Posted inଜାତୀୟ

ମଝି ରାସ୍ତାରେ କାର୍‌ରେ ନିଆଁ ଲଗାଇ ଫାଇରିଙ୍ଗ୍‌ କଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଥୁରା,୨୬।୯: ଉତ୍ତରପ୍ରଦେଶ ମଥୁରାରେ ଜଣେ ଯୁବକ ମଝିରାସ୍ତାରେ ନିଜ କାର୍‌କୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ଏହା ସହିତ ସେ ଫାଇରିଙ୍ଗ୍‌ ମଧ୍ୟ କରିଛନ୍ତି। ଯୁବକ ଜଣଙ୍କ ସ୍ଥାନୀୟ ଦାମୋଦରପୁରାର ଶୁଭମ୍‌ ଚୌଧୁରୀ। ସେ ତାଙ୍କ କମ୍ପାନୀ ପାର୍ଟନର ଅଞ୍ଜନା ଶର୍ମା ଏବଂ ତାଙ୍କ ତିନି ସନ୍ତାନଙ୍କ ସହିତ କାର୍‌କୁ ହଠାତ୍‌ ମଝି ରାସ୍ତାରେ ରଖିଦେଇଥିଲେ। ଏଥରୁ ଅଞ୍ଜନା ଏବଂ ତିନି ସନ୍ତାନ ଓହ୍ଲାଇବା ପରେ ଶୁଭମ୍‌ ଏଥିରେ ନିଆଁ ଲଗାଇଦେଇଥିଲେ। ଉଭୟ ଅଞ୍ଜନା ଏବଂ ଶୁଭମ୍‌ ପିସ୍ତଲରୁ ଗୁଳି ଫୁଟାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ଶୁଭମ୍‌ ଏକ ମାଇକ୍‌ ଲଗାଇଥିଲେ। ସେ ମାଇକ୍‌ରେ ସେମାନେ ସରକାରୀ ପକ୍ଷପାତିତାର ଶିକାର ହୋଇଥିବା କଥା କହିଥିଲେ। ଶେଷରେ ପୋଲିସ ସେମାନଙ୍କୁ କାବୁ କରି ପଚରାଉଚରା ଜାରି ରଖିଛି। ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତକାଳ ପାଇଁ ମଣିପୁରରେ କର୍ଫ୍ୟୁ

ଇମ୍ଫାଲ,୨୪।୩: ମଣିପୁରରେ ଜଣେ ମହିଳା କରୋନା ଭାଇରସ୍‌ରେ ସଂକ୍ରମିତ ହେବା ପରେ ମଙ୍ଗଳବାର ସେଠାରେ ଅନିଶ୍ଚିତକାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରାଜ୍ୟ ସରକାର କରୋନା...

ତଥ୍ୟ ଗୋପନୀୟତାକୁ ନେଇ ବଢ଼ୁଛି ସନ୍ଦେହ

ମୁମ୍ବାଇ,୨୭।୪(ପିଟି): କରୋନା ଭାଇରସ୍‌ ସଂକ୍ରମଣକାରୀଙ୍କଠାରୁ ଲୋକଙ୍କୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏପ୍ରିଲ ୨ତାରିଖରେ ଆରୋଗ୍ୟ ସେତୁ ଆପ୍‌ ଆରମ୍ଭ କରାଯାଇଥିଲା। ଏହା ୧୧ଟି ଆଞ୍ଚଳିକ ଭାଷାରେ...

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଏସ୍‌ଆଇଟି ଗଠନ ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ; ଜୟା ବଚ୍ଚନ ଏବଂ ସ୍ବାତୀ ମାଲିଓ୍ବାଲଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୭।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ସପକ୍ଷରେ ମତାମତ ଦେଇଥିବା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ପାଇଁ...

୨ ଖାସ୍‌ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇଟି ପଦକ୍ଷେପ – ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରିଟେଲ ଡାଇରେକ୍ଟ ସ୍କିମ...

ପ୍ରବଳ ରାଗିଗଲେ ଦିଦି

କୋଲକତା,୯।୪: ଭୋଟରଙ୍କୁ ବିଭାଜନ କରିବାର କୌଣସି ପ୍ରୟାସ ବିରୋଧରେ ସ୍‌ସ୍ବର ଉତ୍ତୋଳନ କରିବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିପାଇଁ ଯଦି ନିର୍ବାଚନ...

କଶ୍ମୀର ଭାରତର କହି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ୍‌ ଦେଲେ ଅଦନାନ୍‌ ସାମି

ମୁମ୍ବାଇ, ୧୬।୮:ବଲିଉଡର ପ୍ରସିଦ୍ଧ ଗାୟକ ଅଦନାନ୍‌ ସାମି ପାକିସ୍ତାନ ଦର୍ଶକଙ୍କୁ ଦୃଢ ଜବାବ ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦକୁ ନେଇ ଟୁଇଟରରେ ଭାରତକୁ ସମର୍ଥନ ଦେଇଥିଲେ...

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ କରୋନା ପଜିଟିଭ୍‌

ରାୟପୁର,୧୩।୮: ଦେଶରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ବିଭିନ୍ନ ରାଜ୍ୟରେ ଦ୍ରୁତଗତିରେ କାୟା ବିସ୍ତାର କରିଚାଲିଛି। ଏହିକ୍ରମରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ...

Advertisement


Archives

Model This Week