Posted inରାଜ୍ୟ

ମଦ ପିଇବାକୁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କଲେ ସ୍ବାମୀ

ମହାକାଳପଡ଼ା,୨୮।୫(ଡି.ନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ଗୋପାଳପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ତାଙ୍କୁ ହତ୍ୟା କରିଛନ୍ତି। ମୃତ ମହିଳା ହେଲେ ବାସନ୍ତୀ ସୂତାର(୨୮)।
ସୂଚନାଯୋଗ୍ୟ, ସ୍ବାମୀ ବାବୁଲି ବାସନ୍ତୀଙ୍କୁ ମଦ ପିଇବାକୁ ଟଙ୍କା ମାଗିିଥିଲେ। ବାସନ୍ତୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ବାବୁଲି ବାସନ୍ତୀଙ୍କୁ ବାଡିରେ ପିଟି ପିଟି ହତ୍ୟା କରି ପଳାଇଯାଇଥିବା ବଡ଼ ଝିଅ ବସୁଧା (୮) କହିଛନ୍ତି। ତେବେ ବାସନ୍ତୀ ବାବୁଲିଙ୍କ ଦ୍ୱିତୀୟ ସ୍ତ୍ରୀ ହୋଇଥିବା ବେଳେ ତାଙ୍କର ଦୁଇ ଝିଅ ବସୁଧା ଓ ଯମୁନାଙ୍କ ସହ ଗୋପାଳପୁରରେ ରହୁଥିଲେ। ଖବର ପାଇ ମହାକାଳପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏ ନେଇ ଥାନାରେ କେସ୍‌ ନଂ ୫୭/୧୯ରେ ଏକ ମାମଲା ରୁଜୁ ହୋଇଛି। ଏହା ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛିି।
ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ କହିଛନ୍ତି, ତେବେ ତଦନ୍ତ ଚାଲିଛି ଫେରାର ବାବୁଲି ଧରାପଡିଲେ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ...

ଏମିତି ଆସେ ମୃତ୍ୟୁ: ମୁଣ୍ଡନ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଶିଶୁଙ୍କ ଜୀବନ, ୧୨ ଆହତ

ସାକ୍ଷୀଗୋପାଳ, ୧୦।୩(ଡି.ଏନ୍‌.ଏ.): ଭୁବନେଶ୍ୱର-ପୁରୀ ୩୧୬ ନଂ. ଜାତୀୟ ରାଜପଥର ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ...

ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ...

କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ...

କରୋନା ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୬.୩୫କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ହେଲେ ଏହା ଯଥେଷ୍ଟ...

ଗୋଟିଏ ଦେଶ, ଗୋଟିଏ ପତାକା

ଭୁବନେଶ୍ୱର, ୧୫ା୮(ବ୍ୟୁରୋ):ସ୍ବାଧୀନତା ଦିବସର ଦିନକ ପୂର୍ବରୁ ବୁଧବାର ଗାନ୍ଧୀ ମାର୍ଗରେ ବନ୍ଦେ ମାତରମ ଅନୁଷ୍ଠାନ ପକ୍ଷରୁ ଦେଶାତ୍ମବୋଧକ ଭିତ୍ତିକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

‘ଅକ୍ଷରଧାମ’ରେ ବିରାଜିବେ ମା’

ଭୁବନେଶ୍ୱର, ୨୫-୯(ବ୍ୟୁରୋ):ଆସୁଛି ପାର୍ବଣ, ଆସୁଛନ୍ତି ମା’। ଆଉ ମା’ଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ରାଜଧାନୀ। ଭିନ୍ନ ଭିନ୍ନ ଡିଜାଇନର୍‌ ତୋରଣ ସାଙ୍ଗକୁ ଆଖି ଝଲସା...

ବାଲେଶ୍ୱରରେ ଆଉ ୩୩ ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଲା

ବାଲେଶର ଅଫିସ, ୧୩।୫: ବାଲେଶ୍ୱରରେ ବୁଧବାର ନୂଆ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧ଜଣ...

Advertisement


Archives

Model This Week

Why Dharitri