ମଙ୍ଗଳବାରଠାରୁ ଖେମୁଣ୍ଡି ମହୋତ୍ସବ

ଦିଗପହଣ୍ଡି,୨୦ା୧(ଡି.ଏନ.ଏ.)-ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳପଡିଆରେ ମଙ୍ଗଳବାରଠାରୁ ଖେମୁଣ୍ଡି ମହୋତ୍ସବ ଆରମ୍ଭ ହେବ। ଏହାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିବେ। ୫ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ନିମନ୍ତେ ରବିବାର ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ସଭା ମହୋତ୍ସବ କମିଟି ଆବାହକ ତଥା ବିଡ଼ିଓ ହଳଧର ଶବରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଅଭ୍ୟର୍ଥନା ସମିତି ଉପସଭାପତି ତଥା ତହସିଲଦାର ଅଦୈତ କୁମାର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ତଥା ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ସହ ସମ୍ପାଦକ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଲେଙ୍କାଙ୍କ ସମେତ ସ୍ଥାନୀୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କିଭଳି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପରେ କମିଟି କାର୍ଯ୍ୟକର୍ତ୍ତାମାନେ ମହୋତ୍ସବ ସ୍ଥଳ ପରିଦର୍ଶନ କରିଥିଲେ। ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଟକ: ୧୮ରେ ୧୨ ଘଣ୍ଟିଆ ବନ୍ଦ

କଟକ ଅଫିସ,୧୬ା୯ : ହିନ୍ଦୁସେନା ଓ କଟକ ସଦର ସୁରକ୍ଷା କମିଟି ପକ୍ଷରୁ ଆସନ୍ତା ୧୮ରେ କଟକ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ରବିବାର...

ସ୍ତ୍ରୀଙ୍କୁ ପୋଡି ମାରିବା ପରେ ସ୍ବାମୀ ବିଷ ପିଇବା ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ ଦ୍ୱାରା ତଦନ୍ତ ଆରମ୍ଭ

ବାହାନଗା, ୧୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ନିଳାମ୍ବର ମଳିକ(୪୮) ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଲରେ ପୋଡି ମାରିଦେବା ପରେ ନିଜେ ବିଷ...

ନନ୍ଦିଗାଁ ଡକାୟତି ଘଟଣା : ୬ ଅଭିଯୁକ୍ତ କୋର୍ଟ ଚାଲାଣ

କୋରାପୁଟ,୩।୧୦(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଦଶମନ୍ତପୁର ବ୍ଲକର ନନ୍ଦିଗାଁ ଗ୍ରାମରେ ଗତ ସେପ୍ଟେମ୍ବର ୧୩ ରାତିରେ ହୋଇଥିବା ଏକ ବଡ଼ଧରଣର ଡକାୟତି ଘଟଣାରେ ଜଡ଼ିତ...

ପୁଣି ବିଜେଡି ହାତରେ ତିର୍ତ୍ତୋଲ

ଜଗତ୍‌ସିଂହପୁର ଅଫିସ, ୧୦ା୧୧-ତିର୍ତ୍ତୋଲ ଉପନିର୍ବାଚନରେ ପୁଣି ବିଜେଡି ବାଜିମାତ୍‌ କରିଛି। ବିଜେଡି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ନିକଟତ୍ତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ରାଜକିଶୋର ବେହେରାଙ୍କ୪୧,୭୦୩...

କାର୍ଯ୍ୟାଳୟ ନିର୍ମାଣରେ ବାଧା ଜବରଦଖଲ

ବଇଣ୍ଡା, ୨୯ା୯(ଡି.ଏନ.ଏ.) କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡାଠାରେ ଅନେକ ସରକାରୀ କାର୍ଯ୍ୟାଳୟ କୋଠା ଭଙ୍ଗାଯାଇଛି। ଏସବୁ...

ବାଘଙ୍କୁ ବିପଦ ବାର୍‌ହା ଫାଶ

ଅନୁଗୋଳ ଅଫିସ, ୫ା୧: ବାର୍‌ହା ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ବିଛାଯାଉଛି ବିଦ୍ୟୁତ୍‌ ଫାଶ। ଫଳରେ କେତେବେଳେ ଏଥିରେ ଲାଗି ହାତୀ ତ ଆଉ କେବେ କଲରାପତରିଆ...

ଓଲଟିଲା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି,୨୧ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡବା ଥାନା ଅଧୀନ ମାଣ୍ଡିମେରା ବୁଲାଣି ରାସ୍ତାରେ ଗୁରୁବାର ଏକ ଆମ୍ବୁଲାନ୍ସ ଓଲଟି ୨ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ,...

ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୂଆପଡ଼ା ଅଫିସ,୧୩।୬: ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖା ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ ଘରେ ସୋମବାର ଭିଜିଲାନ୍ସ ଚଢାଉ କରିଛି। ଆୟ...

Advertisement
Archives

Model This Week