ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର କହ୍ନାଂଗଡ଼ ଭଗବତୀ ମନ୍ଦିରରେ ରାଜେଶ୍ୱରୀଙ୍କ ବିବାହ ବିଷ୍ଣୁପ୍ରସାଦ ନାମକ ଯୁବକଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ମୁସ୍‌ଲିମ୍‌ ଦମ୍ପତିଙ୍କ କହିବା ହେଲା, ରାଜେଶ୍ୱରୀଙ୍କ ବାପା ମୁସ୍‌ଲିମ୍‌ ଦମ୍ପତିଙ୍କ ଘରେ ଏବଂ ଫାର୍ମରେ କାମ କରୁଥିଲେ। ହେଲେ ରାଜେଶ୍ୱରୀଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା, ତାଙ୍କ ମା’ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ମୁସ୍‌ଲିମ୍‌ ଦମ୍ପତି ରାଜେଶ୍ୱରୀଙ୍କୁ ଘରେ ରଖି ପାଳିଥିଲେ। ନିଜ ୩ ପୁଅଙ୍କ ଭଳି ତାଙ୍କୁ ମଧ୍ୟ ସମାନ ସ୍ନେହ ଦେଇଥିଲେ। ଇତିମଧ୍ୟରେ ଝିଅକୁ ୨୨ ବର୍ଷ ହୋଇଥିବାବେଳେ ପରିବାର ଲୋକେ ତାଙ୍କ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଲ୍ୟାବ୍‌ ଟେକ୍ନିସିଆନ୍‌ଭାବେ କାମ କରୁଥିବା ବିଷ୍ଣୁ ପ୍ରସାଦଙ୍କ ସହ ଝିଅର ବିବାହ ଠିକ୍‌ କରିଥିଲେ। ବର ଘର ଲୋକେ ମନ୍ଦିରରେ ବିବାହ ପାଇଁ ଇଚ୍ଛାପ୍ରକାଶ କରିବାରୁ ଉଭୟ ପରିବାରର ଉପସ୍ଥିତିରେ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଛି। ରାଜେଶ୍ୱରୀଙ୍କୁ ପାଳିଥିବା ମୁସ୍‌ଲିମ୍‌ ପରିବାର ବିବାହ ବେଦିଠାରୁ ଦୂରରେ ରହିଥିଲେ ମଧ୍ୟ ବିବାହ ସମୟରେ ବରଙ୍କ ପରିବାର ଲୋକେ ସେମାନଙ୍କୁ କନ୍ୟା-ବରଙ୍କ ନିକଟକୁ ସ୍ବାଗତ କରିଥିଲେ। ବିବାହ ପରେ ରାଜେଶ୍ୱରୀ ଏବଂ ତାଙ୍କ ସ୍ବାମୀ ପାଳିଥିବା ମା’ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏଭଳି ଏକ ନିଆରା ବିବାହକୁ ଅନେକ ଲୋକ ପସନ୍ଦ କରିବା ସହ ସାମ୍ପ୍ରଦାୟିକ ସଦ୍‌ଭାବର ଏହା ଏକ ନିଚ୍ଛକ ନମୁନା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶର ପାସପୋର୍ଟ ସବୁଠୁ ଦୁର୍ବଳ, ମାତ୍ର ୨୭ ଦେଶକୁ ମିଳିଥାଏ ପ୍ରବେଶ ଅନୁମତି

ପାସପୋର୍ଟ ସାରା ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ଆବଶ୍ୟକ ହୋଇଥାଏ। ବିଦେଶ ଯିବା ପାଇଁ ପାସପୋର୍ଟ ବ୍ୟବହୃତ ହୁଏ। ଯେତେବେଳେ କିଛି ବିଶେଷ କାର୍ଯ୍ୟ...

ଫାବ୍‌ଇଣ୍ଡିଆ ଦେଲା ସଫେଇ: ଜଶନ୍‌-ଇ-ରିଓ୍ବାଜ୍‌ ନୁହେଁ, ‘ଝିଲମିଲ୍‌ ସି ଦିୱାଲି’

ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍‌ ବ୍ରାଣ୍ଡ ଫାବ୍‌ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ...

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ...

ସିଏଏ ବିରୋଧରେ ଆର୍‌ଜେଡିର ବିକ୍ଷୋଭ ପ୍ରଦର୍ଶନ: ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ପାଟନା,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଜାରି ରହିଥିବା ବିକ୍ଷୋଭ ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, କର୍ନାଟକ, ଆସାମ ପରେ ଏବେ ବିହାରରେ ଏହାର ନିଆଁ ତେଜିବାରେ...

ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟ୍‌କା

କୋଲକାତା,୧୨ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶୁକ୍ରବାର ଲାଗିଛି ଆଉ ଏକ ଧକ୍କା । ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ତଥା...

ଠିକ୍‌ ସମୟରେ ହସ୍ତକ୍ଷେପ କରିବୁ

ନୂଆଦିଲ୍ଲୀ,୧୨ା୨(ପି.ଟି.): ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା କରାଯିବ ଏବଂ ଉପଯୁକ୍ତ ସମୟରେ ହିଜାବ ପିଟିଶନର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଶିକ୍ଷାନୁଷ୍ଠାନରେ...

ବଜ୍ରପାତରେ ଶତାଧିକ ମୃତ: ବିହାରରେ ୮୩, ୟୁପିରେ ୨୪

ପାଟନା,୨୬ା୬:(ପି.ଟି.):ବିହାରର ବିଭିନ୍ନ ଜିଲାରେ ଗୁରୁବାର ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହେବାରୁ ୨୪ ଘଣ୍ଟା ମଧ୍ୟରେ ୮୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩...

ସଂଶୋଧିତ କୃଷି ଆଇନକୁ ଫେରାଇ ନିଆଯିବାର ସାମ୍ବିଧାନିକ ଉପାୟ…

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ...

Advertisement
Archives

Model This Week