ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)-ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପାଉଚ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଚୋରା ମଦ ବିକ୍ରି ହେବା ଫଳରେ ଆଖପାଖ ଗ୍ରାମରୁ ଅନେକ ଲୋକ ଆସୁଛନ୍ତି। ମଦ ପାଇଁ ଗହଳି ହେବାରୁ ଗ୍ରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଗୁରୁବାର ଗଁାରେ ବିକ୍ରି କରୁଥିବା ଚୋରା ବେପାରୀଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ। ଶୁକ୍ରବାର କେତେ ଜଣ ବେପାରୀ ପୁଣି ମଦ ବିକ୍ରି କରିବା ସହିତ ମହିଳାଙ୍କୁ ଧମକ ଦେଉଥିବା ଜଣାପଡିବା ପରେ ପୁଣି ମହିଳାମାନେ ବେଗୁନିଆପଡା ଫାଣ୍ଡିକୁ ଖବର ଦେବା ସହିତ ବେପାରୀଙ୍କ ଘରକୁ ଯାଇ ତାଗିଦ କରିଥିଲେ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଦୀପ୍ତୀ ରଞ୍ଜନ ବେହେରାଙ୍କୁ ପଚାରିବାରୁ ମହିଳା ସଂଘ ଚୋରା ମଦ ବନ୍ଦ କରିବା ପାଇଁ ସହଯୋଗ ମାଗିଛନ୍ତି। ଆମେ ନିଶ୍ଚିତ ସେମାନଙ୍କୁ ସାହାଯ୍ୟ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

୨ରେ ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର, ୨୮ା୩(ବ୍ୟୁରୋ):ଆସନ୍ତା ଏପ୍ରିଲ ୨ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଆସୁଛନ୍ତି। ୨ତାରିଖ ପୂର୍ବାହ୍ନ ୧୧ଟା ୧୫ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବେ। ସେହିଦିନ...

ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ

ମହାକାଳପଡା,୧୯।୬(ଡି.ଏନ୍‌.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ...

ଉପକୂଳରୁ ଉପାନ୍ତ ସବୁଠି ତାତି

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମରେ ଉତ୍ତପ୍ତ ହୋଇଛି ସାରା ଓଡ଼ିଶା। ଉପକୂଳରୁ ଉପାନ୍ତ ସବୁଠି ତାତିର ପ୍ରକୋପ ଦେଖାଦେଇଛି। ଗତ ୨-୩ ଦିନ ହେବ ପାରଦ...

ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କ ଦରମା ବଢ଼ିଲା: କ୍ୟାବିନେଟ୍‌ରେ ୧୨ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ, ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସଂଶୋଧିତ ସପ୍ତମ ବେତନ କମିଶନ ହାରରେ ଅନୁଦାନ...

ନକଲି ସୁନାଗହଣା ପିନ୍ଧି ରେଲଓ୍ବେ ଷ୍ଟେଶନରେ ପଇଁତରା: ଯାତ୍ରୀଙ୍କୁ ଭୁଆଁ ବୁଲାଇ କରୁଥିଲେ ଲୁଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ବେଶଭୂଷା, କଥାବାର୍ତ୍ତା ପୂରା କୋଟିପତି ଭଳି। ବେକ, ହାତ ଓ ଆଙ୍ଗୁଠିରେ ଏକାଧିକ ନକଲି ସୁନା ଗହଣାରେ ଭର୍ତ୍ତି। ଷ୍ଟେଶନରେ ପଇଁତରା ମାରି ଯାତ୍ର୍ରୀଙ୍କୁ...

ହୀରାକୁଦରେ ଖୋଲିଲା ଆଉ ୫ ଗେଟ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏ ନେଇ ଆଉ ୫ଟି ଗେଟ୍‌ ଖୋଲାଯାଇଛି। ଏହାକୁ ମିଶାଇ ମୋଟ ୩୧ଟି ଗେଟ୍‌ ଦେଇ ବନ୍ୟାଜଳ...

ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ...

ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ...

Advertisement
Archives

Model This Week