‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ ହେବେ। ବିଶେଷଭାବେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଏହି ବଜେଟରୁ ସବୁଠୁ ବେଶି ଲାଭ ପାଇପାରିବେ। ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ ବରଦାନ ସଦୃଶ। ସମସ୍ତ ରାଜ୍ୟ ସରକାର ଏହି ଦିଗରେ କାର୍ଯ୍ୟକରି କେନ୍ଦ୍ର ବଜେଟର ଲାଭ ଉଠାଇ ପାରିବେ। ଓଡିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଉ ନ ଥିବାବେଳେ ମିଳୁଥିବା ଅନୁଦାନର ଠିକ୍‌ ଖର୍ଚ୍ଚ କରିପାରୁ ନାହାନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଅଭିଯୋଗ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାମ ମାଧବ କହିଛନ୍ତି ଯେ, ରାଜ୍ୟ ସରକାର ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ରୁ ୬ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ଓଡିଶାର ଅଂଶ, କେନ୍ଦ୍ରୀୟ ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ମିଳିବ। ଓଡିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଉଦ୍ୟମରେ କାର୍ଯ୍ୟ କରିବାକୁ କେନ୍ଦ୍ର ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରି ନ ପାରି ରାଜ୍ୟ ସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଚଳିତ କେନ୍ଦ୍ରୀୟ ବଜେଟରେ ପଛୁଆ ବର୍ଗଙ୍କୁ ସହାୟତା ଦେବା ଏବଂ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି। କୃଷକଙ୍କ ହିତ ପାଇଁ ମୋଦି ସରକାର ବଜେଟରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କରିବା ପାଇଁ ନିଷ୍ପତ୍ତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ ହେବ। ଓଡିଶାର ବିଭିନ୍ନ ଜିଲାରେ ପାଣିର ସମସ୍ୟା ରହିଛି। ଯଦି ରାଜ୍ୟ ସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଚାଷ ପାଇଁ କୁସୁମ ଯୋଜନାରେ ଚାଷୀଙ୍କୁ ସୌରଚାଳିତ ପମ୍ପ ଯୋଗାଇ ଦିଆଯିବ, ଯାହାର ଫାଇଦା ଓଡିଶା ସରକାର ଉଠାଇ ପାରିବେ।
ଦେଶର ପ୍ରତ୍ନତତ୍ତ୍ୱ ବିଭାଗର ବିକାଶ ପାଇଁ ଶିକ୍ଷା ସଂସ୍ଥାନ ଖୋଲାଯିବ, ଏହାର ଫାଇଦା ମଧ୍ୟ ଓଡିଶା ସରକାର ନେଇପାରିବେ। ଆୟୁଷ୍ମାନ ଯୋଜନାର ଫାଇଦା ଓଡିଶାବାସୀ ଉଠାଇ ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଦେଶରେ ୨୦ହଜାରରୁ ଊର୍ଦ୍ଧ୍ୱ ମେଡିକାଲକୁ ଆୟୁଷ୍ମାନ ଭାରତ ମାଧ୍ୟମରେ ଯୋଡାଯାଇଛି। ଓଡିଶାରେ ୬୦ପ୍ରତିଶତରୁ ଊର୍ଦ୍ଧ୍ୱ ପଛୁଆ ବର୍ଗ ଲୋକ ବସବାସ କରୁଛନ୍ତି। ଏହି ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିଲେ ସେମାନଙ୍କୁ ବଡ ଫାଇଦା ମିଳିଥାଆନ୍ତା। କିନ୍ତୁ ସରକାର ଏଠି ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ମାଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri