ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡ଼ା

ପୁରୀ ଅଫିସ,୧୦।୯: ଶ୍ରୀକ୍ଷେତ୍ରର ମଠ ମାନଚିତ୍ରରୁ ହଜିଗଲା ବଡ଼ ଆଖଡା ମଠ। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀର ବିକାଶ ପାଇଁ ଚାଲିଥିବା ଉଚ୍ଛେଦ ଅଭିଯାନରେ ଲଙ୍ଗୁଳି ଓ ଏମାର ମଠ ପରେ ଧରାଶାୟୀ ହୋଇଛି ବଡ଼ ଆଖଡା ମଠ। ଠାକୁରଙ୍କ ବିଜେସ୍ଥଳୀ ଓ ମହନ୍ତଙ୍କ ଆସ୍ଥାନକୁ ବାଦ୍‌ ଦିଆଯାଇ ପ୍ରାୟ ୮୫ ବଖରା ଘରକୁ ମାଟିରେ ମିଶାଇ ଦିଆଯାଇଛି। ମଠ ଭଙ୍ଗା କାର୍ଯ୍ୟ ଚାଲିଥିବାରୁ ମହନ୍ତ ହରିନାରାୟଣ ଦାସ ସାମୟିକ ଭାବେ ନୀଳାଚଳ ଭକ୍ତ ନିବାସରେ ରହୁଥିବାବେଳେ ମଠର ବିଦ୍ୟାର୍ଥୀ ଏବଂ ଅନ୍ତେବାସୀଙ୍କ ରହଣି ଲାଗି ଜିଲା ପ୍ରଶାସନ ବ୍ୟବସ୍ଥା କରିଛି। ମଙ୍ଗଳବାର ସାନଛତା ମଠ ଭଙ୍ଗାଯାଇପାରେ। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହି ମଠରୁ ଜିିନିଷପତ୍ର ଖାଲି କରାଯାଇଛି। ଅନ୍ୟପକ୍ଷରେ ପ୍ରଶାସନର ଏଭଳି ଆଭିମୁଖ୍ୟ ଦେଖି ୭୫ ମିଟର ମଧ୍ୟରେ ରହୁଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତିତ ହୋଇପଡ଼ିଛନ୍ତି। କାହାର ପାଳି କେବେ ପଡୁଛି ତାହାକୁ ନେଇ ସେମାନେ ଦିନ ଗଣୁଛନ୍ତି।
ବଡ଼ ଆଖଡ଼ା ମଠ ଉଚ୍ଛେଦ କାର୍ଯ୍ୟ ରବିବାରଠାରୁ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୭୫ ବଖରାରୁ ଊର୍ଦ୍ଧ୍ୱ ଭଙ୍ଗାଯାଇଥିଲା। ତେବେ ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦ ବନ୍ଦ ରହିଥିଲା। ସୋମବାର ସକାଳୁ ପୁଣି ଅଭିଯାନ ଆରମ୍ଭ ହୋଇଥିଲା। ଦ୍ୱିତୀୟ ଦିନରେ ପ୍ରାୟ ୧୨ ବଖରାରୁ ଊର୍ଦ୍ଧ୍ୱ ଘର ସହିତ ଅଧାଭଙ୍ଗା ଅବସ୍ଥାରେ ଥିବା ପିଲର ଏବଂ ଅନ୍ୟାନ୍ୟ ନିର୍ମାଣକୁ ଭାଙ୍ଗିଦିଆଯାଇଛି। ଏହାପରେ ସେହି ସ୍ଥାନରୁ ଅଳିଆ ସଫା କରାଯାଉଛି।
ବଡ଼ ଆଖଡା ମଠରେ ୨ଟି ମନ୍ଦିରକୁ ସୁରକ୍ଷିତ ରଖାଯାଇଛି। ଗୋଟିକରେ ଶ୍ରୀହନୁମାନ ଏବଂ ଅନ୍ୟ ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପୂଜା ପାଉଛନ୍ତି। ଗାଦିଘରେ ମଠର ପ୍ରତିଷ୍ଠାତା ଶ୍ରୀରାମାନନ୍ଦାଚାର୍ଯ୍ୟଙ୍କ ଏକ ପିତ୍ତଳ ବିଗ୍ରହ ଉପାସିତ ହେଉଛନ୍ତି। ତେଣୁ ଏହି ବିଜେସ୍ଥଳୀ ସହିତ ମହନ୍ତ ରହୁଥିବା ଆବାସସ୍ଥଳୀକୁ ପ୍ରଶାସନ ଭାଙ୍ଗି ନାହିଁ। କିନ୍ତୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାରୁ ମହନ୍ତ ଏବେ ନୀଳାଚଳ ଭକ୍ତ ନିବାସରେ ରହୁଛନ୍ତି। ବିଦ୍ୟାର୍ଥୀ ଓ ମଠ ଅନ୍ତେବାସୀଙ୍କ ପାଇଁ ବାଗେଡ଼ିଆ ଧର୍ମଶାଳାରେ ରହିବାର ବ୍ୟବସ୍ଥା କରିଛି ପ୍ରଶାସନ। ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି, ରବିବାର ବଡ଼ଆଖଡା ମଠ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ବାକି ରହିଯାଇଥିବା କେତେକ ନିର୍ମାଣକୁ ସୋମବାର ଭଙ୍ଗାଯାଇଛି। ମଠ ବିଜେସ୍ଥଳୀ, ଗାଦିଘରକୁ ସୁରକ୍ଷିତ ରଖାଯାଇଥିବା ବେଳେ ବ୍ୟବସାୟିକ କୋଠାଗୁଡ଼ିକୁ ଉଚ୍ଛେଦ କରାଯାଇଛି। ମଠ ଭିତରେ ସୁନ୍ଦର ମନ୍ଦିର ଥିଲେ ମଧ୍ୟ ପୂର୍ବରୁ ଭକ୍ତମାନେ ଏହାକୁ ଦେଖିପାରୁ ନ ଥିଲେ। କିନ୍ତୁ ଏବେ ଉଚ୍ଛେଦ ପରେ ଶ୍ରଦ୍ଧାଳୁମାନେ ମଠ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। ୭୫ ମିଟର ବାହାରେ ମଠର ଯେଉଁ ନିର୍ମାଣ ଉଚ୍ଛେଦ କରାଯାଇଛି ତାହା ତିଆରି କରାଯିବ।
ଅପରପକ୍ଷେ ୭୫ ମିଟର ମଧ୍ୟରେ ଥିବା ଅନ୍ୟ ମଠର ମହନ୍ତମାନେ ଚିନ୍ତାରେ ଅଛନ୍ତି। ପ୍ରଶାସନ ପକ୍ଷରୁ ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠ ମାପଚୁପ କରାଯାଇଥିବାରୁ ମହନ୍ତ ସଂଶୟ ଭିତରେ ରହିଛନ୍ତି। ଏହି ମଠର କିଛି ଅଂଶ ସୁରକ୍ଷିତ ଜୋନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତା ଦିବସ ପାଳନ ସ୍ଥାନ ପରିବର୍ତ୍ତନ ପ୍ରସଙ୍ଗ; ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବିରୋଧୀ ଯାହା କହୁଛନ୍ତି ୧୦ ବର୍ଷ ଧରି ଶୁଣୁଛୁ: ବିଜେଡି

ଭୁବନେଶ୍ୱର,୧୦।୮(ବ୍ୟୁରୋ): ସ୍ବାଧୀନତା ଦିବସ ପାଳନ ଲାଗି ସ୍ଥାନ ପରିବର୍ତ୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ୍‌ ବନ୍ଦ କରିବା ନିଷ୍ପତ୍ତି ନେଇ ରାଜ୍ୟ ସରକାରଙ୍କୁ ଭାଜପା...

ହସ୍ପିଟାଲ ପାଇଁ ନୂଆ ନିର୍ଦ୍ଦେଶନାମା: ପ୍ରତି ହସ୍ପିଟାଲରେ ସ୍ବତନ୍ତ୍ର ଫିଭର କ୍ଲିନିକ୍‌

ଭୁବନେଶ୍ୱର,୨୬।୬(ବ୍ୟୁରୋ): ରାଜ୍ୟରେ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ପାଖାପାଖି ପହଞ୍ଚତ୍ଥିବାବେଳେ ଏବେ ଏହି ଲଢ଼େଇରେ ସାମିଲ୍‌ ହୋଇଥିବା...

ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ...

ପୁତୁରାଙ୍କୁ ଆକ୍ରମଣ ମାମଲା:ଦାଦାଙ୍କୁ ୬ ବର୍ଷ ଜେଲ୍‌,୧୦ ହଜାର ଜରିମାନା

ଭଦ୍ରକ ଅଫିସ, ୨୨।୬ – ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୁକ୍ରବାର ପୁତୁରାକୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ଦାଦା ବାସୁଦେବପୁର ଥାନା...

ଭଗବାନପୁରରେ ୧୦ ବଖରା ଜଳିଗଲା

ବୁଗୁଡ଼ା,୭ା୩(ଡି.ଏନ.ଏ.): ବୁଗୁଡ଼ା ଥାନା ଭଗବାନପୁର ଗ୍ରାମରେ ଶୁକ୍ରବାର ମଧ୍ୟରାତିରେ ଅଗ୍ନିକାଣ୍ଡ ଘଟି ୮ ପରିବାରଙ୍କ ୧୦ ବଖରା ଜଳିଯାଇଛି। ଏଥିରେ କେହି ଆହତ ହୋଇ ନଥିବା...

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ...

୯ ହଜାରରୁ ଅଧିକ ଭୋଟରେ ବିକ୍ରମ ଆଗୁଆ

ବ୍ରହ୍ମପୁର ଅଫିସ,୨୩।୫- ବ୍ରହ୍ମପୁର ବିଧାନସଭା ର୍ନିବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବିକ୍ରମ ପଣ୍ଡା ୯ ହଜାରରୁ ଅଧିକ ଭୋଟରେ ଆଗୁଆ ହୋଇଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା...

ଚକ୍‌ମକ୍‌ ଧଉଳିର ଅବହେଳିତ ଐତିହ୍ୟ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ନୂଆ ରୂପ ପାଇଛି ଶାନ୍ତିସ୍ତୂପ। ପୀଠର ସୌନ୍ଦର୍ଯ୍ୟକରଣ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନାନାଦି ପଦକ୍ଷେପ ଗ୍ରହଣ କରାଯାଇଛି। ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ’...

Advertisement
Archives

Model This Week