Posted inଜାତୀୟ

ମନ୍ତ୍ରୀଗୋଷ୍ଠୀ ଗଠନକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ,୨୯ା୮(ପି.ଟି.): ଜମ୍ମୁ-କଶ୍ମୀର ଏବଂ ଲଦାଖ ଅକ୍ଟୋବର ୩୧ରୁ କେନ୍ଦ୍ରଶାସିତ ଅଞ୍ଚଳ ହେବାକୁ ଯାଉଥିଲାବେଳେ ସେଠାକାର ବିକାଶ, ଅର୍ଥନୀତି, ସାମାଜିକ ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ଲାଗି ସରକାର ବୁଧବାର ଏକ ମନ୍ତ୍ରୀଗୋଷ୍ଠୀ ଗଠନ କରିଥିବା ଖବର ପ୍ରକାଶ ପାଇଥିଲା। ପରେ ଏହି ଖବରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଏଭଳି କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ସରକାରୀ ମୁଖପାତ୍ର କହିଛନ୍ତି। ୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ମନ୍ତ୍ରୀଗୋଷ୍ଠୀ ଗଠନ କରାଯାଇଛି ବୋଲି ଦୁଇ ଜଣ ଅଧିକାରୀ ସେମାନଙ୍କ ନାଁ ପ୍ରକାଶ ନ କରିବା ସର୍ତ୍ତରେ ଲିଖିତ ବାର୍ତ୍ତା ପଠାଇବା ସହ ଫୋନ୍‌ କରି ଜଣାଇଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିତ୍ବା ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତି ପରେ ସେଠାର ବିକାଶ ଉପରେ କେନ୍ଦ୍ର ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ତେଣୁ ୫ ଜଣିଆ ମନ୍ତ୍ରୀଗୋଷ୍ଠୀ ଉକ୍ତ ରାଜ୍ୟ ଗସ୍ତ କରି ସେଠାରେ କ’ଣ ସବୁ ଆର୍ଥତ୍କ, ସାମାଜିକ ଓ ବିକାଶମୂଳକ ପଦକ୍ଷେପ ନିଆଯାଇପାରିବ ପ୍ରସ୍ତାବ ଦେବେ ବୋଲି ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ସି/ଏସ୍‌ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର...

ଅଦାଲତଙ୍କୁ ଜଣାଇଲେ ଆନ୍ନା ହାଜାରେ: ମୋତେ ହତ୍ୟା କରିବାକୁ ଠିକା ଦିଆଯାଇଥିଲା

ମୁମ୍ବାଇ,୧୦ା୭ (ଆଇଏଏନ୍‌ଏସ୍‌): ଦୁର୍ନୀତି ବିରୋଧରେ ମୁହଁଖୋଲୁଥିବା ସାମାଜିକ କର୍ମୀ ଆନ୍ନା ହାଜାରେଙ୍କୁ ମାରିବା ଲାଗି ଠିକା ଦିଆଯାଇଥିଲା। ଏନେଇ ସେ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ...

ମୁମ୍ବାଇରେ ଭୁଶୁଡ଼ିଲା ୪ମହଲା କୋଠା

ମୁମ୍ବାଇ,୨୪।୮: ମହାରାଷ୍ଟ୍ର ରାଜ୍ୟ ଭିଓ୍ବାଣ୍ଡିର ଶାନ୍ତିନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୪ ମହଲା ବିଶିଷ୍ଟ କୋଠାଘର ଭୁଶୁଡ଼ିପଡ଼ିଛି। ଏହି ଦୁଃଖଦ ଘଟଣାରେ ୨ ଜଣଙ୍କର...

କଂଗ୍ରେସ ସମସ୍ୟାର ଜନନୀ; ଭାଜପା ସମାଧାନର ଜନକ: ମୋଦି

ରାଞ୍ଚି,୨୫।୧୧: ଦେଶରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ଜନନୀ ହେଉଛି କଂଗ୍ରେସ। ତେବେ ଭାଜପା ସମାଧାନର ଜନକ ଭାବେ ଉଭା ହୋଇଛି। ଝାଡ଼ଖଣ୍ଡରେ ଆୟୋଜିତ ଏକ...

ଜମ୍ମୁ-କଶ୍ମୀରରେ ଖୋଲିଲା ସ୍କୁଲ, ହଜ୍‌ ଯାତ୍ରା ସାରି ଫେରୁଥିବା ଯାତ୍ରୀଙ୍କୁ ମିଳିବ ପାସ୍‌

ନୂଆଦିଲ୍ଲୀ, ୯।୮: ଜମ୍ମୁ-କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିବା ସତ୍ତ୍ୱେ ଶୁକ୍ରବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଖୋଲିଛିି। ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବ...

ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଲେ ମାଓବାଦୀ

ରାଞ୍ଚି,୩୧।୧୨: ଝାଡ଼ଖଣ୍ଡରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଗାଡ଼ି ପୋଡ଼ିଛନ୍ତି। ଲାଟେହାର ଜିଲାର ମହୁଆ ମିଲାନ ରେଲଓ୍ବେ ଷ୍ଟେଶନ ନିକଟରେ ମାଓବାଦୀଙ୍କ ଗରିଲା ବାହିନୀ...

ପରଲୋକରେ ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ

ଡେରାଡୁନ,୫।୬: ଉତ୍ତରାଖଣ୍ଡର ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘ ଦିନରୁ ଅସୁସ୍ଥ ଥିବା ପ୍ରକାଶ ଆମେରିକାର ୟୁନିଭର୍ସିଟି ଅଫ୍‌ ଟେକ୍ସାସ୍‌ ହସ୍ପିଟାଲରେ ଚିକିତ୍ସାଧୀନ...

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ...

Coronavirus Update


Archives

Model This Week

Why Dharitri