ସିମନବାଡ଼ି ସବ୍‌ଷ୍ଟେସନ କାର୍ଯ୍ୟ ଶେଷକୁ ବିତିଲା ଦୀର୍ଘଦିନ : ଲୋକଙ୍କୁ ମିଳୁନି ସେବା, ବିଭାଗର ଅହେତୁକ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି, ୨୦/୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଦୀର୍ଘଦିନ ହେଲା ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ସ୍ଥାପନ କାର୍ଯ୍ୟ ଶେଷ ହୋଇସାରିଛି। ହେଲେ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ କରାଯାଉଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୋଟିଏପଟେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଲୋକେ ହଟହଟା ହେଉଥିବା ବେଳେ ଅନ୍ୟପଟେ ନିର୍ମାଣ ଶେଷ ହୋଇଥିବା ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଉପଭୋକ୍ତାଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇଛି।

ପ୍ରକାଶ ଯେ, ଦାରିଙ୍ଗବାଡ଼ିଠାରୁ ସିମନବାଡ଼ି ପର୍ଯ୍ୟନ୍ତ ୧୧ କେଭି ଫିଡର ରହିଛି। ଏହି ଫିଡର ଉପରେ ସିମନବାଡ଼ି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ, କୋଟଗଡ଼ ବ୍ଲକର ପକାରୀ ଏବଂ ବାଲିଗୁଡ଼ା ବ୍ଲକର ଋତୁଙ୍ଗିଆ ପଞ୍ଚାୟତ ବିଦ୍ୟୁତ ଯୋଗାଣ ପାଉଛନ୍ତି। ଗୋଟିଏ ଫିଡର ଉପରେ ଏତେଗୁଡ଼ିଏ ପଞ୍ଚାୟତ ନିର୍ଭର କରୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ଦୀର୍ଘ ଦୂରତା ପର୍ଯ୍ୟନ୍ତ ଟଣାଯାଇଛି। ଫଳରେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ ସରବରାହ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି।

ଚଳିତବର୍ଷ ଲଘୁଚାପଜନିତ ବର୍ଷା ଓ ଖରାପ ପାଣିପାଗ ଯୋଗୁଁ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ଏହାର ସୁଧାର ପାଇଁ ସିମନବାଡ଼ିଠାରେ ଏକ ସବ୍‌ଷ୍ଟେସନ ନିର୍ମାଣ କରାଯାଇ ସିମନବାଡ଼ି, କିରିକୁଟି ଓ ବୁଡ଼ାଗୁଡ଼ା ପାଇଁ ୩ଟି ଫିଡର ମାଧ୍ୟମରେ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ସବ୍‌ଷ୍ଟେସନ ନିର୍ମାଣ ସହ ଆବଶ୍ୟକ ମେସିନ, ଉଚ୍ଚକ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର, ଅଧିକାରୀଙ୍କ ପାଇଁ କାର୍ଯ୍ୟାଳୟ, ସୁରକ୍ଷା କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ଓ ଇଣ୍ଟରନେଟ୍‌ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି।

ହେଲେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ସବ୍‌ଷ୍ଟେସନରୁ ଫିଡରଗୁଡ଼ିକୁ ବିଦ୍ୟୁତ ଯୋଗାଣ ଆରମ୍ଭ ହୋଇନାହିଁ। ଫଳରେ ଉପଭୋକ୍ତା ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏନେଇ ବିଭାଗର ଜିଲା ମୁଖ୍ୟ ତଥା ନିର୍ବାହୀ ଯନ୍ତ୍ରୀ ଇଂ. ମାନସ ରଞ୍ଜନ ମହାରଣାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଛନ୍ତି ଯେ, ସବ୍‌ଷ୍ଟେସନର ୯୦ ପ୍ରତିଶତ କାର୍ଯ୍ୟ ସରିଛି। ଏହାକୁ ପରିଚାଳନା କରିବା ପାଇଁ ୪ ଜଣ କର୍ମଚାରୀଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରୁ ୨ ଜଣଙ୍କ ତାଲିମ ଶେଷ ହୋଇଛି। ଅନ୍ୟ ୨ ଜଣ କର୍ମଚାରୀ ଛୁଟିରେ ଥିବାରୁ ସବ୍‌ଷ୍ଟେସନଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଛୁଟିରେ ଥିବା ୨ ଜଣ କର୍ମଚାରୀ ଫେରିବା ପରେ ସେମାନଙ୍କୁ ତାଲିମ ଦିଆଯିବ ଏବଂ ଚଳିତ ମାସ ଶେଷ ସୁଦ୍ଧା ସବ୍‌ଷ୍ଟେସନକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।

ତେବେ ୨ ଜଣ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ, ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନ, ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ସିମନବାଡ଼ି ସମିତିସଭ୍ୟ ସାଧୁ ନାୟକ, ବଣିକ ସଂଘ ସଭାପତି ମହେଶ ସାହୁ ଏବଂ ବାରମ୍ବାର ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଆସୁଥିବା ଯୁବକ ଅମରେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି।

ସବ୍‌ଷ୍ଟେସନକୁ ତୁରନ୍ତ କାର୍ଯ୍ୟକ୍ଷମ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…

ନୂଆଦିଲ୍‌ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର…

ରେଙ୍ଗାଲିରେ ଏନକାଉଣ୍ଟର: କୋଡିନ୍‌ କଫ୍‌ସିରପ୍‌ ଚାଲାଣକାରୀଙ୍କୁ….

ସମ୍ବଲପୁର, ୨୦।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ନିଶା କାରବାର ବିରୋଧରେ ପୋଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ରେଙ୍ଗାଲି ଥାନା…

ଏହି ୭ ପ୍ରକାରର UPI ପେମେଣ୍ଟ୍‌ ଉପରେ କୌଣସି ଚାର୍ଜ ଲାଗିବ ନାହିଁ; ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ,୨୦ା୯: UPI ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧୫ ଅକ୍ଟୋବର, ୨୦୨୬ ଠାରୁ, ଏକ ନୂତନ ବାଣିଜ୍ୟ ରିହାତି ହାର (MDR) ଢାଞ୍ଚା କିଛି…

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ସକାଳୁ ସକାଳୁ ବର୍ଷାକୁ ନେଇ ବଡ଼ ଅପଡେଟ୍‌: ଜାରି ହେଲା ଆଲର୍ଟ, ଓଡ଼ିଶାର ଏହି ଜିଲାରେ…

ଭୁବନେଶ୍ୱର,୨୦ା୯(ସୌମ୍ୟରଞ୍ଜନ ରାଉତ): ଉତ୍ତର ଆଣ୍ଡାମାନ ସାଗର ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ସାରେ ଲଘୁଚାପର ରୂପ ନେଇଛି। ପଶ୍ଚିମ ଓ ଉତ୍ତର ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?