ମରୁଡ଼ି ବେଳେ ଉଠାସେଚ ପଏଣ୍ଟ ଅଚଳ

ଖଇରା,୨୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ବାରଭାଗିଆ ଗ୍ରାମରେ ଥିବା ୨ଟି ଉଠା ସେଚପଏଣ୍ଟ ଅକାମୀ ହୋଇ ପଡିଛି। ଅନାବୃଷ୍ଟି ସମୟରେ ସେଚ ପଏଣ୍ଟ ଅଚଳ ହେବାରୁ ଶତାଧିକ ଚାଷୀଙ୍କ ଚିନ୍ତା ବଢି ଯାଇଛି। ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ନ କଲେ ଚାଷୀମାନେ ଆମରଣ ଅନଶନ କରିିବାକୁ ବାଧ୍ୟ ହେବେ ବୋଲି ପ୍ରହଲ୍ଲାଦ ଦାସ, ଅନନ୍ତ ଜେନା, ମଳୟ କୁମାର ଦାସ, ଗଣେଶ ପ୍ରସାଦ ଦାସ, ଶଙ୍କର୍ଷଣ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ୧୯୯୯ରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବାରଭାଗିଆ-୨ ପ୍ରକଳ୍ପ ବିଦ୍ୟୁତ୍‌ ଜନିତ ତ୍ରୁଟି ଯୋଗୁ ଅକାମୀ ହୋଇ ରହିଛି। ଏହାକୁ ବିଭାଗ ପକ୍ଷରୁ ସଜଡା ଯାଉ ନାହିଁ । ସାମାନ୍ୟ ମରାମତି କାମ କରାଯାଇପାରିଲେ ୫୦ଏକରରୁ ଅଧିକ ଚାଷ ଜମିକୁ ଜଳ ମାଡି ପାରନ୍ତା । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ସରପଞ୍ଚ କ୍ଷେତ୍ରମୋହନ ଖଟୁଆ କହିଛନ୍ତି। ସେହିପରି ନବନିର୍ମିତ ବାରଭାଗିଆ-୧ ଉଠଜଳସେଚନ ପ୍ରକଳ୍ପରୁ ୪୦ଏକର ଚାଷ ଜମିକୁ ପାଣି ମାଡିବାର ବ୍ୟବସ୍ଥା ହୋଇଛି। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଯାଇଛି। ଉଠା ଜଳସେଚନ ନିଗମ ବିଭାଗରୁ ଚିଠି ମିଳିବା ମାତ୍ରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହାକୁ ଚାର୍ଜ କରାଯିବ । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ା ଚାଷ ଉପଯୋଗୀ ବର୍ଷା ହୋଇ ନ ଥିବାରୁ ଏହି ପ୍ରକଳ୍ପ ସଂଲଗ୍ନ ଚାଷଜମି ଶୁଖି ଫାଟିବା ଆରମ୍ଭ କଲାଣି ା ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରା ନ ଗଲେ ପ୍ରକଳ୍ପ ଥାଇ ମଧ୍ୟ ଚାଷୀ ମରଡ଼ି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଚାଷୀ ଗୟାଧର ଦାସ ଓ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉଠା ଜଳସେଚନ ସୋର ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଦେଙ୍କୁ ପଚାରିବାରୁ ବାରଭାଗିଆର ନୂତନ ପ୍ରକଳ୍ପ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ଧ୍ୟାନ ଦିଆଯାଉଛି ା ପୁରୁଣା ପ୍ରକଳ୍ପ ମରାମତି କାମ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପାଣି ପଞ୍ଚାୟତ ଅଧୀନରେ ଥିବା ଏହି ଏହି ପ୍ରକଳ୍ପରେ କେତେକ କାର୍ଯ୍ୟ ବାକି ରହିଛି ଏବଂ ଶେଷ ହେବାକୁ ୨ରୁ ୩ଦିନ ଲାଗିବା ବୋଲି କୁହାଯାଉଛି। କିନ୍ତୁ ସମ୍ଭାବ୍ୟ ମରୁଡି ପରିସ୍ଥିତିରେ ପ୍ରଶାସନିକ ତତ୍ପରତାର ଅଭାବ ଚାଷୀଙ୍କୁ ନିରାଶ କରିଛି। ଏହି ବ୍ଲକରେ ମୋଟ ୪୪ଟି ଉଠାସେଚ ପ୍ରକଳ୍ପ ଥିବା ବେଳେ ସେଥିରୁ ୨୪ଟି ଅଚଳ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri