Posted inଜାତୀୟ

ମଧ୍ୟ ପ୍ରଦେଶ କଂଗ୍ରେସରେ ଫାଟ: ଜ୍ୟୋତିରାଦିତ୍ୟଙ୍କ ପାଇଁ ଦଳ ଛାଡି ପାରନ୍ତି ୫ଶହ କର୍ମୀ

ଭୋପାଳ,୩୦।୮:  ମଧ୍ୟ ପ୍ରଦେଶରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦକୁ ନେଇ ଚାଲିଛି ଟଣା ଓଟରା। ଏହି ପଦରେ ଜଣେ ଆଦିବାସୀ ନେତାଙ୍କୁ ଚୟନ କରିବାକୁ କେତେଜଣ ନେତା ପ୍ରସ୍ତାବ ଦେଇଥିବା ବେଳେ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କମଲନାଥ, ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ ନାଁ ଉଠାଇଛନ୍ତି। ଆଉ ଇତିମଧ୍ୟରେ ଏସବୁକୁ ଦେଖି ଜଣେ ନେତା କହିଛନ୍ତି, ଯଦି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଧ୍ୟକ୍ଷ ପଦ ନ ମିଳେ ତେବେ ସେ ପ୍ରାୟ ୫ଶହ କର୍ମୀଙ୍କୁ ନେଇ କଂଗ୍ରେସରୁ ଇସ୍ତଫା ଦେବାକୁ ଧମକ ଦେଇଥିବା ସୂଚନା ମିଳିଛି। ମଧ୍ୟ ପ୍ରଦେଶ ଦତିଆର କଂଗ୍ରେସ ନେତା ଆଶୋକ ଦାନି ଏକ ପ୍ରେସ୍‌ ନୋଟ୍‌ ଜାରି କରି ଏହି ଧମକ ଦେଇଛନ୍ତି। ଅନ୍ୟପଟେ ସିନ୍ଧିଆ ଅଧ୍ୟକ୍ଷ ପଦକୁ ନେଇ ଚେତାବନୀ ଦେଇଥିବା ଓ ଭାଜପା ନେତାଙ୍କ ସହ ସମ୍ପର୍କରେ ରହିଥିବା ଚାପା ଗୁଞ୍ଜରଣ ହେଉଥିବା ବେଳେ ଯଦି ତାଙ୍କୁ ଅଧ୍ୟକ୍ଷ ପଦ ନ ମିଳେ ତେବେ ମଧ୍ୟ ପ୍ରଦେଶ କଂଗ୍ରେସରେ କିଛି ବଡ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋରରେ ଅନ୍‌ଲକ୍‌ ପାଇଁ ପ୍ରସ୍ତୁତି: ସାନିଟାଇଜ୍‌ କରାଗଲା ଫଳ, ପନିପରିବା ଦୋକାନ

ଇନ୍ଦୋର,୨୫।୫: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଥିବା ବେଳେ ମଧ୍ୟପ୍ରଦେଶ ସରକାର ସହର ଅନ୍‌ଲକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟର ସବୁଠାରୁ ଅଧିକ...

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ସପ୍ତାହାନ୍ତ ଲକ୍‌ଡାଉନ ହଟାଇବେ ସରକାର

ଥିରୁଭାନ୍ତମପୁରମ,୪।୮: କେରଳରେ କରୋନା ଭାଇରସ ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଦେଶରେ କେରଳ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସର୍ବାଧିକ...

ହନୁମାନ ଚାଳିଶା ପାଠ କରି ଗିରଫ ହେଲେ ଏମ୍‌ଏନ୍‌ଏସ୍‌ ନେତା

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ ବୁଧବାର ଲାଉଡସ୍ପିକରକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ ଠାକ୍‌ରେଙ୍କ ଚେତାବନୀକୁ ସଫଳ କରିଦେଖାଇଛନ୍ତି ଦଳର କର୍ମକର୍ତ୍ତମାନେ। ବୁଧବାର ସକାଳେ ନଭି...

ଟୁଇଟର ଛାଡ଼ିବେ ଗୋୟଲ !

ନୂଆଦିଲ୍ଲୀ,୯।୨: ଟୁଇଟର ଛାଡ଼ିବେ ଭାରତର ରେଳ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ। ଏନେଇ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସଂକେତ ଦେଇଛନ୍ତି...

ମମତାଙ୍କୁ ପୁଣି ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

କୋଲକାତା,୩।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି। ୨ଟି ପର୍ଯ୍ୟାୟ ମତଦାନ...

ଯୁବତୀଙ୍କ ଚୁଟି ଘୋଷାରୀ ଥାନା ଭିତରେ ପିଟିଲେ ଅଧିକାରୀ

ସାହେବଗଞ୍ଜ: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଜଣେ ଯୁବତୀଙ୍କୁ ଥାନା ପରିସରରେ ଥାନା ଅଧିକାରୀ ବାଡ଼େଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ...

ଘୁଞ୍ଚିଲା ଜେଇଇ, ନିଟ୍‌ ପରୀକ୍ଷା

ନୂଆଦିଲ୍ଲୀ ୩।୭- ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଉନ୍ନତମାନର ଶିକ୍ଷା ପାଇଁ କେନ୍ଦ୍ର ସରକାର ଜେଇଇ ଓ ନିଟ୍‌ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି। Keeping in mind...

ଅଯୋଧ୍ୟା ପରେ ମଥୁରା ଏବଂ କାଶୀ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ଦାଖଲ ହେବ ମାମଲା: ସୁବ୍ରମଣ୍ୟମ୍‌ ସ୍ବାମୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାର ସମାଧାନ ପରେ ଖୁବ୍‌ଶୀଘ୍ର ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ କାଶୀର ବିଶ୍ୱନାଥ ମନ୍ଦିର ପାଇଁ ସୁପ୍ରିମ୍‌କୋର୍ଟରେ ମାମଲା ଦାଖଲ କରାଯିବ। ଏନେଇ...

Advertisement
Archives

Model This Week