ମଉଲିକ୍‌ ସୁବିଧାରୁ ବଁଚିତ୍‌: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍‌ବାସୀ

 

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)-
ଜନସାଧାରନ କେନ୍‌ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ନୂତନ୍‌ ପଁଚେତ୍‌ମାନ୍‌ ଗଠନ୍‌ କରିଥିଲେ। ହେଲେ ଆଏଜ୍‌ ବି ଅନେକ ପଁଚେତ୍‌ବାସୀ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଝାର ଜଂଗଲ, ପାହାଡ଼ ପରବତ୍‌ ଘେରା କଳାହାଣ୍ଡି ଜିଲା ମଦନପୁର ରାମପୁର ବ୍ଲକର ଦେଢ଼ଶୁଳି ପଁଚେତ୍‌ରେ।
ସୂଚନା ହିସାବେ ମଦନପୁର ରାମପୁର ବ୍ଲକ ସଦର ମହକୁମାନୁ ପାଖାପାଖି ୬୦ କି.ମି. ଦୂରେ କନ୍ଧମାଳ ଆର କଳାହାଣ୍ଡି ଜିଲା ସୀମାନାରେ ରହିଛେ ଦେଢ଼ଶୁଳି ପଁଚେତ୍‌। ବ୍ଲକର ମୋହନଗିରି ପଁଚେତ୍‌କେ ଭାଗ୍‌ କରି ଦେଢ଼ଶୁଳି ପଁଚେତ୍‌ ନୂତନ ଭାବେ ଗଠନ କରାଯାଇଥିଲା। ଇଥ୍‌ରେ ୧୫ ଖଁଡ଼ ଗଁାକେ ୯ଟା ଓ୍ବାର୍ଡରେ ଭାଗ କରାଯାଇଥିଲା। ଇ ପଁଚେତ୍‌ରେ ପାଖାପାଖି ୨ ହଜାର ପରିବାରର ୫ ହଜାର ଲୋକ ବାସ କରୁଛନ୍‌। ପଁଚେତ୍‌ର ବଡ଼ଭାଗି ଲୋକ ଆଦିବାସୀ ସମାଜର ହେଇଥିଲାବେଲେ ଜଂଗଲଜାତ ଦରବ୍‌ ଉପରେ ନିରଭର କରି ନିଜର ଜୀବନ୍‌ ଜିବ୍‌କା ଚଲଉଛନ୍‌। ପଁଚେତ୍‌ବାସୀ ଜରୁରିକାଲିନ ସମିଆରେ କନ୍ଧମାଳର ବାଲିଗୁଡ଼ା ଉପରେ ନିରଭର କରୁଛନ୍‌। ସେନ୍‌ତା ପଁଚେତ୍‌ବାସୀ ବ୍ଲକ ସଦରକେ ଆଏବାକେ ହେଲେ ମୋହନଗିରି ଫାଲୁ ୧୫ କି.ମି. ଜଂଗଲି ଘାଟି ରାସ୍‌ତାରେ ଜାମୁଲି ଦେଇ ୨ ନଦୀ, ୪ ନାଲ ପାର ହେଇ ମୋହନଗିରି ଛକ୍‌କେ ଆସୁଛନ୍‌। ସେନୁ ବସ୍‌ରେ ବ୍ଲକ ସଦରକେ ଯିବାର ଆଏବାର କରୁଛନ୍‌। ହେଲେ ଫିରଲାବେଲେ ଗାଡ଼ିମଟର ବେବସ୍‌ତା ନାଇଁଥିବାର ଲାଗି ପଁଚେତ୍‌ବାସୀ ବଡ଼ଭାରି ହଇରାନ ହରକତ୍‌ ହେଉଛନ୍‌। ପଁଚେତ୍‌ର ଜାମୁଲି ଟ୍ରାସୁପଡ଼ା, ରୁବେତ ଆର ଦେଢ଼ଶୁଳିରେ ପ୍ରାଥମିକ ସ୍କୁଲ ଅଛେ। ହେଲେ ଛାତ୍ରୀଛାତ୍ର ବ୍ଲକର ଭିନେ ଭିନେ ଆଦିବାସୀ ଆଶ୍ରମ ସ୍କୁଲମାନକେ ପଢ଼ୁଛନ୍‌। ଥାନୀଅ ସ୍କୁଲରେ ବଡ଼ଭାଗି ଛାତ୍ରୀଛାତ୍ର ୫ମ ଶ୍ରେଣୀରୁ ପାଠ୍‌ ପଢ଼ାରେ ଗଏଁଠ୍‌ ପକଉଥିବାର ଜନାଯାଇଛେ। ସେନ୍‌ତା ପଁଚେତ୍‌ରେ ଆବାସ ଯୋଜନା, ସ୍ବଚ୍ଛ ଭାରତ ମିଶନ ବାଟ୍‌ବନା ହେଇଛେ। ଇଆଡ଼େ ପଁଚେତ୍‌ ଅଫିସ ଘର ତିଆରି ମୂଲ ହେବାର ୨ ବଛର ବିତିଯାଇଥିଲେ ବି ଦରଖଁଡ଼ିଆ ହେଇ ପଡ଼ିଛେ। ଇଥିରଲାଗି ଗଁାବାସୀ ପରିଶ୍‌ରମ କରି ୨୫ ହଜାର ଇଟା ବି ଦାନ କରିଥିଲେ। ଲୋକ ୮ କି.ମି. ଦୂର ମାଣିକେରା ପଁଚେତ୍‌କେ ପିଡିଏସ୍‌ ଚାଉଲ ଆର ଭତା ନେବାକେ ଯାଉଛନ୍‌। ମାଣିକେରାରୁ ରୁବେତ ଗଁା ଦେଇ ଦେଢ଼ଶୁଳି ତକ୍‌ ୮ କି.ମି. ରାସ୍‌ତାକେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରବାର, ପଁଚେତ୍‌ବାସୀକର ଲାଗି ପିଇଲା ପାଏନ୍‌ ସୁବିଧା, ୬ଷ୍ଠରୁ ୧୦ମ ଶ୍ରେଣୀ ତକ୍‌ ପଢ଼ବାର ଲାଗି ଗୁଟେ ହାଇସ୍କୁଲ, ସ୍ବାସ୍ଥ୍ୟ ସେବାର ଲାଗି ଗୁଟେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଥାପନା ଲାଗି ପଁଚେତ୍‌ବାସୀ ବ୍ଲକ ପରଶାସନକେ ବାରବାର ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଇ ଦିଗେ ରାଏଜ୍‌ ସରକାର ଆର ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଦେଢ଼ଶୁଳି ପଁଚେତ୍‌ବାସୀକୁ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ ବିରଳ ପ୍ରଜାତିର ବାଦୁଡି

ଜୁନାଗଡ,୨୧।୧୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମେରିଆବନ୍ଧଲି ପଞ୍ଚାୟତ ଡୁମେରବାହାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ବିରଳ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଛି। ସାଧାରଣତଃ ବାଦୁଡିର ରଙ୍ଗ...

ଜନ୍ମ ହେଲା ଗୋଡ଼ ବିହୀନ କନ୍ୟା ସନ୍ତାନ

କୋକସରା,୨୮।୯(ଡି.ଏନ.ଏ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ ଏକ ଅଦ୍ଭୁତ ଶିଶୁ ଜନ୍ମ ହୋଇଛି । ପ୍ରଭାକର ଲହଜଳଙ୍କ ସ୍ତ୍ରୀ ରଜନୀ...

କଳାହାଣ୍ଡିରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ

ଭବାନୀପାଟଣା,୧୫।୨: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି। କଳାହାଣ୍ଡି ଜିଲାରେ ଏହାର ପ୍ରଭାବ ପଡିଛି। କେନ୍ଦ୍ରର ଭାଜପା...

ଅଦିନିଆ ବର୍ଷା ଉଜାଡିଲା ମକାଚାଷୀଙ୍କ ସ୍ବପ୍ନ

କୋକସରା, ୨।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକରେ ଅଦିନିଆ ବର୍ଷା ଉଜାଡିଦେଲା ଚାଷୀଙ୍କ ସ୍ବପ୍ନ। ବର୍ଷାରେ ଶହଶହ ଏକର ଧାନ ଫସଲ କ୍ଷତିହୋଇ ଗଜା ହୋଇଯିବାରୁ...

ଧୋଇଗଲା ଆପ୍ରୋଚ ରୋଡ୍‌, ଯୋଗାଯୋଗ ବିଚ୍ଛିନ୍ନ

ଜୁନାଗଡ଼,୧୨ା୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଓ ଧର୍ମଗଡ଼ ମୁଖ୍ୟ ରାସ୍ତାରେ ଥିବା ହାଲେର ଜୋରରେ ଆଜି  ପାଣି ବଢ଼ିଛି।ତେବେ ନୂତନ ପୋଲ କାମ ଅଧାପନ୍ତରିଆ ଅବସ୍ଥାରେ...

ଦିଲ୍ଲୀ ଫେରନ୍ତା ବାଜାଶାଲା ଦଳକୁ ସ୍ବାଗତ

କେସିଙ୍ଗା,୨୯।୧: ଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ କଳାହାଣ୍ଡି ଜିଲା ପ୍ରତିଭା ସାଂସ୍କୃତିକ ଅନୁଷ୍ଠାନର ୮୦ଜଣିଆ କଳାକାର ‘ବଜାଶାଲ’ ନୃତ୍ୟ ପରିବେଷଣ କରି ଘରକୁ ଫେରିଛନ୍ତି। ଦିଲ୍ଲୀରୁ...

୩୩ ପରିବାର ଉଚ୍ଛେଦକୁ ବିରୋଧ

ପର୍ଲା,୨୮।୪(ଡି.ଏଡ଼.ଏ.): କଳାହାଣ୍ଡି ଜିଲା ସଦର ବ୍ଲକ ତଥା ଶଗଡା ସଂରକ୍ଷିତ ଜଙ୍ଗଲ ଜମିରେ ଘରଦ୍ୱାର କରି ରହି ଆସୁଥିବା ୩୩ ଆଦିବାସୀ ପରିବାରକୁ ବନ ବିଭାଗ...

ଘର ଭାଙ୍ଗିଲେ, ୧୦ ଏକର ଫସଲ ନଷ୍ଟ କଲେ

ଲାଞ୍ଜିଗଡ଼,୨୦ା୮(ଡି.ଏନ.ଏ.): ଜଙ୍ଗଲୀ ହାତୀପଲ ଆସି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ କୁଟିଙ୍ଗପଦର ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ଏଠାରେ ୩ ଜଣଙ୍କ...

Advertisement
Archives

Model This Week