ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ସୋରିନ (୭), ସରୋଜ ଶବରା (୫), ଗାୟିତ୍ରୀ ମାଝୀ (୭), ପ୍ରୀତି ଧନୁର୍ଯ୍ୟୟ (୯) ଓ ଶ୍ରୀକାନ୍ତ ସୁନାତୀ (୫) ଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ସେମାନେ କୁଚିଣ୍ଡା ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୧୭ ଜଣ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ଏସ୍‌ଡିଏମଓ ଦାୟିତ୍ୱରେ ଥିବା ଡା. କ୍ଷେତ୍ରମୋହନ କାଣ୍ଡଙ୍କୁ ନେଇ ଏକ ଡାକ୍ତରୀ ଦଳ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ଚିକିତ୍ସା କରିଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ କିଶୋର ନାଏକ, ସରକାରୀ ଓକିଲ ରବୀନ୍ଦ୍ର ନାୟକ ଡାକ୍ତରଖାନାରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେହିପରି ଉପଜିଲାପାଳ ବିଶ୍ୱରଞ୍ଜନ ନାଏକ ସ୍କୁଲ ପରିଦର୍ଶନ କରି ଖାଦ୍ୟରମାନକୁ ଦେଖିଥିଲେ । ପରେ ମେଡିକାଲ ଆସି ପିଲାମାନଙ୍କୁ ଭେଟିଥିଲେ । ଏହି ଘଟଣାର ତଦନ୍ତ କରି ଚୁଡାନ୍ତ ରିପୋର୍ଟ ଦେବକୁ ସେ ବାମରା ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସତ୍ୟନାରାୟଣ ପୂଜା ପ୍ରସାଦ ଖାଇବାରୁ ଏଭଳି ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।ଏଣୁ ଡାକ୍ତରୀ ରିପୋର୍ଟ ଆସିଲା ପରେ ସତ୍ୟସତ୍ୟ ସାମନାକୁ ଆସିବ।
ସୋମବାର ପ୍ରାୟ ୧ଟା ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ଖାଇଥିଲେ। ଏହାର କିଛି ସମୟ ପରେ ପ୍ରାୟ ୨ଟାରେ ପ୍ରଥମେ ୨ ଜଣ ଛାତ୍ରଙ୍କୁ ଝାଡାବାନ୍ତି ହୋଇଥିଲା । ପରେ ୫/୭ ଜଣ ଅସୁସ୍ଥ ହୋଇ ପଡିଥିଲେ । ପ୍ରାୟ ଅଧ୍ୟଘଣ୍ଟା ସମୟ ଭିତରେ ସଂଖ୍ୟା ବଢି ୨୨ରେ ପହଞ୍ଚିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣି ଏକ ଗାଡିରେ ପ୍ରଥମେ କେଶେଇ ବାହାଲ ପ୍ରାଥମିକ ସ୍ବାସ୍ଥକେନ୍ଦ୍ରକୁ ପିଲାଙ୍କୁ ନେଇଥିଲେ । ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ଛାତ୍ରୀଛାତ୍ରଙ୍କୁ ନେଇ କୁଚିଣ୍ଡା ମେଡିକାଲକୁ ନିଆଯାଇଥିଲା। ଖବର ପାଇ ମେଡିକାଲ ପରିସରରେ ଅଭିଭାବକ ଓ ଜନସାଧାରଣଙ୍କ ଭିଡ ଜମି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?