ମଦବିକ୍ରିକୁ ବିରୋଧ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ମୁରିବାହାଲ, ୧୮।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବଡସାଇମରା ଗ୍ରାମ ପଞ୍ଚାୟତ ଅଧୀନ ଧୁମାମାଲ ଗ୍ରାମରେ ବ୍ୟାପକ ମଦ କାରବାର ଚାଲିଛି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଏ ନେଇ ଜଣାଇଲେ ମଧ୍ୟ କୌଣସି ମଦ ବିକ୍ର ବନ୍ଦ ହେଉନାହିଁ। ତେଣୁ ଗୁରୁବାର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁରିବାହାଲ ଥାନାର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ଅମିତ କୁମାର ପାତ୍ରଙ୍କ ଉପସ୍ଥିତିରେ ୯ ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା କୁଚିଆ ମଦ ବିକ୍ରୟକୁ ବିରୋଧ କରି ଲିଖିତଭାବେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବର୍ଷବର୍ଷ ଧରି ଏକୱାର୍ଡ ବିଶିଷ୍ଟ ଧାମାମାଲ ଗ୍ରାମରେ ୫ଜଣ କୁଚିଆ ମଦ ବ୍ୟବସାୟୀ କରୁଛନ୍ତି । ୫ ଦିନ ତଳେ ଗ୍ରାମସଭା ମାଧ୍ୟମରେ ମଦ ବିକ୍ରି ବନ୍ଦ କରିବା ପାଇଁ ସମ୍ପୃକ୍ତ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯାଇଥିଲା। ତନ୍ମଧ୍ୟରୁ ୨ଜଣ ବିକ୍ରି ବନ୍ଦ କରିଥିବା ବେଳେ ୩ଜଣ ମଦ ବିକ୍ରି ଚାଲୁ ରଖିଛନ୍ତି। ଏହି ଗ୍ରାମରେ ବ୍ୟାପକ ମଦ କାରବାର ଯୋଗୁଁ ଅଶାନ୍ତିକର ବାତାବରଣ ଦେଖାଦେଉଛି। ଅବାଧ ମଦ କାରବାରର ପ୍ରଭାବ ଯୁବଗୋଷ୍ଠୀ ଉପରେ ପଡୁଛି। ଏଥିପାଇଁ ସାମାଜିକ ବିଭ୍ରାଟ ଦେଖାଦେଉଛି। ରାସ୍ତାପାର୍ଶ୍ୱ ଏପରିକି ବିଦ୍ୟାଳୟ ନିକଟରେ ଖୁଲମଖୁଲା ମଦ ବିକ୍ରି ହେଉଥିବା ଯୋଗୁଁ ନିଶାସକ୍ତଙ୍କ ପାଦୃଭାବ ଗ୍ରାମବାସୀଙ୍କୁ ଅତିଷ୍ଠ କରୁଛି ବୋଲି ଏସଆଇ ସରୋଜ ରଞ୍ଜନ ରଥଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଅଭିଯୋଗର ଅନୁସନ୍ଧାନ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆଇ ରଥ ପ୍ରତିଶ୍ରୁତି ଦେଇଥିବା ଏସଏଚଜି ମହିଳାମାନେ କହିଛନ୍ତି। ତେବେ ଆଗାମୀ ଦିନରେ ଗ୍ରାମରେ ମଦ ବନ୍ଦ କରା ନ ଗଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ବୀମା କ୍ଷତିପୂରଣ, ବରଗଡ଼ରେ ଚାଷୀ ଅସନ୍ତୋଷ

ବରଗଡ଼ ଅଫିସ୍‌,୨୨।୭- ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ବୀମା କ୍ଷତିପୂରଣ ଠିକ୍‌ ଭାବେ ମିଳୁ ନ ଥିବା ଯୋଗୁ ଚାଷୀ ଅସନ୍ତୋଷ ଦିନକୁ ଦିନ...

ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ...

ବୋର୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଋଣ ଘୋଟାଲା : ତଦନ୍ତ ଆରମ୍ଭ

ଭବାନୀପାଟଣା,୧୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାମରେ...

ଜଙ୍ଗଲର ୪ ଅଞ୍ଚଳ ଜଳୁଛି

ସମ୍ବଲପୁର,୧ା୪(ବ୍ୟୁରୋ) ପ୍ରତିବର୍ଷ ମାର୍ଚ୍ଚ ଶେଷ ଓ ଏପ୍ରିଲ ମାସରେ ଜଙ୍ଗଲରେ ନିଆଁ ଲାଗିଥାଏ। ବନ ବିଭାଗ ପାଖରେ ଏ ନେଇ ଆଗୁଆ ସୂଚନା ମଧ୍ୟ ରହିଛି।...

୧୭ ବଛର ହେଲା ଅଜନା ରୋଗ୍‌ରେ ପୀଡ଼ିତ ଘଟନା: ଅଷ୍ଟମୀକଁର ପାସେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୧୫ା୭(ଡି.ଏନ୍‌.ଏ): କୋକସରା ବ୍ଲକ କାଉଡ଼ୋଲା ପଁଚେତ୍‌ କୁସୁମଖୁଣ୍ଟି ଗଁାର ଚନ୍ଦ୍ରଶେଖର ମାଝିକଁର ମାଏକିନା ଅଷ୍ଟମୀ ମାଝି। ସେ ଆଏଜ୍‌କେ ୧୭ ବଛର ହେଲେ କେହେନ୍‌ସି...

ସମାଜିକ ଦୂରତା ରଖି ରାସ୍ତାରୋକୋ

ସମ୍ବଲପୁର,୧୯ା୪(ବ୍ୟୁରୋ)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ୍‌ ଖିଣ୍ଡା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ସ୍ଥାନୀୟ ମହିଳମାନେ ଗ୍ରାମ୍ୟ ରାସ୍ତା ଅବରୋଧ କରିଥିଲେ।...

ଜଙ୍ଗଲରେ ହାତୀର ମୃତଦେହ ଠାବ

କୁଚିଣ୍ଡା,୧୦ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ଡିଭିଜନ କୁଚିଣ୍ଡା ରେଞ୍ଜ ଅଧିନସ୍ଥ ଜରାବଗା ପଞ୍ଚାୟତ ବିଞ୍ଜିଖୋଲ ଗାଁ ନିକଟରେ ଏକ ହାତୀର ମୃତଦେହକୁ ବନବିଭାଗ ରବିବାର...

ଅତାବିରା ବିଧାନସଭାରେ ସ୍ନେହାଙ୍ଗିନୀ ଛୁରିଆ ଆଗୁଆ

ଅତାବିରା,୨୩।୫: ଅତାବିରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଗରେ ଅଛନ୍ତି। ସ୍ନେହାଙ୍ଗିନୀ ୧୭୮୧୪ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ଭାଜପା ପ୍ରତିଦ୍ୱନ୍ଦ୍ୱୀ ୧୩୧୦୯...

Advertisement
Archives

Model This Week