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ପାଇଁ ଏହା ଏକ ବଡ଼ ଦିନ ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ ନାସାର ଦୁଇ ମହାକାଶଚାରୀ ଏବଂ ମସ୍କଙ୍କ ସହ କଥା ହୋଇଥିଲେ। ୨୦୧୧ ପରେ ମହାକାଶକୁ ଆମେରିକା ମାଟିରୁ ମହାକାଶଚାରୀ ପ୍ରେରଣ ଦୃଶ୍ୟ ଦେଖିବାର ଐତିହାସିକ ସୁଯୋଗ ମିଳିଲା ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଛନ୍ତି। ସେହିପରି ନାସା ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ କହିଛନ୍ତି, ମହାକାଶକୁ ମାନବ ପ୍ରେରଣର ଏକ ନୂଆ ଯୁଗ ଆରମ୍ଭ ହେଲା। ଆଗାମୀ ଦିନରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ବିମାନ ଯାତ୍ରା ବେଳେ ଯାତ୍ରୀଙ୍କଠାରୁ ଯେଉଁଭଳି ଭଡ଼ା ଆଦାୟ କରାଯାଏ ସେହିଭଳି ଏହି କମ୍ପାନୀ ସିଟ୍‌ ପିଛା ଭଡ଼ା ଆଦାୟ କରିବ। ସ୍ବୟଂଚାଳିତ ପଦ୍ଧତିରେ ଉକ୍ତ ମହାକାଶଯାନ ଆଇଏସ୍‌ଏସ୍‌ ସହିତ ସଂଯୋଗ ହେବ। ମହାକାଶଚାରୀଙ୍କ ପାଇଁ ପ୍ରସ୍ତୁତ ପୋଷାକ ମହାକାଶରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ସହାୟକ ହେବ। ଏହାକୁ ସୁନ୍ଦର କରିବା ପାଇଁ କଷ୍ଟୁମ୍‌ ଡିଜାଇନର ଜୋସ୍‌ ହେର୍ମେଣ୍ଡେଜ୍‌ଙ୍କ ସହ ମିଳିତ ଭାବେ ସ୍ପେସ୍‌ଏକ୍ସ ମିଳିତ ଭାବେ ଡିଜାଇନ ପ୍ରସ୍ତୁତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri