ମଣିନାଗ ପୀଠ ରାସ୍ତା କାମ ବନ୍ଦ: ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି ପର୍ଯ୍ୟଟକ

ରଣପୁର,୨୯ା୧(ସ୍ବ.ପ୍ର.): ନୟାଗଡ଼ ଜିଲାର ରଣପୁର ନିକଟ ମା’ ମଣିନାଗ ପୀଠ ରାସ୍ତାକୁ ଜଣେ ଲୋକ ପଥର ପକାଇ ଅବରୋଧ କରିଛନ୍ତି। ଫଳରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇଯାଇଛି। ରାସ୍ତା ଅବରୋଧ କାରଣରୁ ଭକ୍ତମାନେ ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବା ବ୍ୟବସ୍ଥା କରା ନ ଗଲେ ସ୍ଥାନୀୟ ବାସିନ୍ଦା ଫେବୃୟାରୀ ୪ରେ ରଣପୁର ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗ। ଏଠାରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ ଜମେ । ରଣପୁର ପୂର୍ତ୍ତ ବିଭାଗ ଛକଠାରୁ ମା’ଙ୍କ ପୀଠକୁ ପଡିଛି ଏକମାତ୍ର ରାସ୍ତା। ଏହି ରାସ୍ତାକୁ ୧୮ ଫୁଟିଆ କଂକ୍ରିଟ ଓ ଗାର୍ଡୱାଲ କରିବା ପାଇଁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଖୁସି ବ୍ୟକ୍ତ କରିଥିଲେ। ତେବେ ଦେବୋତ୍ତର ବିଭାଗ ଅଧୀନ ଗୁରୁଣ୍ଡି ଗୋପାଳଜୀଉ, ମାର୍ଫତ ଅରକ୍ଷିତ ସେଠୀଙ୍କ ନଁାରେ ରାସ୍ତା ସମେତ କିଛି ଅଂଶ ରେକର୍ଡ ହୋଇଯାଇଛି। ତେବେ ଜମିଟି କାହିଁ କେଉଁ କାଳରୁ ରାସ୍ତା ରୂପେ ବ୍ୟବହୃତ ହୋଇଆସୁଛି। ଅନ୍ୟପକ୍ଷେ ଗୁରୁଣ୍ଡି ଗୋପାଳଜୀଉଙ୍କ ନଁାରେ ଜମି ରହିଥିବାବେଳେ ସେହି ଠାକୁରାଣୀ ମଣିନାଗଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ଗୁରୁଣ୍ଡି ଗୋପାଳଜୀଉଙ୍କ ସ୍ବତନ୍ତ୍ର ପୀଠସ୍ଥଳ ନାହିଁ। ମାର୍ଫତଦାର ଠାକୁରାଣୀଙ୍କ ଦାୟିତ୍ୱ ନେଉ ନ ଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଙ୍କୁ ଉଚ୍ଛେଦ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିଭଳି ଦେବୋତ୍ତର ବିଭାଗ ନାମରେ ସ୍ବତନ୍ତ୍ର ରେକର୍ଡ ସଂଶୋଧନ କରାଯିବାକୁ ସେମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲୁଛି ଦନ୍ତା, ଗ୍ରାମବାସୀ ଭୟଭୀତ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ବଡ଼ପାଳ ପଞ୍ଚାୟତ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲରେ ବୁଲୁଛି ଝାଡ଼ଖଣ୍ଡ ଦନ୍ତା। ଗାଁକୁ ପଶିଯିବା ଭୟରେ ଅଞ୍ଚଳବାସୀ...

ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଗୁଣପୁର,୩୦।୭(ଡି.ଏନ୍‌.ଏ.): ଆନ୍ଧ୍ରପ୍ରଦେଶ ଗୁଣ୍ଟୁରୁ ଜିଲାର ଲାଙ୍କାଭାନିଦାବା ଗ୍ରାମରେ ଚିଙ୍ଗୁଡି ପ୍ୟାକ୍ଟ୍ରିିରେ କାମ କରୁଥିବା ବେଳେ ଶର୍ଟ୍‌କିଟରେ ଆସି ୬ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି ।...

ମାସ୍କ ପିନ୍ଧି ନ ଥିବା ୪୦୪ ଜଣଙ୍କ ଠାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨୭।୬: ଲକ୍‌ଡାଉନ ସମୟରେ ଅମାନିଆଙ୍କୁ ପୋଲିସ ଅଟକାଇ ପ୍ରତିଦିନ ଯାଞ୍ଚ କରି ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ...

ପଞ୍ଚାୟତ ଅଫିସ୍‌ ଆଗରେ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ରକୁ ବିରୋଧ

ବାଲିଆ, ୨୧।୨: ବିରିଡି ବ୍ଲକ ହାଜିପୁର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ପ୍ରସ୍ତାବିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ପାଇଁ ସ୍ଥାୟୀ କେନ୍ଦ୍ର ନିର୍ମାଣକୁ ଗୋପାଳ ସାହିର ଜନସାଧାରଣ ବିରୋଧ...

ମଦ ନେଲା ଜୀବନ: ନିଶାରେ ସ୍ତ୍ରୀଙ୍କୁ ପିଟି ମାରିଦେଲେ ସ୍ବାମୀ

ରେମୁଣା,୧୮।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ସେରଗଡ଼ ପଞ୍ଚାୟତ ୯ନଂ ଓ୍ବାର୍ଡରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମଦ ନିଶାରେ ଜଣେ ସ୍ବାମୀ ସ୍ତ୍ରୀଙ୍କୁ...

ମତ ବଦଳାଇଲେ ସଞ୍ଜୟ

ପୁରୀ ଅଫିସ,୮ା୬: ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର...

ଆସନ୍ତାକାଲିଠାରୁ ନବମ ସମ୍ମେଟିଭ୍‌-୧ ପରୀକ୍ଷା

କଟକ ଅଫିସ,୨୬ା୧୦- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ନବମ ଶ୍ରେଣୀ ସମ୍ମେଟିଭ ଆସେସ୍‌ମେଣ୍ଟ(ଏସ୍‌ଏ)-୧ ପରୀକ୍ଷା ଗୁରୁବାରଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨...

କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଭବାନୀପାଟଣା,୧୫।୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିଛି। କେନ୍ଦ୍ରର ଭାଜପା...

Advertisement
Archives

Model This Week