ଟ୍ରକ ଧକ୍କାରେ ନିର୍ବାହୀ ଅଧିକାରୀ ଗୁରୁତର: ଥାନାରେ ଘଣ୍ଟାଏ ଅପେକ୍ଷା କରି ଫେରିଲେ ବିଡିଓ

ଖଇରା, ୧୧ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଜଣେ କର୍ମଚାରୀ ଟ୍ରକ ଧକ୍କାରେ ଗୁରୁତର ହେବା ଏବଂ ସମ୍ପୃକ୍ତ ଟ୍ରକ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଖଇରା ବିଡିଓ ହଟହଟା ହୋଇ ଫେରିବା ମୋ ସରକାରର ବିଫଳତାକୁ ପ୍ରମାଣ କରିଛି ା ଖଇରା ବ୍ଲକ ରପେୟା ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ବିବେକ ମହାନ୍ତି ଶୁକ୍ରବାର ସମ୍ପୃକ୍ତ ପଞ୍ଚାୟତରେ ରାଶନକାର୍ଡଧାରୀମାନଙ୍କୁ ଟଙ୍କା ବାଣ୍ଟି ସାରି ରାଣିତାଲ-ଧୋବାଗଡିଆ ରାସ୍ତାରେ ଖଇରା ବ୍ଲକ କାର୍ଯ୍ୟାଳୟକୁ ଫେରୁଥିଲେ। ଡୁଙ୍ଗୁରା ବଜାର ନିକଟରେ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ହେବା ସେ ସଂଜ୍ଞାହୀନ ହୋଇପଡିଥିଲେ। ଖବରପାଇ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ବିବେକଙ୍କୁ ଭଦ୍ରକ ପଠାଇଥିଲେ ା ନିଜେ ବିଡିଓ ଅଧିକାରୀ ମହାନ୍ତିଙ୍କ ପୁଅଝିଅଙ୍କୁ ସାଙ୍ଗରେ ଧରି ଟ୍ରକ ବିରୋଧରେ ଏତଲା ଦେବାକୁ ଖଇରା ଥାନାକୁ ଯାଇ ୧ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଏତଲା ନେବାକୁ ସିଟ୍‌ରେ କେହି ନ ଥିଲେ ବା କେହି କ୍ୱାର୍ଟର୍ସରୁ ବାହାରି ନ ଥିଲେ। ବାଧ୍ୟ ହୋଇ ଗୁରୁତର ଅବସ୍ଥାରେ ଥିବା କର୍ମଚାରୀଙ୍କ କଥା ବୁଝିବାକୁ ସେ ପଳାଇଥିଲେ। ମହାନ୍ତିଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ା ଏ ସମ୍ପର୍କରେ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରାଙ୍କୁ ପଚାରିବାରେ ଅପରାହ୍ନରେ ଦାୟିତ୍ୱରେ ଥିବା ଷ୍ଟାଫ୍‌ ଜଣକ ଅଳ୍ପ ସମୟ ପାଇଁ ବାହାରକୁ ଯାଇଥିଲେ ା ବିଡିଓ ମାତ୍ର ୫ରୁ ୭ ମିନିଟ୍‌ ଅପେକ୍ଷା କରି ଫେରିଯାଇଛନ୍ତି ା ଘଣ୍ଟାଏ ଅପେକ୍ଷା କରିବା କଥାକୁ ସେ ଅସ୍ବୀକାର କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri