Posted inଖେଳ

ମନୋହରଙ୍କ ସ୍ଥାନରେ ଗାଙ୍ଗୁଲି ଉପଯୁକ୍ତ

ଜୋହାନ୍ସବର୍ଗ, ୨୨ା୫ (ପି.ଟି.)-ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଥିବାବେଳେ ତାଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ହିଁ ଯୋଗ୍ୟ ବ୍ୟକ୍ତି ବୋଲି କହିଛନ୍ତି କ୍ରିକେଟ ସାଉଥ୍‌ ଆଫ୍ରିକା (ସିଏସ୍‌ଏ)ର କ୍ରିକେଟ ନିର୍ଦ୍ଦେଶକ ଗ୍ରେମ୍‌ ସ୍ମିଥ୍‌। ସିଇଓ ଜ୍ୟାକ୍ସ ଫାଉଲ ସ୍ମିଥ୍‌ଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ଜଣେ ଭାରତୀୟ ଯଦି ପରବର୍ତ୍ତୀ ଆଇସିସି ମୁଖ୍ୟ ହୁଅନ୍ତି ଆମର କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି। କରୋନାଭାଇରସ୍‌ ଯୋଗୁ ବର୍ତ୍ତମାନ ପରିସ୍ଥିତିରେ ହୁଏତ ମନୋହରଙ୍କ କାର୍ଯ୍ୟକାଳ ୨ ମାସ ବୃଦ୍ଧି କରାଯାଇପାରେ। ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ଏପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପୂର୍ବତନ ଚେୟାରମ୍ୟାନ କଲିନ୍‌ ଗ୍ରେଭ୍ସ ଫେଭରାଇଟ୍‌ ରହି ଆସିଥିବାବେଳେ ଗ୍ରେମ୍‌ ସ୍ମିଥ୍‌ଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗରେ ନୂଆ ମୋଡ଼ ଆଣିଦେଇଛି। ସୌରଭ ଗାଙ୍ଗୁଲି ହେଉଛନ୍ତି ଜଣେ ମହାନ୍‌ କ୍ରିକେଟର ଓ ସମ୍ମାନସ୍ପଦ ବ୍ୟକ୍ତି। ଆଧୁନିକ କ୍ରିକେଟକୁ ସେ ଉଚିତ୍‌ ଦିଗ୍‌ଦର୍ଶନ ଦେଇ ପାରିବେ ବୋଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ସ୍ମିଥ୍‌ କହିଛନ୍ତି। ଏହା ପୂର୍ବରୁ କିଛିଦିନ ତଳେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍‌ ଗାଓ୍ବାର ଗାଙ୍ଗୁଲିଙ୍କ ସପକ୍ଷରେ ମତ ଦେଇଥିଲେ। ସ୍ମିଥ୍‌ କହିଛନ୍ତି, ଗାଙ୍ଗୁଲିଙ୍କର କ୍ରିକେଟ ଖେଳ ଉପରେ ପ୍ରଗାଡ଼ ଜ୍ଞାନ ରହିଛି। ବିଶ୍ୱ କ୍ରିକେଟକୁ ସେ ସଫଳ ନେତୃତ୍ୱ ଦେଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁମିନ୍ସ ଦାନ କଲେ ୫୦ ହଜାର ଡଲାର

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଭାରତରେ କୋଭିଡ୍‌ ବିରୋଧରେ ଲଢେଇ ପାଇଁ ସହାୟତାର ହାତ ବଢାଇଛନ୍ତି କୋଲକାତା ନାଇଟ ରାଇଡର୍ସ (କେକେଆର)ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ପ୍ୟାଟ୍‌ କୁମିନ୍ସ।...

ଆଇପିଏଲରୁ ଓହରିଲେ ବିସ୍ଫୋରକ ଓପନର

ମୁମ୍ବାଇ,୧।୩: ଆସନ୍ତା ୨୬ ତାରିଖରୁ ହେବାକୁ ଯାଉଥିବା ଆଇପିଏଲରୁ ଓହରି ଯାଇଛନ୍ତି ଇଂଲଣ୍ଡ ଓପନର ଜାସନ ରୟ। ପ୍ରାୟ ୨ ମାସ ଧରି ଟୁର୍ନାମେଣ୍ଟ ବବଲରେ...

ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…

ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ। ହେଲେ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି...

ଐତିହାସିକ ବିଜୟ ଲକ୍ଷ୍ୟରେ

ଜୋହାନ୍ସବର୍ଗ,୨।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାରଠାରୁ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ବିରାଟ କୋହଲିଙ୍କ...

ହନିମୁନ ଯାଇପାରିବେନି କ୍ରିକେଟର୍‌ ମନୀଷ ପାଣ୍ଡେ, ଜାଣନ୍ତୁ କାହିଁକି

କ୍ରିକେଟର୍‌ ମନୀଷ ପାଣ୍ଡେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଗ୍ରାଣ୍ଡ୍‌...

ଯୁବରାଜଙ୍କ ସହ ସମ୍ପର୍କକୁ ନେଇ ଥିଲେ ଚର୍ଚ୍ଚାରେ, ବିବାହର ୧୩ ବର୍ଷ ପରେ ହୋଇଥିଲେ ମା’; କିଛି ଏଭଳି…

ନୂଆଦିଲ୍ଲୀ,୧୫।୪: ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଆଜି ଅର୍ଥାତ ଏପ୍ରିଲ ୧୫ ହେଉଛି ଜନ୍ମଦିନ। ୧୯୭୨ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ ସେ। ପ୍ରଥମେ ଟେଲିଭିଜନରୁ...

ଏଏଆଇ ଉପରୁ ସସ୍‌ପେଣ୍ଡ ଆଦେଶ ଉଠି ପାରିବ

ନୂଆଦିଲ୍ଲୀ,୧୦ା୮ (ପି.ଟି.):  ଭାରତୀୟ ତୀରନ୍ଦାଜୀ ଆସୋସିଏଶନ (ଏଏଆଇ) ଉପରୁ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ହୋଇପାରିବ। ଏଥିପାଇଁ ବିଶ୍ୱ ତୀରନ୍ଦାଜୀ ମହାସଂଘ (ଡବ୍ଲ୍ୟୁଏଏଫ୍‌) ତରଫରୁ ଏକ ସର୍ତ୍ତାରୋପ...

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି।...

Advertisement
Archives

Model This Week