Posted inଜାତୀୟ

ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍‌ଏମ୍‌ଏସ୍‌ ଦେଇ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିବାକୁ କହିଥିବା ସେ ପ୍ରକାଶ କରିଛନ୍ତି। ଏହାସହ ଉକ୍ତ ବ୍ୟକ୍ତି ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଥିବା ମନୋଜ କହିଛନ୍ତି। ଏହାକୁ ନେଇ ତିଓ୍ବାରି ପୋଲିସରେ ଅଭିଯୋଗ କରିଛନ୍ତି। ହିନ୍ଦୀରେ ଲେଖା ଯାଇଥିବା ଏହି ଏସ୍‌ଏମ୍‌ଏସ୍‌ ପରେ ଉକ୍ତ ବ୍ୟକ୍ତି ଜଣଙ୍କ ପୁଣିଥରେ କ୍ଷମା ମାଗିଥିବା ପ୍ରକାଶ। ସୂଚନାଯୋଗ୍ୟ, ଶୁକ୍ରବାର ଦିନ ପ୍ରାୟ ୧୨ ଟା ୫୨ରେ ତିଓ୍ବାରିଙ୍କ ମୋବାଇଲକୁ ଏହି ଏସ୍‌ଏମ୍‌ଏସ୍‌ଟି ଆସିଥିବା କହିଛନ୍ତି ଭାଜପାର ମିଡିଆ ରିଲେଶନ ମୁଖ୍ୟ ନିଳକଣ୍ଠ ବକ୍ସି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା କରୋନା କଟକଣା

କୋଲକାତା,୨୯ ।୭: କରୋନା ମହାମାରୀର ଦ୍ୱିତୀୟ ଲହର କମି ଆସିଥିବା ବେଳେ ଏବେ ତୃତୀୟ ଲହରର ଚିନ୍ତା ସମସ୍ତଙ୍କୁ ଘାରିଛି । କାରଣ ବିଷେଶଜ୍ଞଙ୍କ ମତରେ...

ଉଦ୍ଧବ ଠାକ୍‌ରେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ: ସଞ୍ଜୟ କହିଲେ, ସ୍ବାଭିମାନ ପାଇଁ କିଛି ସମ୍ପର୍କରୁ ବାହାରିଯିବା ଆବଶ୍ୟକ

ମୁମ୍ବାଇ,୨୨।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବଚନ ଫଳାଫଳ ଆସିବାର ମାସେ ପୂରିଥିଲେ ମଧ୍ୟ ରାଜ୍ୟରେ ସରକାର କିଏ ଗଠନ କରିବ ତାହା ଏପର୍ଯ୍ୟନ୍ତ ନିଷ୍ପତି ହୋଇପାରିନାହିଁ। ସଂଖ୍ୟା...

ଭାଙ୍ଗିପଡିଲେ ମମତା

କୋଲକାତା,୨୫।୪: ପଶ୍ଚିମବଙ୍ଗର ଖାରଦା ବିଧାନସଭା ଆସନରୁ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ କାଜଲ ସିହ୍ନାଙ୍କ ରବିବାର ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇଥିଲେ। ପଶ୍ଚିମବଙ୍ଗ...

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ...

ଭଗବାନଙ୍କ ସୁପର କମ୍ପ୍ୟୁଟର ସ୍ଥିର କରୁଛି କରୋନା ଭାଇରସ ଦ୍ୱାରା କିଏ ସଂକ୍ରମିତ ହେବ କାହାର ମୃତ୍ୟୁ ହେବ: ଆସାମ ମନ୍ତ୍ରୀ

ଗୁଆହାଟି,୨୭ ।୮: ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀଙ୍କ ଜ୍ଞାନ ବୃଦ୍ଧି ହୋଇଛି । ଶୁକ୍ରବାର ସେ ଦାବି କରିଛନ୍ତି କରୋନା ଭାଇରସ ସଂକ୍ରମଣ ଓ...

ଅକ୍ସିଜେନ ପାଇଁ ୧,୩୦୦ କି.ମି.

ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର...

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ୟୁପି ବିଜୟ ଲକ୍ଷ୍ୟ, ଭାଜପାର ଅଭେଦ୍ୟ ଚକ୍ରବ୍ୟୁହ…

ନୂଆଦିଲ୍ଲୀ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ମାଧ୍ୟମରେ ଭାଜପା ଉତ୍ତରପ୍ରଦେଶ (ୟୁପି)ରେ ଏକ ଅଭେଦ୍ୟ ଚକ୍ରବ୍ୟୁହ ଗଠନ କରିଛି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ...

Advertisement


Archives

Model This Week