ମନ ମୋହିଲା ୨୨ ହାତୀଙ୍କ ଜଳକ୍ରୀଡ଼ା

ପାଟଣା, ୫।୯(ସ୍ବ. ପ୍ର.):କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୨ ଟିକିଆ ବଣୁଆ ହାତୀପଲ ଏକ ସପ୍ତାହ ଧରି ଉପଦ୍ରବ ଜାରି ରଖି ୬ରୁ ଉଦ୍ଧର୍‌ବଗରିବ ଲୋକଙ୍କ ଘର ଭାଙ୍ଗିବା ସହ ବ୍ୟାପକ ଧାନ, ବୋଇତାଳୁ ଓ ମକ୍କା ଫସଲ ନଷ୍ଟ କରିଛନ୍ତି। ଫଳରେ ହାତୀପଲଙ୍କ ଉପଦ୍ରବରେ ଅଞ୍ଚଳ ବାସୀ ଭୟଭୀତ ହୋଇପଡ଼ିଥିଲେ। ରବିବାର ଉକ୍ତ ହାତୀପଲଙ୍କ ଜଳକ୍ରୀଡ଼ା ଲୋକ ଙ୍କ ମନ ମୋହିଛି। ହାତୀପଲ ପୁରୁଣାପାଣି ନୂଆଗାଁ ନିକଟରେ ଥିବା ଏକ ନଦୀରେ ରବିବାର ଜଳକ୍ରୀଡ଼ା କରୁଥିବା ଦୃଶ୍ୟ ମନୋରମ ହୋଇଥିବା ବେଳେ ଏହି ଦୃଶ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକ ସପ୍ତାହ ଧରି ହାତୀପଲ ପାଟଣା ରେଞ୍ଜ୍‌ରେ ଉପଦ୍ରବ କରି ଶନିବାର ସକାଳୁ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ୍‌କୁ ପ୍ରବେଶ କରିଛନ୍ତି। ହାତୀପଲଙ୍କ ଜଳକ୍ରୀଡ଼ା ଦେଖିବାକୁ ନଦୀକୂଳ ଲୋକାରଣ୍ୟ ହୋଇଥିଲା। ବନବିଭାଗ କର୍ମଚାରୀଙ୍କୁ ଲୋକଙ୍କୁ ଘଉଡ଼ାଇବା ପାଇଁ ନାକେଦମ ହେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହେନ୍ତାଳବନର ସୁରକ୍ଷା,ବୃଦ୍ଧି ପାଇଁ ପ୍ରୟାସ

ଋାଜନଗର,୪।୯(ଡି.ଏନ.ଏ.):  ବଙ୍ଗୋପସାଗର ତଟବର୍ତ୍ତୀ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରାକୃତିକ ଭାବେ ଗଢି ଉଠିଥିବା ହେନ୍ତାଳବନର ସୁରକ୍ଷା ଏବଂ ବୃଦ୍ଧି ପାଇଁ ରାଜନଗର ବନବିଭାଗ ପକ୍ଷରୁ ଅଭିନବ...

ଗୁପ୍ତଧନ ପାଇବା ଆଶାରେ ବାପାଙ୍କୁ ବଳି ଉଦ୍ୟମ

ଭବାନୀପାଟଣା,୩୦।୪(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ କଲମପୁର ବେଲପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁପ୍ତଧନ ପାଇବା ଆଶାରେ ପୁଅ ନିଜ...

ଦୀପାବଳିରେ ବାଣଫୁଟାକୁ ଅନୁମତି: କେବଳ ଫୁଟିବ ଗ୍ରୀନ କ୍ରାକର

କଟକ ଅଫିସ,୧।୧୧: ଚଳିତ ବର୍ଷ ଦୀପାବଳିରେ ବାଣଫୁଟାକୁ ଅନୁମତି ମିଳିଛି। ତେବେ କେବଳ ଗ୍ରୀନ କ୍ରାକର ବିକ୍ରି ପାଇଁ ସୋମବାର ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି...

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦...

ଏଏସ୍‌ପି ତ୍ରିନାଥଙ୍କ ସ୍ତ୍ରୀଙ୍କୁ ଆଗୁଆ ଜାମିନ

କଟକ ଅଫିସ,୮ା୩- ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ସ୍ତ୍ରୀ ଦୀପ୍ତିମୟୀ ମିଶ୍ରଙ୍କୁ ହାଇକୋର୍ଟ...

ମାଓବାଦୀ ପ୍ରବଣ ଜିଲାରୁ ମୁକ୍ତହେଲା ଅନୁଗୋଳ: ଏସ୍‌ଆର୍‌ଇ ପ୍ରତ୍ୟାହାର ନେଇ ଏସ୍‌ପିଙ୍କ ସୂଚନା

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳରେ ଗତ ୫ ବର୍ଷରେ ୯ଥର ମାଓବାଦୀ କାର୍ଯ୍ୟକଳାପ ଦେଖାଦେଇଛି। ସେଥିମଧ୍ୟରୁ ୬ଥର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ...

ବାଟବନା ହେଇଛେ ଆବାସ ଯୋଜନା: ଦଦ୍‌ରା ମାଟି ଖପର ଘରେ ଗରିବ୍‌ ପରିବାର

ଲାଠୋର, ୨୫।୭ (ଡି.ଏନ୍‌.ଏ.): ସରକାର ଗରିବ ଦୁଖି, ବାସହୀନମାନକୁ ପ୍ରଧାନମନ୍ତ୍ରୀ ଆବାସ, ଇନ୍ଦିରା ଅବାସ, ବିଜୁ ପକାଘର, ମୋ କୁଡ଼ିଆ ଯୋଜନାରେ ସାମିଲ କରି ପକାଘର...

ଅଯୋଗ୍ୟ ହିତାଧିକାରୀ, ସରକାରୀ କର୍ମଚାରୀଙ୍କୁ ସୁରକ୍ଷା

ସୋନପୁର, ୨।୩(ନି.ପ୍ର.) ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଛି ମୋ ସରକାର ଯୋଜନା । ପୋଲିସ ବିଭାଗରେ ସଂସ୍କାର ଆଣିବା ପାଇଁ ୫-ଟି ବ୍ୟବସ୍ଥା ପ୍ରଚଳନ...

Advertisement
Archives

Model This Week