ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୫ ରାଜ୍ୟର ୧୧୫ ଲୋକ ସଭା ଆସନରେ ହେବ ମତଦାନ

ନୂଆଦିଲ୍ଲୀ,୨୨।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୫ଟି ରାଜ୍ୟର ୧୧୫ ଆସନରେ ସକାଳ ୭ଟାଠାରୁ ମତଦାନ ଆରମ୍ଭ ହେବ। ଏହା ସହିତ ପୂର୍ବରୁ କୋଣସି କାରଣରୁ ବନ୍ଦ ହୋଇଯାଇଥିବା ୨ଟି ଆସନରେ ମଧ୍ୟ ମତଦାନ କରାଯିବ। ଏହି ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଭାଜପା ଅଧ୍ୟକ୍ଷ ଅମିତ ଶାହ ଆଦି ହେଭିଓ୍ବେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ମଇଦାନରେ ଏକ ହଜାର ୬ଶହ ୧୨ ଜଣ ପ୍ରାର୍ଥୀ ଥିବାବେଳେ ସେଥି ମଧ୍ୟରୁ ୩ଶହ ୧୬ ଜଣ ଜାତୀୟସ୍ତରୀୟ ଦଳର ଅଛନ୍ତି। ସେହିପରି ୭୬ ଆଞ୍ଚଳିକ ଦଳର ପ୍ରାର୍ଥୀ, ୪୯୬ ପଞ୍ଜିକୃତ ଦଳ ତଥା ୭୨୪ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ଶହ ୯୨ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି। ସେଥି ମଧ୍ୟରେ ଶହେ ୬୦ ଜଣଙ୍କର ସମ୍ପତ୍ତି ୫ କୋଟିରୁ ଅଧିକ ରହିଥିବା ସେମାନଙ୍କ ସତ୍ୟପାଠରୁ ଜଣାପଡ଼ିଛି। ତୃତୀୟ ପର୍ଯ୍ୟାୟରେ ଆସାମର ୪ ଲୋକ ସଭା ଆସନ, ବିହାରର ୫, ଛତିଶଗଡ଼ର ୭, ଗୁଜରାଟର ୨୬, ଗୋଆର ୨, ଜମ୍ମୁ-କଶ୍ମୀରର ୧, କର୍ନାଟକର ୧୪, କେରଳର ୨୦, ମହାରାଷ୍ଟ୍ରର ୧୪ ଆସନରେ ମତଦାନ କରାଯିବ। ସେହିପରି ଓଡ଼ିଶାର ୬, ଉତ୍ତରପ୍ରଦେଶର ୧୦, ପଶ୍ଚିମବଙ୍ଗର ୫, ଦାଦରା ନଗର ହବେଲିର ୧ ଏବଂ ଡାମନ ଡିୟୁର ଗୋଟିଏ ଆସନରେ ମତଦାନ କରାଯିବ। ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳରେ ରଜନୀକାନ୍ତ ୨୮୫୪ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୨୮୫୪ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

ଉତ୍ତର ପ୍ରଦେଶ ବିଧାନସଭାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଲକ୍ଷ୍ନୌ,୩ ।୩: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳ ୭ଟାରୁ ଆରମ୍ଭ ହୋଇଛି । ଏଥର ୧୦ ଜିଲାର ୫୭...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗରିବ ପ୍ରାର୍ଥୀଙ୍କ ପାଖରେ ଶୂନ ଟଙ୍କା; ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ପରିମାଣ ୫ ଶହ କୋଟି

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହେବ। ୨୮୮ ଆସନ ପାଇଁ ନିର୍ବାଚନ ମଇଦାନରେ ୩ ହଜାର ୨ଶହ ୩୭ ପ୍ରାର୍ଥୀ ରହିଛନ୍ତି। ନିର୍ବାଚନ...

ପୋଲସରାରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

ପୋଲସରା,୧୮।୪: ଗଞ୍ଜାମ ଜିଲା ପୋଲସରା ବିଧାନସଭା ମଣ୍ଡଳୀର ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୧୬ ନଂ ଆଦର୍ଶ ବୁଥରେ ଭୋଟରମାନଙ୍କ ମଧ୍ୟରେ...

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨...

ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା

ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି...

ଉତ୍ସବ ମୁଖର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ଆସନର ଫଳାଫଳ ଉପରେ ନଜର ପକାଇଲେ ମଧ୍ୟାହ୍ନ ସୁଦ୍ଧା ଭାଜପା ୯୯ ଆସନରେ ଆଗୁଆ ଥିବା ଦେଖାଯାଇଥିଲା। ଏହାକୁ ଦେଖିବା ପରେ...

୨୮ରେ ଶପଥ ନେବେ ଉଦ୍ଧବ

ମୁମ୍ବାଇ,୨୬।୧୧: ଏକ ନାଟକୀୟ ମୋଡ଼ର ଅନ୍ତ ଘଟାଇ ଶେଷରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କୁ ମହାରାଷ୍ଟ୍ର ବିକାଶ ଆଘାଡ଼ି(ଏମ୍‌ଭିଏ) ଦଳର ନେତା...

Advertisement
Archives

Model This Week