ମଣିକୁଣ୍ଡା ଗୁଳିକାଣ୍ଡ ମାମଲାର ପର୍ଦ୍ଦାଫାଶ: ୫ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତଙ୍କ ପତ୍ତା ମିଳୁନି

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ(ଡି.ଏନ୍‌.ଏ.),୨୨ା୯- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡା ଗ୍ରାମରେ ଗତ ୧୮ ତାରିଖରେ ଗୁଳିକାଣ୍ଡ ଘଟି ଯୁବ ଔଷଧ ବ୍ୟବସାୟୀ ଗଗନବିହାରୀ ସାହୁ(୨୮)ଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଏହି ଘଟଣାର ପର୍ଦ୍ଦାଫାଶ କରିଛି କେନ୍ଦ୍ରାପଡ଼ା ପୋଲିସ। ଏସ୍‌ପି ନୀତିଶେଖର କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରି ଏହି ସୂଚନା ଦେଇଛନ୍ତି। ବେଆଇନ ମଦ କାରବାରରେ ଭାଗୀଦାରିତା ଓ ଗଣେଶ ଭସାଣି ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଗଗନଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଏହି ମାମଲାରେ ମଣିକୁଣ୍ଡା ଗ୍ରାମର ସାୟନ କୁମାର ଜେନା (୨୪), ରଶ୍ମିରଞ୍ଜନ ସ୍ବାଇଁ ଓରଫ ରିଣ୍ଟନ (୩୬), କ୍ଷୀରୋଦ ଚନ୍ଦ୍ର ସ୍ବାଇଁ (୬୭), ମାଣିତିରି ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ (୩୬) ଓ ଜଣେ ନାବାଳକଙ୍କୁ ଗିରଫ କରାଯାଇଛି। ଅପରପକ୍ଷେ ମୁଖ୍ୟ ଅଭିଯୁକ୍ତ ମଣିକୁଣ୍ଡା ଗ୍ରାମର ଅନନ୍ତ ପ୍ରସାଦ ଜେନା ଓରଫ ଭେଲୁଙ୍କ ସମେତ ୩ ଜଣ ଫେରାର ରହିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏ ସମ୍ପର୍କରେ ଏସ୍‌ପି କହିଛନ୍ତି, ପାଟକୁରା ଥାନା ଅନ୍ତର୍ଗତ ଜୋକିଆ ଗ୍ରାମର ଉତ୍କଳ କେଶରୀ ଖୁଣ୍ଟିଆଙ୍କଠାରୁ ଭେଲୁ ବେଆଇନ ମଦ ବେପାର ପାଇଁ ୩ ଲକ୍ଷ ଟଙ୍କା କରଜ ଆଣିଥିଲେ । ଏଥିରେ ମୃତକ ଗଗନ ଓ ବଛରାଇର ରାଜେଶ ମୁଦୁଲି ଓରଫ ରାଜା ଗ୍ୟାରେଣ୍ଟର ଥିଲେ । ଏହି ବେଆଇନ ମଦ ବ୍ୟବସାୟରେ ଭାଗୀଦାରିତା ପାଇଁ ଭେଲୁଙ୍କୁ ଗଗନ କହିଥିଲେ । ଏନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମାତ୍ର ଭେଲୁଙ୍କ ଭୟରେ ଗଗନ ଗ୍ରାମ ଛାଡି ବାହାରକୁ ଚାଲିଯାଇଥିଲେ। ପରେ ଗଣେଶ ପୂଜା ସମୟରେ ସେ ଘରକୁ ଫେରି ଭସାଣିର ନେତୃତ୍ୱ ନେଇଥିଲେ। ଏହି ସମୟରେ ଗ୍ରାମର ୨ ସାହି (ସିଂହସାହି ଓ ବାରିକସାହି) ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେତେବେଳେ ଗଗନ ଅଭିଯୁକ୍ତ ରିଣ୍ଟନଙ୍କ ବାପା ବୀରଙ୍କୁ ଗାଳିଗୁଲଜ କରିଥିଲେ। ରିଣ୍ଟନ ଏଥିରେ ଉତ୍ତେଜିତ ହୋଇ ଭେଲୁ ସହ ମିଶି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା କରିଥିଲେ ବୋଲି ଏସ୍‌ପି କହିଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ବୋଲି ସେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏଏସ୍‌ପି ଗାଗାରିନ ମହାନ୍ତି, କେନ୍ଦ୍ରାପଡ଼ା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରା ପ୍ରମୁଖ ଯୋଗଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri