ମଣ୍ଡିରେ ଅନିୟମିତତା: ଧାନ ବିକ୍ରି ପାଇଁ ଆନ୍ଧ୍ରକୁ ଯାଉଛନ୍ତି ଚାଷୀ

ପାରଳାଖେମୁଣ୍ଡି,୬ା୧(ସ୍ବ.ପ୍ର.) – ଗଜପତି ଜିଲାରେ ଡିସେମ୍ବର ୧୨ରୁ ଧାନମଣ୍ଡି ଖୋଲାଯାଇଥିଲେ ମଧ୍ୟ ବ୍ୟାପକ ଅନିୟମିତତା ଯୋଗୁ ଜିଲାର ଚାଷୀ ଧାନ ବିକ୍ରି ପାଇଁ ଆନ୍ଧ୍ର ଯାଉଥିବା ଦେଖିବାକୁ ମିଳୁଛି। ସରକାରୀ ମୂଲ୍ୟ ଠାରୁ କମ୍‌ ଦରରେ ସେଠାକାର ମିଲର୍‌ଙ୍କୁ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ଏଠାକାର ଚାଷୀ ବିଶେଷକରି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ୍‌ ଜିଲାର ଚାପରା, ମେଳିଆପୁଟି, ହିରମଣ୍ଡଳ, ପୁରୁଣାପାଟଣା, କଞ୍ଚୁରୁ ଓ ନିବଗାଁ ଆଦି ସ୍ଥାନରେ ଘରୋଇ ମିଲର୍‌ଙ୍କୁ ଧାନ ବିକ୍ରି କରୁଥିବା ଜଣାପଡ଼ିଛି। ଏପରିକି ବିଶାଖାପାଟଣା, ବିଜୟୱାଡ଼ା, କାକିନାଡ଼ା, ରାଜମନ୍ଦ୍ରି ଭଳି ସହରର ଘରୋଇ ମିଲର୍‌ମାନେ ମଧ୍ୟ ଗଜପତି ଜିଲାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଥିବା ଜଣାପଡ଼ିଛି। କିଛି ଦିନ ତଳେ ଗୋଷାଣୀ ବ୍ଲକ୍‌ର ସାତମାଇଲ, କାଶୀନଗର ବ୍ଲକ୍‌ର ହାଡ଼ୁଭାଙ୍ଗି ଆଦିି ଅଞ୍ଚଳର ଅନେକ ଚାଷୀ ସେମାନଙ୍କ ଧାନ ଠିକ୍‌ଭାବେ କ୍ରୟ କରାଯାଉ ନ ଥିବା ଏବଂ ଅଞ୍ଚଳରେ ମିଲର୍‌ମାନଙ୍କ ଜରିଆରେ ଖୋଲାଯାଇଥିବା ମଣ୍ଡି ମଣ୍ଡିରେ ବେନିୟମଭାବେ ୮୦ କିଲୋ ବଦଳରେ ୩ କିଲୋ ଅଧିକ ଧାନ ନେଉଥିବା ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ବେପାରୀ

ବୌଦ୍ଧ,୧୬ା୯(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଯୁବ ପିଢି କମ ପରିଶ୍ରମରେ ସ୍ବଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ ଗଞ୍ଜେଇ ଚାଷ...

ଆର୍ମସ୍‌ ଆଣ୍ଡ୍‌ ଆମ୍ୟୁନିସନ ଇସ୍ୟୁ ରେଜିଷ୍ଟର ଯାଞ୍ଚ

କଟକ ଅଫିସ,୬ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ଦ୍ୱିତୀୟ ପର୍ଯ୍ୟାୟ ୪ ଦିନିଆ ରିମାଣ୍ଡ ରବିବାରଠାରୁ ଆରମ୍ଭ ହୋଇଛି।...

ଓଡ଼ିଆ ଯବାନଙ୍କ ଅକାଳ ବିୟୋଗ

ବାଲିଆପାଳ,୩।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ନିଖିରା ପଞ୍ଚାୟତ ଅଧୀନ ନିଖିରା ଗ୍ରାମର ମଧୁସୂଦନ ବାରିକଙ୍କ ଏକମାତ୍ର ପୁଅ ନୌସେନା ରକ୍ଷାମନ୍ତ୍ରଣାଳୟର ସିଭିଲିଆନ ଭାବେ କାର୍ଯ୍ୟରତ...

ଭୂଦାନ କର୍ମୀ ଗଜେନ୍ଦ୍ର ଦାସଙ୍କ ପରଲୋକ

ପଦ୍ମପୁର,୨୪ା୧୧(ଡି.ଏନ୍‌.ଏ.): ଜଣାଶୁଣା ଭୂଦାନ କର୍ମୀ ବିନୋବାଭାବେଙ୍କ ସହଯୋଗୀ ଗଜେନ୍ଦ୍ର ପ୍ରସାଦ ଦାସ (୯୦)ଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।...

ଆଜିଠୁ ନାମାଙ୍କନ ଦାଖଲ

ବ୍ରହ୍ମପୁର ଅଫିସ,୪ା୩: ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ...

ଜନଜାତି ଛାତ୍ରୀଛାତ୍ରଙ୍କଠାରୁ ନାମ ଲେଖା ଫି’ ଆଦାୟ

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ସର୍ବଶିକ୍ଷା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ସୁଦୂର ପ୍ରଚାର...

ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି...

ରଗଡ଼ି ଅଞ୍ଚଳରେ ମୋରମ ଲୁଟ ଅଣାୟତ୍ତ

ଯାଜପୁର ଅଫିସ/ରଗଡ଼ି (ଡି.ଏନ୍‌.ଏ.),୧୫ା୬: ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ମୋରମ ଚୋରି ବଢ଼ିବାରେ ଲାଗିଛି। ରାଜସ୍ବ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଏବଂ ଅର୍ଥ ଲୋଭ ପାଇଁ...

Advertisement
Archives

Model This Week