ମଧ୍ୟସ୍ଥ ଗିରଫ, ୧୦୦ ଗ୍ରାମ ସୁନା ଜବତ

ରାୟଗଡ଼ା ଅଫିସ,୯ା୧: ବିବାହ ପ୍ରସ୍ତାବ ବେଳେ ପୁଅଘର ଦେଇଥିବା ସୁନା ବିସ୍କୁଟକୁ ଫେରାଉ ନ ଥିଲେ ମଧ୍ୟସ୍ଥ। ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି ମଧ୍ୟସ୍ଥଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦୦ ଗ୍ରାମ୍‌ର ସୁନା ବିସ୍କୁଟ ଜବତ କରିଛି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲା ବିଷମକଟକ ଥାନା ଦୁର୍ଗୀ ଗ୍ରାମର ଭୁନା ତ୍ରିପତି ରାଓ (୭୨) ନିଜ ପୁଅ ବାହାଘର ପାଇଁ ପ୍ରସ୍ତାବ ଠିକ୍‌ କରିଥିଲେ। ଏଥିରେ ଶ୍ରୀକାକୁଲମ ଜିଲା ବାତିଲି ଗ୍ରାମର ଭୁନା ଲକ୍ଷ୍ମୀନାରାୟଣ (୫୭) ମଧ୍ୟସ୍ଥ ସାଜିଥିଲେ। ବିବାହ ସ୍ଥିର ହେବା ପରେ ପରମ୍ପରା ଅନୁସାରେ ଝିଅ ଓ ପୁଅଘର ସୁନା ଅଦଳବଦଳ କରନ୍ତି। ସେହି ଅନୁସାରେ ଅନ୍ୟମାନଙ୍କ ଉପସ୍ଥିତିରେ କନ୍ୟା ଓ ବରଘର ପକ୍ଷରୁ ମଧ୍ୟସ୍ଥ ଲକ୍ଷ୍ମୀନାରାୟଣଙ୍କୁ ୨୦୦ ଗ୍ରାମ୍‌ର ସୁନା ବିସ୍କୁଟ ଦିଆଯାଇଥିଲା। ପରେ କୌଣସି କାରଣରୁ ବିବାହ ଭାଙ୍ଗିଯାଇଥିଲା। ମଧ୍ୟସ୍ଥ ଲକ୍ଷ୍ମୀନାରାୟଣ ଝିଅଘରକୁ ସୁନା ବିସ୍କୁଟକୁ ଫେରାଇ ଦେଇଥିଲେ। କିନ୍ତୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ ପୁଅଘରକୁ ସୁନା ଫେରାଇ ନ ଥିଲେ ମଧ୍ୟସ୍ଥ। ଫଳରେ ୧୮ ଏପ୍ରିଲ ୨୦୧୮ରେ ଭୁନା ଲକ୍ଷ୍ମୀନାରାୟଣଙ୍କ ନାଁରେ ବିଷମକଟକ ଥାନାରେ ଏତଲା ଦେଇଥିଲେ ଭୁନା ତ୍ରିପତି ରାଓ। ପୋଲିସ ତଦନ୍ତ କରିବା ବେଳେ ଅଭିଯୁକ୍ତ ଭୁନା ଲକ୍ଷ୍ମୀନାରାୟଣ ନିଜ ଦୋଷ ସ୍ବୀକାର କରିବା ସହ ୧୦୦ ଗ୍ରାମ୍‌ ସୁନା ବିସ୍କୁଟ ସାକ୍ଷୀଙ୍କ ଉପସ୍ଥିତିରେ ଫେରାଇଥିଲେ। ଏନେଇ ୪୦୬, ୪୨୦, ୫୦୬ ଆଇପିସି ଅନୁଯାୟୀ କେସ୍‌ ନଂ ୧/୨୦ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ସିକନ୍ଦରାବାଦରୁ ଓଡ଼ିଆ ଶ୍ରମିକ ନିଖୋଜ: ସୁପରଫାଷ୍ଟ ଟ୍ରେନରେ ଗାଁକୁ ଫେରୁଥିବାବେଳେ ବାଟରୁ ଉଭାନ୍‌

ଦିଗପହଣ୍ଡି,୯।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ନନ୍ଦ ଗାଁ ର ସମୀର ଗୌଡ଼(୨୬) ଦାଦନ ଶ୍ରମିକ ଭାବେ ମହାରାଷ୍ଟ୍ରର ପୁଣେ ନିକଟ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ପୀଡ଼ିତା ୪ ମାସର ଗର୍ଭବତୀ, ଓ୍ବାଚ୍‌ମ୍ୟାନ୍‌…

କେନ୍ଦ୍ରାପଡ଼ା,୯ା୯(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଏକ ସରକାରୀ ଅନୁଦାନପ୍ରାପ୍ତ ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)ରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri