ପୁଣି ବନ୍ଧା ହେଲେ ନିଶା ନିବାରଣ କେନ୍ଦ୍ର ମାଲିକ

ବାରିପଦା ଅଫିସ,୫ା୯:ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ମୁଖ୍ୟ ଅବନୀ ପତିଙ୍କୁ ଟାଉନ ପୋଲିସ ପୁଣି ଥରେ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଜିଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପୂର୍ବଭଳି ଉକ୍ତ କେନ୍ଦ୍ର ଖୋଲିବାରୁ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଏନେଇ ଥାନାରେ ଏକ ମାମଲା(ନଂ.୭୫୦/୨୨)ରୁଜୁ ହୋଇଛି। ଅନ୍ୟପକ୍ଷେ ଅନ୍ତେବାସୀଙ୍କୁ ଖୁଣ୍ଟରେ ବାନ୍ଧି ଗୋଇଠା ମାଡ଼ ମାରିବା ସହ ପିନ୍‌ କଣ୍ଟା ବାଡ଼େଇ ଲହୁଲୁହାଣ କରିବା ଭଳି ଏକ ଅମାନବୀୟ ଭିଡିଓ ଭାଇରାଲ ହେବା ଘଟଣାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଉକ୍ତ ନିଶା ନିବାରଣ କେନ୍ଦ୍ରରେ ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ କେନ୍ଦ୍ରର ମୁଖ୍ୟ ପତି ମ୍ୟୁଜିକର ତାଳେ ତାଳେ ନୃତ୍ୟ କରି ଏକ ପ୍ଲାଷ୍ଟିକ ପାଇପ୍‌ରେ ମାଡ଼ ମାରିବା ସହ ପାଦ ଚଟାଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କେନ୍ଦ୍ରର ମୁଖ୍ୟ ପତି ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ା କିଛି ଦିନ ପରେ ବିଚାରବିଭାଗୀୟ ହାଜତରୁ ଜାମିନରେ ଫେରିବା ପରେ ପୁନର୍ବାର ସେ ଏହି କେନ୍ଦ୍ରକୁ ଚାଲୁ କରିଥିଲେ। ତେବେ ଏହି ଘଟଣାକୁ ନେଇ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପୋଲିସ ମିଳିତ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଜିଲାପାଳ ବିନୀତ ଭରଦ୍ୱାଜ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିଶା ନିବାରଣ କେନ୍ଦ୍ର ପାଇଁ କୌଣସି ସରକାରୀ ଅନୁମତି ନ ଥିବା ବେଳେ କେବଳ ଏକ ଟ୍ରଷ୍ଟ ରହିଥିବା ଥାନାଧିକାରୀ ବୀରେନ୍ଦ୍ର ସେନାପତି କହିିଛନ୍ତି। ବେଆଇନ ଭାବେ ନିଶା ନିବାରଣ କେନ୍ଦ୍ର ଖୋଲି ଅନ୍ତେବାସୀଙ୍କଠାରୁ ମାସକୁ ୬୫୦୦ ଟଙ୍କା ଆଦାୟ କରି ଅତି ନିମ୍ନମାନର ଖାଦ୍ୟ ସାଙ୍ଗକୁ ଚିକିତ୍ସା କରୁଥିଲେ। ଏପରିକି ଅନ୍ତେବାସୀମାନେ ମୁହଁ ଖୋଲିଲେ ତାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ସମୟର ଏକ ଭିଡିଓ ପୋଲିସର ହସ୍ତଗତ ହୋଇଛି। ଏପରି ଲୋମହର୍ଷଣକାରୀ ଭିଡିଓକୁ ଦେଖିବା ପରେ ପୋଲିସ କେନ୍ଦ୍ରର ମୁଖ୍ୟ ପତିଙ୍କୁ ଗିରଫ କରିଛି। ତେବେ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ପରେ କେନ୍ଦ୍ରକୁ ସିଲ୍‌ କରାଯିବ ବୋଲି ଥାନାଧିକାରୀ ସେନାପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri