Posted inଜାତୀୟ

ମଝି ଆକାଶରେ ଝଡ଼ରେ ଦୋହଲିଲା ଏୟାର ଇଣ୍ଡିଆ ବିମାନ: ୧୭୨ ଯାତ୍ରୀଙ୍କୁ ନେଇ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀରୁ କୋଚି ବନ୍ଦର ଦେଇ ଥିରୁଭାନନ୍ତପୁରମ୍‌ ଯାଉଥିବା ଏୟାର ଇଣ୍ଡିଆର ଏ-୩୨୧ ବିମାନ ମଝି ଆକାଶରେ ଝଡ଼ରେ ଦୋହଲିବା ଆରମ୍ଭ କରିଥିଲା। ବିମାନରେ ଥିବା ସମାଗ୍ରୀ ତଳେ ପଡ଼ିବାକୁ ଆରମ୍ଭ କରିଥିଲା। ଏନେଇ ବିମାନରେ ଥିବା ୧୭୨ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାଇଲଟ୍‌ ବିମାନର ଜରୁରୀକାଳୀନ ଅବତରଣ କରାଇଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବିମାନର ସାମାନ୍ୟ କ୍ଷତି ହୋଇଥିବା ଏୟାରଲାଇନ୍ସ୍‌ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ଗତ ଶୁକ୍ରବାର ଘଟିଥିଲା। ବିମାନର ଯାଞ୍ଚ୍‌ କରାଯାଇ ପରେ ୪ ଘଣ୍ଟା ବିଳମ୍ବରେ ଏହା ଉଡ଼ାଣ ଆରମ୍ଭ କରିଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୧୭ରେ ଦିଲ୍ଲୀରୁ ବିଜୟଓ୍ବାଡ଼ା ଯାଉଥିବା ବିମାନ ଏ-୩୨୦ ମଧ୍ୟ ମଝି ଆକାଶରେ ବଜ୍ରାଘାତ ଦୋହଲିବାକୁ ଆରମ୍ଭ କରିଥିଲା। ଏଥିରେ କ୍ୟାବିନ୍‌ କ୍ରୁର ଜଣେ ସଦସ୍ୟ ଆହତ ହୋଇଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିକିମ୍‌ରେ କଡ଼ା ଟକ୍କର:ଚାମଲିଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ

ଗ୍ୟାଙ୍ଗଟକ୍‌,୨୪-୫:ସିକିମ୍‌ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍‌ଲୋକ୍‌ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌କେଏମ୍‌ର ଖର୍କା...

ସକାଳ ୯ଟା ସୁଦ୍ଧା କାର୍ଯ୍ୟାଳୟ ନ ପହଞ୍ଚିଲେ କଟିବ ଦରମା

ଲକ୍ଷ୍ନୌ,୨୭।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ସକାଳ ୯ଟା ସୁଦ୍ଧା ଯେଉଁ କର୍ମଚାରୀମାନେ କାର୍ଯ୍ୟଳୟରେ ଉପସ୍ଥିତ...

ହନିପ୍ରୀତଙ୍କ ଉପରୁ ଉଠିଲା ଦେଶଦ୍ରୋହ ଧାରା

ପଞ୍ଚକୁଲା,୨।୧୧: ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ନିକଟ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଯାଇଛି ଦେଶଦ୍ରୋହ ଧାରା। ପଞ୍ଚକୁଲା ହିଂସା...

ଆସାମକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୯।୫: ଦେଶର ବିଭିନ୍ନ ସ୍ଥାନରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବା ପରେ ସୋମବାର ଉତ୍ତର-ପୂର୍ବ ଆସାମ ରାଜ୍ୟ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ...

ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୨୬।୧୨: ପ୍ରାପ୍ତ ବୟସ୍କା ମୁସଲମାନ୍‌ ଯୁବତୀ ନିଜ ପସନ୍ଦର ବିବାହ କରିପାରିବେ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ମୁସଲମାନ ଯୁବତୀଙ୍କର ସୁରକ୍ଷା ଆବେଦନକୁ...

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟର ଭୋପାଳରେ ଜରୁରୀ ଅବତରଣ

ଭୋପାଳ,୨୫ ।୨: ଭୋପାଳରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ମେଡିକାଲ ଏମରଜେନ୍ସି କାରଣରୁ ଭୋପାଳ ଡାଇଭର୍ଟ କରିବାକୁ ପଡିଛି । ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ...

Advertisement
Archives

Model This Week