ମନଲୋଭା କେନ୍ଦୁଝରର ବଡ଼ି

କେନ୍ଦୁଝର, ୨୫ା୭(ଦୀପକ ମିଶ୍ର): କେନ୍ଦୁଝରର ଓଡ଼ିଶା ପ୍ରସିଦ୍ଧ ବଡ଼ି କଥା କିଏ ନ ଜାଣେ। ଏହି ବଡିକୁ ନେଇ ଆଦର ବଢୁଥିଲେ ମଧ୍ୟ ସେପରି ଭାବେ ସରକାରୀ ଭାବେ ପ୍ରୋତ୍ସାହନ ମିଳୁନାହିଁ। କେନ୍ଦୁଝରରେ ଏହା ପାଇଁ ଏକ ସ୍ବତନ୍ତ୍ର ବଜାର ଟିଏ କରାଗଲେ ବହୁ ଲୋକ ଜାଣିପାରନ୍ତେ। କେନ୍ଦୁଝରରେ ପ୍ରସ୍ତୁତ ହେଉଥିବା ବଡି ସାଧାରଣତଃ ବେଶ ସ୍ବାଦିଷ୍ଟ ବୋଲି ଏଇଥି ପାଇଁ ସମସ୍ତଙ୍କ ରୁଚି ରହିଥିବାବେଳେ ଏହାର ମୁଖ୍ୟ କାରଣ ହେଉଛି କେନ୍ଦୁଝରର ଜଳବାୟୁ। ଶୀତ ଦିନରେ ଏହି ବଡିଗୁଡିକ ଅଧିକ ସ୍ବାଦିଷ୍ଟ ଓ ଖାଇବା ଉପଯୋଗୀ ହୋଇଥାଏ।
କେବଳ ଓଡିଶା କାହିଁକି ଅନ୍ୟ ରାଜ୍ୟରେ ମଧ୍ୟ କେନ୍ଦୁଝରର ବଡି ବେଶ ପ୍ରସିଦ୍ଧିଲାଭ କରିଛି। ତେବେ ବିଭିନ୍ନ କିସମର ବଡି ରହିଛି। ଫୁଲବଡି, କଖାରୁ ବଡି, ମଞ୍ଜି ବଡି, ବାଦାମ ବଡି ପ୍ରଭୃତି। ତେବେ ଅନେକ କିସମର ବଡି ଥିଲେ ମଧ୍ୟ ଫୁଲବଡିର ସ୍ବତନ୍ତ୍ର ଆଦର ରହିଛି। ଫୁଲବଡି ପାଇଁ କେନ୍ଦୁଝରର ପାହାଡିଆ ଅଞ୍ଚଳରେ ପ୍ରସ୍ତୁତ ପେଜୁଆ ବିରି ଓ ଖସା ପ୍ରସ୍ତୁତ ହୋଇଥାଏ। ପୂର୍ବଦିନ ରାତିରୁ ବିରିକୁ ଭିଜାଯାଇ ସକାଳେ ତାକୁ ଶିଳରେ ବାଟି ମହିଳାମାନଙ୍କ ଦ୍ୱାରା ସେହି ବଟା ଯାଇଥିବା ଅଂଶକୁ ଭଲଭାବେ ଫେଣାଯାଇ ଗୋଟିଏ ଶକ୍ତ କପଡାରେ ରଖାଯାଇଥାଏ। କପଡାର ମଝି ଅଂଶଟି କଣା ହୋଇଥିବାବେଳେ ପୂର୍ବରୁ ସଫା କରାଯାଇ ରଖାଯାଇଥିବା ଖସା ଉପରେ ତାକୁ ଫୁଲ ଆକାରରେ ମଡା ଯାଇ ବଡି ପ୍ରସ୍ତୁତ କରାଯାଇଥାଏ। ସେହିପରି କଖାରୁ ବଡିରେ ପାଣି କଖାରୁର ସସ ଓ ବଟା ବିରିକୁ ମିଶ୍ରଣ କରାଯାଇ ତାକୁ କେବଳ ଯେ କୌଣସି ବାଉଁଶ ନିର୍ମିତ ଖଟିଆରେ ଶୁଖା ଯାଇଥାଏ। ମଞ୍ଜି ବଡିରେ କଖାରୁର ମଞ୍ଜି ଓ ବିରିବଟାକୁ ମିଶ୍ରଣ କରାଯାଇ ପ୍ରସ୍ତୁତ କରାଯାଇଥାଏ। ବାଦାମ ବଡିରେ ବିରିବଟା ଓ ବାଦାମର ମିଶ୍ରଣ ହୋଇଥାଏ।
କେନ୍ଦୁଝର ପୁରୁଣା ସହରଠାରୁ ଆରମ୍ଭ କରି ଆଟୋପୁର ଓ ତତ୍‌ସଂଲଗ୍ନ ଅଞ୍ଚଳରେ ବର୍ଷ ସାରା ବଡି ବ୍ୟବସାୟ କରାଯାଉଥିବାବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ବଡିର ବ୍ୟବସାୟ ରହିଛି। କେନ୍ଦୁଝରକୁ ଆସୁଥିବା ବିଭିନ୍ନ ବ୍ୟକ୍ତିବିଶେଷ ଏହି ବଡିକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବାବେଳେ କେନ୍ଦୁଝର ମାର୍କେଟଠାରୁ ଆରମ୍ଭ କରି ବଳଦେବଜୀଉଙ୍କ ମନ୍ଦିର ଯିବା ରାସ୍ତାରେ ବଡି ବିକ୍ରୟ କରାଯାଇଥାଏ। ତେବେ ବଡି ପାଇଁ ସ୍ବତନ୍ତ୍ର ବଜାର ନ ଥିବାବେଳେ ଏହାର ବ୍ୟାପକ ପ୍ରଚାର ପ୍ରସାର ହୋଇପାରୁନାହିଁ। ଗତ କିଛିବର୍ଷ ତଳେ କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋର ତେନ୍ତୁଳିନଣ୍ଡାଠାରେ ଏକ ବଡ଼ି ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯାଇଥିଲେ ମଧ୍ୟ ତାହା ଏବେ ସଙ୍କଟଘେରରେ। ବଡି ପାଇଁ ସ୍ବତନ୍ତ୍ର ବଜାର ରହିବା ସହିତ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଗଲେ ବହୁ ଲୋକ ଏହାଦ୍ୱାରା ଉପକୃତ ହୋଇପାରନ୍ତେ। କେନ୍ଦୁଝରର ମହିଳାମାନେ ବଡି ପ୍ରସ୍ତୁତ ଓ ବିକ୍ରୟ କରି ଆର୍ଥିକ ସ୍ବାବଲମ୍ବୀ ହୋଇପାରୁଥିବାବେଳେ ସମବାୟ ସଂସ୍ଥା ମାଧ୍ୟମରେ ଏଥିପାଇଁ ଋଣ ପ୍ରଦାନଠାରୁ ଆରମ୍ଭ କରି ଅନ୍ୟ ସହାୟତା ଯୋଗାଇବାକୁ ସେମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ଦୁର୍ଘଟଣା: ବାପା-ଝିଅଙ୍କ ଉପରେ ମାଡ଼ିଗଲା ଟ୍ରକ, ଆଉ ତା’ପରେ…

ସୋର,୭।୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ବସ୍‌ ଷ୍ଟପ୍‌ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

ନାବାଳିକାଙ୍କୁ ନେଇ ଚମ୍ପଟ ମାରିଲା ପ୍ରେମିକ, ପୁଅର କାରନାମା ପାଇଁ ଭିଟାମାଟି ଛାଡ଼ିଲେ ମାଆ-ବାପା

ଭୋଗରାଇ,୫।୬(ପ୍ରଦୀପ ଦାସ )ନାବାଳିକାଙ୍କୁ ନେଇ ଛୁ ମାରିଲେ ପ୍ରେମିକ । ପ୍ରେମିକା ଓ ପ୍ରେମିକଙ୍କ ପତ୍ତା ମିଳୁନଥିବାବେଳେ ପୋଲିସ ଓ ନାବାଳିକାଙ୍କ ପରିବାର ଭୟରେ ଆତ୍ମଗୋପନ କରିଛନ୍ତି…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri