ମଦଦୋକାନ ଭଙ୍ଗାରୁଜା ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୧୯।୯: ଗଞ୍ଜାମ ଜିଲା ସ୍ଥାନୀୟ ପିଭିଏନ୍‌ ପେଟ୍ରୋଲ ପମ୍ପ ଛକରେ ଥିବା ବିୟର ପାର୍ଲର ଭଙ୍ଗାରୁଜା ଘଟଣାରେ ଟାଉନ ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ମେଘା ରେଡ୍ଡୀ। କେସ୍‌ ନଂ.୧୮୮/୧୯ରେ ମେଘାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ମେଘା ମଦ ପିଇବା ପାଇଁ ବିୟର ପାର୍ଲର ଯାଇଥିଲେ। ସେଠାରେ ସେ ମଦ ପିଇବା ପରେ ପାର୍ଲରରେ କାମ କରୁଥିବା କର୍ମଚାରୀ ଜଣଙ୍କ କାଉଣ୍ଟରରେ ଟଙ୍କା ଦେବାକୁ କହିଥିଲେ। ଏଥିରେ ମେଘା ଉତ୍‌କ୍ଷିପ୍ତ ହୋଇ ବିୟର ପାର୍ଲର ଭଙ୍ଗାରୁଜା କରିବା ସହ ମ୍ୟାନେଜର ରବୀନ୍ଦ୍ର ନାଥ ସାହୁଙ୍କୁ ବିୟର ବୋତଲରେ ଆକ୍ରମଣ କରିଥିଲେ। ଏପରିକି ଥାନାରେ ଖବର ଦେଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ମ୍ୟାନେଜର ସାହୁ ବୁଧବାର ରାତିରେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଗୁରୁବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

ଚନ୍ଦ୍ରକାନ୍ତ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ରାସ୍ତା ଅବରୋଧ

ଧୂଷୁରୀ, ୭।୭( ଦୀପ୍ତି ରଞ୍ଜନ ନାୟକ ) : ଧୂଷୁରୀ ଥାନା ଅଧୀନ ମଠଡିହ ବଜାରରେ ମଙ୍ଗଳବାର ପୂର୍ବାହ୍ନରେ ନିକଟସ୍ଥ ସାଠିବାଙ୍କୁଡା ଗ୍ରାମର ମହିଳା,ପୁରୁଷ,ଯୁବତୀ, ଯୁବକ ପ୍ଲାଏ…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ସିପିଆଇଏମ ନେତା, ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା

ଗଞ୍ଜାମ,୭।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ଅଙ୍ଗନବାଡ଼ି କେନ୍ଦ୍ରରୁ ଖସିଲା କଂକ୍ରିଟ,୩ ଶିଶୁ ଆହତ

କଣ୍ଟାବାଞ୍ଜି,୭।୭: ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ କୁର୍ଲ୍ଲୀ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଅଙ୍ଗନବାଡ଼ି କେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri