ମଦମୁକ୍ତ ଅଞ୍ଚଳ ଦାବିରେ ମହିଳାଙ୍କ ପଦଯାତ୍ରା

ରେମୁଣା, ୩୦।୧୦(ଡି.ଏନ.ଏ.)-ରେମୁଣା ଥାନା ଅଧୀନ କଲ୍ୟାଣପୁର ପଞ୍ଚାୟତରେ ଦେଶୀମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଘରର ପୁରୁଷମାନେ ମଦ୍ୟପାନ କରି ନାନା ବିଶୃଙ୍ଖଳା ଘଟାଉଥିବାରୁ ଏଥିରେ ଅତିଷ୍ଠ ହୋଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବା ଦାବିରେ ପୋଲିସର ସହାୟତା ଲୋଡ଼ି ମଙ୍ଗଳବାର ଶହ ଶହ ସଂଖ୍ୟାରେ ମହିଳା ଓ ଯୁବତୀ ପଞ୍ଚାୟତ ପରିକ୍ରମା କରିଛନ୍ତି। ସେମାନେ ପଦଯାତ୍ରା କରି ମଦ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ପଦଯାତ୍ରାରେ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଗୃହିଣୀ ଅଂଶଗ୍ରହଣ କରିଥିଲେ। ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ପ୍ରତି ସରକାର କଠୋର କାଯର୍‌ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ଏଥିରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସମିତିସଭ୍ୟ ଅଶୋକ ରାଉତ, ଯୁବନେତା ବଣୁଆ ସାହୁ, ସ୍ବୟଂ ସହାୟିକା ଗୋଷ୍ଠୀ ମହାସଂଘ ସଭାନେତ୍ରୀ ବାସନ୍ତୀ ପାକଳ ପ୍ରମୁଖ ନେତୃତ୍ୱ ନେଇଥିଲେ। ଗାଙ୍ଗପୁରାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶ୍ରୀରାମପୁର, ଗୁଣୁଦା, ତାଳମେଢ଼ୀ, ପାଳସିଆ, କଲ୍ୟାଣପୁର, ଆଳଦା, ମାକନ୍ଦା ଗଁା ପରିକ୍ରମା କରି ହଳଦିଆଠାରେ ଶେଷ ହୋଇଥିଲା। ଏଥିରେ ବନମାଳୀ ପରିଡ଼ା, ନରେନ୍ଦ୍ର ସାହୁ, ସରୋଜିନୀ ବାରିକ, ସୁକାନ୍ତି ମାଝି, ରେବତୀ ମହାନ୍ତି, ଜୟଶ୍ରୀ ଦାସ, କବିତା ବିଶ୍ୱାଳ, ମନିତୀ ପ୍ରଧାନ, ଯଶୋକ ମଞ୍ଜରୀ ନାଥ, ନମିତା ମହାଳିକ, ଗୋମତି ବାରିକ, ସୁଶାନ୍ତ ନାଟୁଆ ପ୍ରମୁଖ ମଦ ବିରୋଧୀ ବକ୍ତବ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ,୨୯।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାରଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାନ୍ଥ ଖୋଳି ଶନିବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଥିବାବେଳେ ବ୍ୟାଙ୍କକୁ...

ସ୍ବାସ୍ଥ୍ୟସେବା ଉପରେ ତୁଟୁଛି ଭରସା

ଭୋଗରାଇ, ୧୬।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରାଜ୍ୟରେ ସର୍ବବୃହତ୍‌ ବ୍ଲକ ଭାବେ ପରିଚିତ ଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ରହିଛି। ଏହି ବ୍ଲକର ୫୦...

ସବୁ ଦଳ ପାଇଁ ଅଡୁଆ ଅନ୍ତଃକନ୍ଦଳ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ସବୁଠି ରାଜନୀତି ସରଗରମ ରହିଛି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ...

ବିକଶିତ ଅଞ୍ଚଳରେ ବି ଜନନୀ ଯନ୍ତ୍ରଣା

ଯୋଡ଼ା,୨୬।୭ (ଡି.ଏନ.ଏ.) କେନ୍ଦୁଝର ଜିଲାରେ ଏକାଧିକ ଖଣି ଖାଦାନ ଓ କାରଖାନା ରହିଥିବା ବେଳେ ସରକାର ହଜାର ହଜାର କୋଟି ଟଙ୍କା ରାଜସ୍ବ ଲାଭ କରୁଛନ୍ତି।...

ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ, ବାହାହୋଇ ଫେରିଲେ

ଅମରପାଲି,୨୪ା୫(ଡି.ଏନ.ଏ.): କୋଭିଡ୍‌-୧୯ କଟକଣା ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରି ପରିସ୍ଥିତି ଯୋଗୁ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବହୁ କଷ୍ଟରେ ଦେଖା କରିବାକୁ...

ମତଦାନ କରିବାକୁ ମତଦାତା ଉତ୍ସାହୀ

ବଇଣ୍ଡା/ ଖମାର,୨୦।୨(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ୨୦ ତାରିଖ ରବିବାର ଅନୁଗୋଳ ଜିଲାର ଆଠମଲ୍ଲିକ ଓ ପାଲଲହଡ଼ା ବ୍ଲକରେ ଅନୁଷ୍ଠିତ ହେବ।...

ବିଷମକଟକରେ ପ୍ରଥମ ଥର ବାୟୋଫ୍ଲକ୍‌ ମାଛଚାଷ

ବିଷମକଟକ,୯।୬(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ବାୟୋଫ୍ଲକ୍‌ ମାଛଚାଷ। ଏଥିରେ ପୋଖରୀ ବଦଳରେ ବିରାଟ ପାଣି ଟ୍ୟାଙ୍କ ମାଧ୍ୟମରେ ନୂତନ...

କରୋନା କଟକଣାକୁ ନିରାକାରପୁର ଅଞ୍ଚଳବାସୀଙ୍କ ବେଖାତିର: ଦୋକାନ ଦିନରେ ତାଲା, ରାତିରେ ଖୋଲା; ଚା’ ଖଟିରେ ଜମୁଛି ଆସର

ନିରାକାରପୁର,୧୬।୪(ଡି.ଏନ୍‌.ଏ.): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ସ୍ଥିତି ଜାରି ରହିଛି। ଏହି ସମୟରେ କେବଳ...

Advertisement
Archives

Model This Week