ମଣ୍ଡିରୁ ଉଠୁନି ଧାନ: ଚିଠି, ଟୁଇଟର ମାଧ୍ୟମରେ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ

ଭୁବନେଶ୍ୱର, ୫।୧(ବ୍ୟୁରୋ)- ସାରା ରାଜ୍ୟରେ ଧାନ ସଂଗ୍ରହ ଆରମ୍ଭ ହୋଇଛି। ହେଲେ କେତେକ ସ୍ଥାନରେ ମଣ୍ଡିରୁ ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏପରି କି ରାଜଧାନୀ ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ଼ ମଣ୍ଡିରୁ ଧାନ ଉଠି ନ ଥିବା ଅଭିଯୋଗ ହୋଇଛି। ଏହି କାରଣରୁ କେତେକ ବ୍ୟକ୍ତି ଟୁଇଟର ଜରିଆରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଅନୁରୂପଭାବେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡକାଳୁପଡା ସୋସାଇଟିରୁ ଏ ପର୍ଯ୍ୟନ୍ତ ଧାନ ଉଠୁ ନ ଥିବା ଅଭିଯୋଗ ହୋଇଛି। ଏହି ସୋସାଇଟିରେ ପଞ୍ଜୀକୃତ ହୋଇଥିବା ୨୦୪ ଜଣ ଚାଷୀ ଧାନ ଉଠୁ ନ ଥିବାରୁ ପ୍ରଭାବିତ ହୋଇଛନ୍ତି। ଶିଶୁପାଳଗଡ ମଣ୍ଡିରୁ ଧାନ ନ ଉଠିବା ନେଇ ମନୋଜ କୁମାର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେହିପରି ଡେଲାଙ୍ଗବାସିନ୍ଦା ତଥା ଚାଷୀ ପ୍ରତାପ ସ୍ବାଇଁ, ମହେନ୍ଦ୍ର ଖଟେଇ , ପ୍ରମୋଦ ଆଚାର୍ଯ୍ୟ, ଧୋଇଆ ସ୍ବାଇଁ ଏବଂ ଜଗନ୍ନାଥ ମାଣ୍ଡିଆ ପ୍ରମୁଖ ଚିଠି ଲେଖି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ ଟୋକନ୍‌ ବ୍ୟବସ୍ଥା ପୂର୍ବପେକ୍ଷା ସ୍ବଚ୍ଛତା ଆଣିଛି। ହେଲେ ତୃଣମୂଳର କେତେକ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଏପରି ଅସୁବିଧା ହୋଇଛି। ଏହି ପ୍ରସଙ୍ଗରେ ଯୋଗାଣ ମୁଖ୍ୟାଳୟ ଅଧିକାରୀ ନେତ୍ରମଣି ପଣ୍ଡା କହିଛନ୍ତି ଯେ, ଏହି ୨ ଅଞ୍ଚଳରେ ଧାନ କ’ଣ ପାଇଁ ଉଠାଯାଇନାହିଁ, ସେ ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କଠାରୁ ରିପୋର୍ଟ ସଂଗ୍ରହ କରାଯାଇ ବିହିତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ବାତ୍ୟା: ଉତ୍ତର ଓଡ଼ିଶା ପ୍ରଭାବିତ ହେବା ସମ୍ଭାବନା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ୧୬ ତାରିଖ ସନ୍ଧ୍ୟା ସୁଧା ଏହା...

୧୦ବର୍ଷର ଆକ୍ରୋଶରୁ ଗଣହତ୍ୟା

ବଲାଙ୍ଗୀର ଅଫିସ/ପାଟଣାଗଡ଼, ୧୯ା୧୧(ଡି.ଏନ୍‌.ଏ.):ପାଟଣାଗଡ଼ ସହଁରାପଡାରେ ଗତ ୧୦ ତାରିଖ ରାତିରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ୮...

୧୩ ତାରିଖ ଅପରାହ୍ନରେ ସାମାଜିକ ଗଣମାଧ୍ୟମରେ ଉତ୍ତର ରଖିବେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚଳିତ ମାସ ୧୩ ତାରିଖ(ଗୁରୁବାର) ଅପରାହ୍ନ...

ଋଣ ପରିଶୋଧ ନ କଲେ ବାଜ୍ୟାପ୍ତ ହେବ ବନ୍ଧକ ସମ୍ପତ୍ତି

ଭୁବନେଶ୍ୱର ୯।୯(ବ୍ୟୁରୋ): କରୋନା ମହାମାରୀ ଯୋଗୁ ରାଜ୍ୟ ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି। ରାଜ୍ୟ ସରକାର ବିଭିନ୍ନ ବକେୟା, ଋଣ ଓ ଟିକସ ଆଦାୟ...

ବଲିଉଡ୍‌ ଷ୍ଟାର୍‌ଙ୍କ ଫଟୋ ଲଗାଇ ବହୁ କୋଟି ଟଙ୍କା ଲୁଟ୍‌

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଅର୍ଥନେତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଏକ ଫ୍ରଡ୍‌ ଆପ୍‌ ଜଏନ ଟ୍ରେଡ’ର ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି। ଅକ୍ଷୟ କୁମାର ଏବଂ...

ଓଡ଼ିଶାରେ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ: ଏମାନଙ୍କୁ ଦିଆଯିବ ପ୍ରାଥମିକତା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟୀକା ୩ ଲକ୍ଷ ୨୦ ହଜାର ଲୋକଙ୍କୁ...

ବୌଦ୍ଧକୁ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଭେଟି: ଘୋଷଣା କଲେ ୧୧୪ କୋଟିର ପ୍ରକଳ୍ପ

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ଏଥିସହ ଜିଲାର ସାମଗ୍ରିକ ଉନ୍ନତି ପାଇଁ...

ଦିଲ୍ଲୀ ପ୍ରଦୂଷଣକୁ ନେଇ ଫିଲ୍ମ ହେବ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଚିନ୍ତା ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଏକ ଗମ୍ଭୀର ସମମ୍ୟାର ସମାଧାନ...

Advertisement
Archives

Model This Week