ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍‌; ୨ ଗୁରୁତର, ୫ ଆହତ

ବାଙ୍ଗିରିପୋଷି,୪।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା ବେଳେ ବୁଧବାର ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରସୁଣୀ ଘାଟିରେ ଏକ ଟ୍ରକ୍‌ ଯାତ୍ରୀବାହୀ ବସ୍‌କୁ ପିଟିବା ଯୋଗୁ ଦୁଇଜଣ ଗୁରୁତର ହୋଇଥିବା ବେଳେ ୫ ଆହତ ହୋଇଛନ୍ତି।

ସୂଚନାନୁଯାୟୀ, ବାରିପଦାରୁ ବାଦାମପାହାଡ଼ ଯାଉଥିବା ଆନନ୍ଦ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଘାଟି ଚଢ଼ୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ତାକୁ ଧକ୍କା ଦେଇଥିଲା। ପରେ ଟ୍ରକ୍‌ଟି ଘାଟିତଳକୁ ଖସିପଡ଼ିଥିଲା। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହେଇଛନ୍ତି। ଗୁରୁତର ଯାତ୍ରୀ ହେଲେ ରତିକାନ୍ତ ମଣ୍ଡଳ। ତାଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ପିଆର୍‌ଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଛି। ସେହିଭଳି ଆହତଙ୍କ ଚିକିତ୍ସା ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରରେ ଚାଲିଛି। ଅପରପକ୍ଷେ ଚାଳକ ଟ୍ରକ୍‌ ତଳେ ଚାପିହୋଇ ରହିଥିବା ଯୋଗୁ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ପିଆର୍‌ଏମ୍‌ ହସ୍ପିଟାଲ୍‌କୁ ନିଆଯାଇଥିବା ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁଗୁଳା ଉନ୍ନୟନ

ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ । ଏହାକୁ ହିଁ ଉନ୍ନୟନ ବୋଲି କୁହାଯାଏ । ଏଥିରେ...

ସଫେଇ କର୍ମଚାରୀଙ୍କ ଧର୍ମଘଟ : ସହରରେ ଗଦା ହୋଇଛି କୁଢ଼କୁଢ଼ ଆବର୍ଜନା

ଭବାନୀପାଟଣା,୧୫ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୌରପରିଷଦର ସଫେଇ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ସହରରେ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛିା ପ୍ରକାଶ ଯେ, ଭବାନୀପାଟଣା ସହରରେ...

ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ

କୋରାପୁଟ,୬।୧୧(ସ୍ବ.ପ୍ର.): କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଯୋଗାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଶନିବାର ଦିନିକିଆ କୋରାପୁଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପହଞ୍ଚି ଆଦିବାସୀଙ୍କ ବିକାଶ...

ଗଞ୍ଜାମରେ ପାଳନ ହେବନାହିଁ ରଜ: ମେଳା, ଉତ୍ସବ, ଦୋଳି ଖେଳ ଉପରେ ୧୬ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲାପାଳ

ଛତ୍ରପୁର, ୧୨।୬(ଡି.ଏନ୍‌.ଏ.)- ଓଡ଼ିଆଙ୍କ ଗଣପର୍ବ ରଜ ପାଳନରେ ପ୍ରତିବନ୍ଧକ ସାଜିଛି କରୋନା। ଗଞ୍ଜାମ ଜ଼ିଲାରେ ପର୍ବ, ମହୋତ୍ସବ, ମେଳା ତଥା ଏ ସମ୍ପର୍କୀୟ ଦୋଳି ଓ...

ଜାତୀୟ ରାଜପଥରୁ ୫୦ ଫୁଟ ଯାଏ ହଟିବ ଜବରଦଖଲ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ହକି ବିଶ୍ୱ କପ୍‌କୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କରାଯାଉଛି। ତେବେ ଏଥିରେ ଜବରଦଖଲ ବାଧକ ସାଜୁଥିବାରୁ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି।...

ସାବିତ୍ରୀ ରଥ ହେଲେ ହାଇକୋର୍ଟର ନୂଆ ବିଚାରପତି

କଟକ ଅଫିସ,୯।୬: ବରିଷ୍ଠ ଆଇନଜୀବୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ...

୧୨ରୁ ୧୮ ବର୍ଗଙ୍କ ଟିକାକରଣ ଶୀଘ୍ର କରାଯାଉ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ ମହାମାରୀ କରୋନାର ତୃତୀୟ ଲହର ଆସିବା ଯଥେଷ୍ଟ ଆଶଙ୍କା ରହିଛି। ପିଲାମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିବ...

ରାଜ୍ୟରେ ବେଲଗାମ ପେଟ୍ରୋଲ ଦର: ସବୁଠି ୧୦୦ ଟପିଛି

ଭୁବନେଶ୍ୱର,୫।୭: ଦିନକର ବିରତି ପରେ ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ସାରା ରାଜ୍ୟରେ ପେଟ୍ରୋଲ...

Advertisement
Archives

Model This Week