ମଙ୍ଗ ଧରିଛନ୍ତି/ତଥାଗତ ସତପଥୀ

କର୍ନାଟକରେ ରାଜନୈତିକ ସଙ୍କଟ ଦୂର ହୋଇପାରୁ ନାହିଁ। ଇସ୍ତଫା ଦେଇଥିବା ବିଧାୟକଙ୍କ ପତ୍ରକୁ ବାଚସ୍ପତି ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ୧୭ ଜୁଲାଇରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ୧୬ ଜୁଲାଇରେ କହିଛନ୍ତି। ସାଧାରଣ ଭାରତୀୟ ଉଚ୍ଚତମ ନ୍ୟାୟାଳୟର ଏହି ତତ୍ପରତାକୁ ନିଶ୍ଚିତ ଭାବେ ପ୍ରଶଂସା କରିବେ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ନ୍ୟାୟ ପାଇବା କେଉଁଭଳି ବିଳମ୍ବିତ ହୁଏ, ତାହା ପ୍ରାୟ ସମସ୍ତେ ଜାଣନ୍ତି। ସେଥିପାଇଁ ରତନ ଟାଟା କିମ୍ବା ଅମ୍ବାନୀ ଭ୍ରାତାଙ୍କ ମାମଲାକୁ ଯେଉଁଭଳି ଅତିଶୀଘ୍ର ମୀମାଂସା କରିଦିଆଯାଏ, ସେହିଭଳି ଭାବେ ପ୍ରତ୍ୟେକ ଦିନ କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏକ ସ୍ବାଗତଯୋଗ୍ୟ ନଜିର ସୃଷ୍ଟି କରୁଛନ୍ତି। ଏହିଭଳି ତ୍ୱରିତ ନ୍ୟାୟ ସାଧାରଣ ନାଗରିକଙ୍କୁ ମଧ୍ୟ ମିଳିପାରିବ ବୋଲି ଯେଉଁ ଆଶା ଜାଗ୍ରତ ହେଉଛି, ତାହାକୁ ବିଚାରପତିମାନେ ସମ୍ମାନ ଦେଇପାରିବେ କି ନାହିଁ ଦେଖିବାକୁ ଜନସାଧାରଣ ଆଗ୍ରହର ସହ ଦୀର୍ଘଦିନ ଧରି ଅପେକ୍ଷା କରି ବସିଛନ୍ତି। କହିବା ପାଇଁ କୁହାଯାଏ, ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଆଭିମୁଖ୍ୟ ପୋଷଣ କରିଥାଏ। କିନ୍ତୁ ବାସ୍ତବ ପରିସ୍ଥିତି ସବୁବେଳେ ସମ୍ପୂର୍ଣ୍ଣ ଭିନ୍ନ ହେଉଥିବାର ଦେଖିବାକୁ ମିଳୁଛି।
ଏବେ କର୍ନାଟକ ସହିତ ଗୋଆ ରାଜନୀତି ଏକସଙ୍ଗେ ମୁଣ୍ଡ ଟେକିଥିବାରୁ ନ୍ୟାୟାଳୟ ଉପରେ ରାଜନୈତିକ ଚାପ ରହିଛି ବୋଲି କହିବା ଉଚିତ ହେବ ନାହିଁ। ସେହି ଦୁଇ ରାଜ୍ୟର ରାଜନୀତିକୁ ଦେଖିଲେ, କର୍ନାଟକ ତ୍ରିଶଙ୍କୁ ଅବସ୍ଥାରେ ଥିବା ବେଳେ ଗୋଆରେ ଯେଉଁଭଳି ଭାବେ ୧୫ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଦଳବଦଳ କରି ଭାଜପାରେ ଯୋଗଦେଲେ, ତାହା ଏବେ ଦେଶର ରାଜନୈତିକ ବାତାବରଣକୁ ଚଳଚଞ୍ଚଳ କରିଦେଇଛି। କର୍ନାଟକ ବିଧାନସଭାରୁ କଂଗ୍ରେସ ଓ ଜେଡି(ଏସ୍‌)ର ୧୬ ଜଣ ସଦସ୍ୟ ଇସ୍ତଫା ଦେବା ପରେ ୯ ଜୁଲାଇରେ ଲୋକ ସଭାରେ କଂଗ୍ରେସ ଦଳ ନେତା ଅଧୀର ରଞ୍ଜନ ଚୌଧରୀ ଭାଜପା ବିରୋଧରେ ଅଭିଯୋଗ ଆଣିଥିଲେ। ଦଳବଦଳ ଷଡ଼ଯନ୍ତ୍ର କରି ଭାଜପା ଫାଇଦା ନେବାକୁ ପ୍ରୟାସ କରୁଛି ବୋଲି ସେ କହିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବିଧାୟକ ଶିକାର ପ୍ରସଙ୍ଗ ଗୃହରେ ଉଠାଇଥିଲେ। ହେଲେ ଏହାର କୌଣସି ପ୍ରଭାବ ଭାଜପା ଉପରେ ପଡ଼ି ନ ଥିଲା। ବରଂ ଅଣଭାଜପା ରାଜ୍ୟରେ କିଭଳି ଶାସନ ପ୍ରତିଷ୍ଠା କରି ହେବ, ସେହି ଲକ୍ଷ୍ୟରେ ଧାଉଁଥିବା ଗୈରିକ ଦଳ ନିଜ ସ୍ଥିତି ମଜଭୁତ କରିବାରେ ବ୍ୟସ୍ତ। ଗୋଆରେ ଭାଜପା ସରକାର ଥିଲେ ମଧ୍ୟ ସଂଖ୍ୟାକୁ ସୁଦୃଢ଼ କରିବା ଲାଗି କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣି ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ୧୩ ଜୁଲାଇରେ ମନ୍ତ୍ରୀ ପଦ ଦିଆଯାଇଛି। ରାଜନୀତିରେ କେହି ସ୍ଥାୟୀ ବନ୍ଧୁ ଓ ଶତ୍ରୁ ନ ଥିବା କଥା କୁହାଯାଇଥାଏ। ମନୋହର ପାରିକରଙ୍କ ଦେହାନ୍ତ ପରେ ପ୍ରମୋଦ ସାଓ୍ବନ୍ତ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେତେବେଳେ ଭାଜପା ସହଯୋଗୀ ଗୋଆ ଫରଓ୍ବାର୍ଡ ପାର୍ଟି (ଜିଏଫ୍‌ପି)ରୁ ୩ ଜଣଙ୍କୁ ମନ୍ତ୍ରୀ କରାଯାଇଥିଲା। ହେଲେ ଏବେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବା ପରେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇ ନୂଆ କରି ସାମିଲ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ମନ୍ତ୍ରିପଦ ଦିଆଯାଇଛି। ଏହି ଘଟଣାରୁ ପ୍ରମାଣିତ ହେଲା ଯେ, ଉଭୟ ଜାତୀୟ ଦଳ କଂଗ୍ରେସ ଓ ଭାଜପା ସମାନ ଚରିତ୍ର ପୋଷଣ କରିଥାଆନ୍ତି। ପୂର୍ବରୁ କୁହାଯାଉଥିଲା, କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଢ଼ିବା ବୁଦ୍ଧିମାନର କାମ ନୁହେଁ, କାରଣ ଚରଣ ସିଂଙ୍କଠାରୁ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ସବୁ ସରକାରକୁ ଭାଙ୍ଗିବା ପଛରେ କଂଗ୍ରେସ ତା’ର ସମର୍ଥନ ପ୍ରତ୍ୟାହାର କରିଥିବାର ଉଦାହରଣ ରହିଛି। ଏବେ ଗୋଆ ଘଟଣାକୁ ଦେଖିଲେ ଭାଜପା ନିଜର ସୁବିଧା ପାଇଁ ଜିଏଫ୍‌ପିଠାରୁ ସାହାଯ୍ୟ ଲୋଡ଼ି ୧୪ ମାର୍ଚ୍ଚ ୨୦୧୭ରୁ ପ୍ରଥମେ ମନୋହର ପାରିକର ଓ ପରେ ସାଓ୍ବନ୍ତଙ୍କ ସରକାରକୁ ଆଜି ପର୍ଯ୍ୟନ୍ତ ସ୍ଥିରତାର ସହିତ ରଖି ଆସିଥିଲା। ଆଜି ଯେତେବେଳେ କଂଗ୍ରେସର ବିଦ୍ରୋହୀମାନେ ସିଧାସଳଖ ଭାଜପାରେ ମିଶିଲେ, ସେତେବେଳେ ସବୁ ନୈତିକ ଭାଷଣକୁ ସମୁଦ୍ର ଢେଉରେ ଭସାଇ ଦେଇ ଦଳବଦଳକାରୀଙ୍କୁ ପୁରସ୍କୃତ କରାଯାଇଛି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ଦଳରେ ନୈତିକତା କିମ୍ବା ରାଜନୈତିକ ବିଶ୍ୱାସକୁ ଗୁରୁତ୍ୱ ଦିଆଯାଉ ନାହିଁ।
ଗୋଟିଏପଟେ କ୍ଷମତାକୁ ସହଯୋଗ କରିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରି ବସିଥିବା ନ୍ୟାୟାଳୟ ଏବଂ ଅନ୍ୟପଟେ ସୁବିଧାବାଦ ବ୍ୟତୀତ କୌଣସି ସ୍ପଷ୍ଟ ଚିନ୍ତାଧାରାରେ ବିଶ୍ୱାସ ନ ରଖୁଥିବା ରାଜନୈତିକ ବ୍ୟବସ୍ଥା ଏବେ ମିଳିମିଶି ଭାରତର ଭବିଷ୍ୟତ ସୃଷ୍ଟି କରିବା ପାଇଁ ମଙ୍ଗ ଧରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri