ମନ୍ତ୍ରୀଙ୍କ ଭୁବନ ବ୍ଲକ ଗସ୍ତ: ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଭୁବନ, ୫।୬(ଡି.ଏନ୍‌.ଏ.)- ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ଭୁବନ ବ୍ଲକ ଗସ୍ତ କରିଛନ୍ତି ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ ମଠକରଗୋଳା, ଅରଖପାଳ, ମାର୍ଥାପୁର, ଜମୁନାକୋଟ, ଦୟଣାବିଲ, ଧଳପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହ ଅଞ୍ଚଳର ବିକାଶ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ମାର୍ଥାପୁର ପଞ୍ଚାୟତର ଜିନେଇଲ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୫୯ଲକ୍ଷ ୭୫ ହଜାର ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ।
ଏ ନେଇ ମନ୍ତ୍ରୀ କୁହନ୍ତି, ଲୋକଙ୍କ ସହଭାଗିତା ବିନା ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ନାହିଁ। ଅଞ୍ଚଳବାସୀଙ୍କ ସହ ମିଶି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବା ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କୁ ବିଭିନ୍ନ ଗ୍ରାମରେ ଦଳୀୟ କର୍ମୀ ଏବଂ ଗ୍ରାମବାସୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର, ବିଜେଡି ବ୍ଲକ ସଭାପତି ପ୍ରବୋଧ ଦାସ, ଜିଲା ପରିଷଦ ସଦସ୍ୟା ମାଳତୀ ନାଏକ, ସରପଞ୍ଚ ଖୁଲଣା ରାଉତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସନ୍ଧ୍ୟାରାଣୀ ନାୟକ, କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତ୍ତା ସୁଧାକର ସାହୁ, ଭାସ୍କର ଚନ୍ଦ୍ର ସାହୁ, ବିଭୂତି ଭୂଷଣ ଜେନା, ଜଗବନ୍ଧୁ ସାହୁ, ଅଭିମନ୍ୟୁ ବେହେରା, ରାଜେଶ କଅଁର ପ୍ରମୁଖ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ...

ଗୁମୁରି କାନ୍ଦୁଛି ଘୁମୁରା

କାମାକ୍ଷାନଗର, ୨୩।୮:  ଘୁମୁରା ବାଜିଲେ ଉଠୁଥିଲା, ପଡୁଥିଲା ଆଦିବାସୀ ଗାଁ। ବେଶଧାରୀଙ୍କ ନୃତ୍ୟଗୀତରେ ମସ୍‌ଗୁଲ ହୋଇଯାଉଥିଲେ ଶବର ସମ୍ପ୍ରଦାୟର ଆବାଳବୃଦ୍ଧବନିତା। କେବେ ରଣବାଦ୍ୟ ତ କେବେ...

ବୃଦ୍ଧା ହତ୍ୟା ମାମଲା: ମହିଳାଙ୍କୁ ଆଜୀବନ ଜେଲ

କାମାକ୍ଷାନଗର, ୧୧।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଅଞ୍ଚଳର ବୃଦ୍ଧା ସହଚରୀ ମହନ୍ତ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର କାମାକ୍ଷାନଗର ଅତିରିକ୍ତ ଜିଲା ଦୌରାଜଜ୍‌...

ବିଶ୍ୱ ହକିକପ୍‌ ଉପଲକ୍ଷେ ଢେଙ୍କାନାଳରେ ପଥ ଉତ୍ସବ

ଢେଙ୍କାନାଳ ଅଫିସ,୮ା୧: ହକି ବିଶ୍ୱକପ୍‌ ଉପଲକ୍ଷେ ରବିବାର ଢେଙ୍କାନାଳ ପୌରାଞ୍ଚଳ, କାମାକ୍ଷାନଗର, ଭୁବନ ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା।...

ଘାରିଲାଣି କର୍ଲାପାଟ ଭୟ

ଢେଙ୍କାନାଳ ଅଫିସ, ୨୧।୨ : ଢେଙ୍କାନାଳ ବନ ବିଭାଗକୁ ଘାରିଛି କର୍ଲାପାଟ ଅଭୟାରଣ୍ୟ ହାତୀ ମଡ଼କ ଭୟ। ହେମୋରେଜ୍‌ ସେପ୍ଟିସେମିଆ ସଂକ୍ରମଣରେ ୬ ହାତୀଙ୍କ ଜୀବନ ଯିବା...

ହାତୀ ଛୁଆକୁ ଛାଡ଼ି ପଳାଇଲା ମା’: ମଣିଷ ଗନ୍ଧ ଦୂରେଇବାକୁ ବୋଳାଗଲା ଗୋବର

ଢେଙ୍କାନାଳ ଅଫିସ, ୨୬।୬-ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା ସଂରକ୍ଷିତ ଜଙ୍ଗଲ ତଳି ଜନବସତି ନିକଟରେ ସୋମବାର ଏକ ମାଈ ହାତୀ ତା’ର ଶାବକକୁ ଛାଡ଼ି ପଳାଇଛି।...

ହୀନସ୍ତା କରୁଛି ହନୁ

କାମାକ୍ଷାନଗର, ୧୪।୮(ସୁଧୀର ପରିଡ଼ା): ଏକ ହନୁ ମାଙ୍କଡ଼ ପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ କିଛିଦିନ ହେଲା ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଅନ୍ବେଷଣରେ...

କଂଗ୍ରେସ ଧରାଶାୟୀ

ଢେଙ୍କାନାଳ ଅଫିସ/ପରଜଙ୍ଗ(ଡି.ଏନ.ଏ.), ୨୫।୫- ସାଧାରଣ ନିର୍ବାଚନରେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଓ୍ବା ଆଗରେ ଫେଲ୍‌ ମାରିଛି ବିପକ୍ଷ ଦଳର...

Advertisement
Archives

Model This Week