Posted inUncategorized

ମଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନନ୍ଦପୁର, ୧।୪ (ସ୍ବ.ପ୍ର.)-କରୋନା କଟକଣା ବେଳେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମରେ ଅବାଧ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ସ୍ବୟଂ ସହାୟକ ମହିଳା ମଣ୍ଡଳର ସଭ୍ୟାମାନେ ସୋମବାର ରାତିଠାରୁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଆନ୍ଦୋଳାନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ଗ୍ରାମକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
କରୋନା ପାଇଁ ଜିଲାରେ ଲକ୍‌ ଡାଉନ୍‌ ପରିସ୍ଥିତି ଜାରି ରହିଥିଲେ ସୁଦ୍ଧା ଆଖପାଖ ଅଞ୍ଚଳର ଅସାମାଜିକ ଯୁବକମାନେ ମଦ ପାଇଁ ବିରିଡିହା ଗ୍ରାମରେ ଏକାଠି ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏପରିକି ଯୁବକମାନେ ନିଶାସକ୍ତ ଅବସ୍ଥାରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବାରୁ ଗ୍ରାମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସୋମବାର ବିଳମ୍ବିତ ରାତିରେ ମହିଳାମାନେ ଏନେଇ ପୋଲିସକୁ ସୂଚନା ଦେଇଥିଲେ। ତେବେ ପୋଲିସ ମଙ୍ଗଳବାର ବିରିଡିହା ଗ୍ରାମରେ ପହଞ୍ଚି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଅଭିଯୁକ୍ତ ଦେଉଛନ୍ତି ଧମକ, ପୋଲିସ ଚୁପ୍‌: ଭୟରେ ଦିନ କାଟୁଛନ୍ତି ବୃଦ୍ଧା

ଅନୁଗୋଳ ଅଫିସ, ୨୩।୫: ପଡୋଶୀ ପିଲା ଘରେ ପଶି ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କଠାରୁ ଚୋରି କରିବା ଅଭିଯୋଗରେ ଅନୁଗୋଳ ଜିଲା ଏନ୍‌ଟିପିସି ଥାନା ପୋଲିସ ଏକ ମାମଲା...

ନାକଚଣା ସ୍ପର୍ଶରେ କାଳିଆର ଅନୁଭବ

ପୁରୀ ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜିଲା ପ୍ରଶାସନ ନେଇଛି ଏକ ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ବନ୍ଦ ରହିଛି ଶ୍ରୀମନ୍ଦିରରେ ଦର୍ଶନ।...

ବକ୍ସିଂ ଡେ ଟେଷ୍ଟ ପାଇଁ ସିଡ୍‌ଲୀଙ୍କୁ ଡାକରା

ସିଡ୍‌ନୀ, ୧୭।୧୨ (ଏଏଫ୍‌ପି)- ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ଡିସେମ୍ବର ୨୬ରୁ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ୨ୟ ମ୍ୟାଚ୍‌ ଆରମ୍ଭ...

ସୁନାମି ମୁକାବିଲା: ପ୍ରଶିକ୍ଷିତ ହେବ ୩୨୮ ଗାଁ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ଚଳିତ ବର୍ଷ ଅକ୍ଟୋବର ପୂର୍ବରୁ ଓଡ଼ିଶା ଉପକୂଳର ୩୨୮ ଗାଁକୁ ସୁନାମି ମୁକାବିଲା ପାଇଁ ପ୍ରସ୍ତୁତ କରାଯିବ। ତନ୍ମଧ୍ୟରୁ ୨ ଗାଁ ସମ୍ପୂର୍ଣ୍ଣ ସୁନାମି...

ପ୍ରେମରେ ପଡିଛନ୍ତି ସୁନ୍ଦରୀ ରାଜକୁମାରୀ, ବିବାହ ପାଇଁ କରୁଛନ୍ତି ଭୟ

ଟୋକିଓ,୧୭।୧୧: ଜାପାନର ସୁନ୍ଦରୀ ରାଜକୁମାରୀ ମାକୋ ପ୍ରେମରେ ପଡିଛନ୍ତି। ଦେଶର ସାଧାରଣ ନାଗରିକ କେ କୋମୁରୋଙ୍କୁ ପ୍ରେମ କରି ବସିଛନ୍ତି ସେ। ଜାପାନର ସମୁଦ୍ର କୂଳରେ...

ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ...


Coronavirus Update

Archives

Model This Week

Why Dharitri