ଭୟ ଖାଉଛି

କୋଭିଡ୍‌-୧୯ ବିଶ୍ୱ ଆତଙ୍କ ଭାବେ ଉଭା ହୋଇଛି ବୋଲି ବାରମ୍ବାର ପ୍ରଚାର କରାଯାଉଛି। ଭାରତରେ ଏହି ସଂକ୍ରମଣ ଅଦ୍ୟାବଧି ୧୦ ଜଣଙ୍କ ଜୀବନ ନେଇଛି। କିନ୍ତୁ ସୋସିଆଲ ମିଡିଆ ଓ ସରକାରୀ ଭାବେ ଯେଭଳି ଏହାକୁ ନେଇ ଉଠାପକା ଚାଲିଛି, ଜନସାଧାରଣ ଭୀତତ୍ରସ୍ତ ହୋଇପଡ଼ିଲେଣି। ଦେଶବ୍ୟାପୀ ଲକ୍‌ଡାଉନ ବା ଅଚଳାବସ୍ଥା ସୃଷ୍ଟି ହୋଇଯାଇଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ମହଜୁଦ କରିବାରେ ଲାଗିଲେଣି। ଫଳରେ ବ୍ୟବସାୟୀମାନେ ଅସମୟରେ ଲାଭ ଉଠାଇବାକୁ ଯାଇ କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଲାଣି ବାସ୍ତବରେ ଯେଉଁ ହାରରେ କୋଭିଡ୍‌-୧୯ର ଭୟାବହତା ନେଇ ପ୍ରଚାର କରାଯାଉଛି, ତାହା ଭାରତକୁ କ୍ଷତି ପହଞ୍ଚାଇବ କି। ଅବଶ୍ୟ ବିପଦ ଆସିବା ପୂର୍ବରୁ ପ୍ରସ୍ତୁତ ହୋଇଯିବା ବୁଦ୍ଧିମାନ୍‌ର କାର୍ଯ୍ୟ। ତଥାପି ଛାତିରେ ଅତ୍ୟଧିକ ଛନକା ପଶାଇ ଦିଆଯାଉଥିବାରୁ ଏହାଦ୍ୱାରା ଲାଭ କାହାର ହେଉଛି ବୋଲି ଆଲୋଚନା ଆରମ୍ଭ ହେଲାଣି।
କରୋନା ଭାଇରସ୍‌କୁ ପ୍ରତିହତ କରିବା ଲାଗି ବ୍ୟକ୍ତିଗତ ସ୍ତରରେ ସ୍ବଚ୍ଛତା ଓ ସଂଯମ ରକ୍ଷା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ନିୟମାବଳୀ ପ୍ରସ୍ତୁତ କରିଛି। ଚାଇନାର ଉହାନରୁ ସୃଷ୍ଟି ହୋଇଥିବା ଭୂତାଣୁ ଇଟାଲୀରେ ସର୍ବାଧିକ ଜୀବନ ନେଇସାରିଲାଣି। ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତ ଲାଗି ଏହା ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହେବା ପରେ ସରକାରୀ, ବେସରକାରୀ ଏବଂ ବ୍ୟକ୍ତିଗତ ସ୍ତରରେ ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ କେତେକ ଭାରତୀୟ ତୁଚ୍ଛ ଚିନ୍ତାଧାରାରେ ବୁଡ଼ି ରହୁଥିବା ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ଦୁଇଦିନ ତଳେ ନୂଆଦିଲ୍ଲୀର ବିଜୟ ନଗର ଅଞ୍ଚଳରେ ଜଣେ ମଣିପୁରୀ ଯୁବତୀ ରାସ୍ତାରେ ଯାଉଥିଲେ। ସେହି ସମୟରେ ଏକ ମୋଟର ସାଇକେଲରେ ଯାଉଥିବା ଜଣେ ବ୍ୟକ୍ତି ସମ୍ପୃକ୍ତା ଯୁବତୀଙ୍କୁ କରୋନା କହି ତାଙ୍କ ଟି-ଶାର୍ଟ ଉପରକୁ ପାନଛେପ ପକାଇଥିଲେ। ସିସିଟିଭି ଫୁଟେଜ୍‌ରେ ଉକ୍ତ ବ୍ୟକ୍ତିଙ୍କ ଗାଡ଼ି ନମ୍ବର ଜଣାପଡ଼ି ଯାଇଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଏଠାରେ ପ୍ରଶ୍ନ ଉଠୁଛି, କରୋନା କ’ଣ ଏତେ ବିପଦପୂର୍ଣ୍ଣ ହୋଇଯାଇଛି ଯେ ଜଣେ ଯୁବତୀଙ୍କ ପ୍ରତି ସେଭଳି ଟିପ୍ପଣୀ ଦେବାକୁ ଯାଇ ସମ୍ପୃକ୍ତ ବ୍ୟକ୍ତି ପାନଛେପ ପକାଇବାକୁ ଠିକ୍‌ ମଣିଛନ୍ତି। କିନ୍ତୁ ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ଉତ୍ତର-ପୂର୍ବାଞ୍ଚଳ ବାସିନ୍ଦାଙ୍କ ଚେହେରା ଚାଇନାବାସୀଙ୍କ ସହ ସାମଞ୍ଜସ୍ୟ ରଖିଥାଏ। ତାହାକୁ ଆଧାରକରି ସେମାନଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ।
ଏବେ ଦେଶରେ ଘୋର ବିପଦ ସୃଷ୍ଟି ହୋଇନାହିଁ, ସୃଷ୍ଟି କରାଯାଉଛି। ଦିନମଜୁରିଆଙ୍କ କଥା ଭାବିବା ପାଇଁ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ପ୍ରସ୍ତୁତ ନୁହେଁ। ଆଜିର ପରିସ୍ଥିତିରେ ଏବେ କ୍ଷମତାସୀନ ବ୍ୟକ୍ତିମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ସାଧାରଣ ନାଗରିକର ଅସ୍ବାଭାବିକ ଚିନ୍ତାଧାରା ଯୋଗୁ ଏହି ନେତାମାନେ ଯେଉଁ କଡ଼ାକଡ଼ି ଆଇନ ଇଚ୍ଛା କରୁଛନ୍ତି, ତାହାକୁ ପ୍ରଣୟନ କରିଦେଇପାରୁଛନ୍ତି। କରୋନା ଯୁଗରେ ପ୍ରଶ୍ନ କରିବାର ଅର୍ଥ ହେଲା ମାଡ଼ ଖାଇବା। କେହି ବୁଝିବାକୁ ପ୍ରସ୍ତୁତ ନୁହେଁ, ପ୍ରତ୍ୟେକ ବର୍ଷ ପୃଥିବୀବ୍ୟାପୀ ୯୦ ଲକ୍ଷ ଲୋକ ଅନାହାରରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ତାହା ତୁଳନାରେ କରୋନା ଭାଇରସ୍‌ର କୋପ ତିଳେମାତ୍ର ଭୟ କରିବାର ଯୋଗ୍ୟତା ହାସଲ କରିନାହିଁ। ତଥାପି ଆମେ ସମସ୍ତେ ଭୟରେ ବଞ୍ଚିବାକୁ ଚାହୁଁଛୁ। ଆମ ଭୟକୁ ଶାସକମାନେ ଅତି ଉତ୍ତମ ଢଙ୍ଗରେ ବ୍ୟବହାର କରି ନିଜର କ୍ଷମତା ଦୃଢ଼ୀଭୂତ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାର୍‌, ମ୍ୟାଡାମ୍‌ ନୁହେଁ, ଟିଚର

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଗୋଟିଏ ବିଚକ୍ଷଣ ଚୋର ସହ ଏକ ଉଦୀୟମାନ ଚୋରର ବନ୍ଧୁତା ହେଲା। ଉଦୀୟମାନ ଚୋର ପଚାରିଲା, ‘ତୁମେ କେବେ ଧରାପଡ଼ିନାହିଁ?’ ବିଚକ୍ଷଣ...

ପୃଥିବୀ ମା’ର ଚିଠି

ଡ. ଅମରେନ୍ଦ୍ର ଦାସ   ମୋ ପିଲାମାନେ ମୋ ସାଙ୍ଗରେ ଘଡ଼ିଏ ବସିବ କି? ତୁମ ସହ ଦୁଇ ପଦ କଥା ହେବାର ଥିଲା। ବହୁତ...

ଏଇ ଭାରତରେ

ମଣିଷର ରୁଚି କାହାର କେମିତି କହିବା ମୁସ୍କିଲ, ଏଇ ଯେମିତି ରହିଛି ହରଜିତ ସିଂ ଓ୍ବାଧଓ୍ବାଙ୍କର। ସେ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଓ...

ମଞ୍ଚ-ମାଇକ-ମାନପତ୍ରର ମୋହ

ଉପେନ୍ଦ୍ର ବିଶ୍ୱାଳ ପୂଜ୍ୟପୂଜା ପ୍ରତି ପ୍ରଗାଢ଼ ସମ୍ମାନବୋଧ ଥିବା ଭୁବନେଶ୍ୱରର ଜଣେ ସାହିତ୍ୟପ୍ରାଣ, ସଙ୍ଗଠକ ତଥା ପ୍ରକାଶକ ନିଜର ଭାବନାକୁ ଦିନେ ପ୍ରକାଶ କରି କହିଲେ,...

ଅବଧାରିତ ଅପରାହ୍ନ

ବିମଳ ପ୍ରସନ୍ନ ଦାସ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ...

ବିଚାରର ଦୁଇଟି ମାର୍ଗ

ଡ. ବାସୁଦେବ ମିଶ୍ର ପ୍ରବୃତ୍ତି ଆଉ ନିବୃତ୍ତି: ବିଚାରର ମାର୍ଗ ଦୁଇଟି- ଜୀବନକୁ ସୁନ୍ଦର ସୁଠାମ କରି ଗଢି ତୋଳିବା ପାଇଁ। ମନୁଷ୍ୟତାର ମହକକୁ ଚତୁର୍ଦ୍ଦିଗରେ...

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ...

ଏଇ ଭାରତରେ

ଗାଁ ର ନାମ ମୁରଲୀପୁର। ଉତ୍ତରପ୍ରଦେଶ ଜାଉନପୁର ଜିଲାର ଏହି ଗାଁର ଝିଅମାନେ ପୁରୁଣା କଟକଣାକୁ ଭାଙ୍ଗି ଦେଇ ଏବେ ସେମାନେ କ୍ରିକେଟ ଖେଳିବାକୁ ବାହାରି...

Advertisement
Archives

Model This Week