ଭୟାବହ ଅଗ୍ନିକାଣ୍ଡ: ୧୪ ବଖରା, ଝିଅ ବାହାଘର ପାଇଁ ଥିବା ଟଙ୍କା, ଗହଣା ଭସ୍ମ

ଭୁବନ, ୨୯ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ବାଉଁଶକଣ ଗ୍ରାମର ମାଟିଆସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ ପରିବାରର ୧୪ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଗ୍ରାମବାସୀ ଖାଇ ଶୋଇବା ପରେ ଧନୁ ପ୍ରଧାନଙ୍କ ଘରେ ନିଅଁା ଲାଗି ଚାରିଆଡ଼କୁ ବ୍ୟାପୀ ଯାଇଥିଲା। ଧନୁଙ୍କ ୩ ବଖରା, ମଦନ ପ୍ରଧାନଙ୍କ ୨, କାର୍ତ୍ତିକ ପ୍ରଧାନଙ୍କ ୩, ନାରାୟଣ ପ୍ରଧାନଙ୍କ ୨, ଶରତ ପ୍ରଧାନଙ୍କ ୨ ଓ ବିଶ୍ୱନାଥ ପ୍ରଧାନଙ୍କର ୨ ବଖରା ଜଳିଯାଇଛି। ମାର୍ଚ୍ଚ ମାସରେ ବିଶ୍ୱନାଥଙ୍କ ଝିଅ ବାହାଘର ଉପଲକ୍ଷେ ଘରେ ରଖାଯାଇଥିବା ଟଙ୍କା, ସୁନା ଓ ବିଭିନ୍ନ ସାମଗ୍ରୀ ଜଳିଯାଇଛି। ଖବର ପାଇ ଭୁବନ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି। ଶନିବାର ଭୁବନ ତହସିଲଦାର ଶକ୍ତିକାନ୍ତ ରାଏ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ବିଡିଓ ଆଶୀର୍ବାଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ବାଲିବୋ ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ ପଲିଥିନ ଖାଦ୍ୟ ଯୋଗାଇ ଥିବା ବେଳେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି। ତେବେ କେହି ଦୁର୍ବୃତ୍ତ ଅଗ୍ନିକାଣ୍ଡ ଘଟାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଖନପୁର ବ୍ଲକ ୧୯ଖଣ୍ଡ ମୌଜାରେ ପଶିଲା ବନ୍ୟା ଜଳ, ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ଝାରସୁଗଡ଼ା ଅଫିସ,୧୬।୮: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଲଗାଣ ବର୍ଷା ଫଳରେ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀପାର୍ଶ...

ଉନ୍ନତମାନର ରାସ୍ତା ପାଇଁ କେନ୍ଦ୍ର ଦେବ ଅର୍ଥ

କଳିଙ୍ଗନଗର,୧ା୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳର ଜୀବନ ରେଖା ସଦୃଶ ୨ ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ମାର୍ଗ ଓ ଗୋପବନ୍ଧୁ ମାର୍ଗର ସତନ୍ତ୍ର ଉନ୍ନତୀକରଣ କରାଯିବ।...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ

କେନ୍ଦୁଝର,୧୫।୨(ସ୍ବ.ପ୍ର.): ସୋମବାର ତୈଳ ଦର ବୃଦ୍ଧି ପ୍ରତିବାଦ ଓ ତିନୋଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ବନ୍ଦ ଡାକରା...

୧୦ ଅଭିଯୁକ୍ତ ଗିରଫ

ବାଲେଶ୍ୱର, ୧୩।୯(ମାନସ ବିଶ୍ୱାଳ): ବାଲେଶ୍ୱର ସହରରେ କିଛିଦିନ ଧରି ଅପରାଧିକ କାର୍ଯ୍ୟକଳାପ ବନ୍ଦ ଥିଲା ବେଳେ ଗତ ସୋମବାର ଅପରାହ୍ନରେ ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର...

କୁଲଡ଼ିହା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟରେ ଦୀର୍ଘ ଏକ ସପ୍ତାହରୁ ଊର୍ଦ୍ଧ୍ୱ ହେବ ନିଆଁ ଲାଗି ବୃକ୍ଷଲତା ପୋଡି ପାଉଁଶ ହୋଇଯାଇଛି।...

ତେଲିଙ୍ଗିରି ପ୍ରକଳ୍ପ: କାର୍ଯ୍ୟକ୍ଷମ ସତ୍ତ୍ୱେ ଚାଷଜମିକୁ ମାଡୁନି ଜଳ

ଜୟପୁର,୧ା୧୦(ନି.ପ୍ର.): ତେଲିଙ୍ଗିରି ପ୍ରକଳ୍ପ ହେବ ଆଉ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ମାଡ଼ିବ। ଫସଲ ଦୁଇଗୁଣା ହେବ। ଚାଷୀଙ୍କ ମୁହଁରେ ହସ ଫୁଟିବ। ଏହି...

ୟାକୁବଙ୍କୁ ୭ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ, ୧୪।୪: ଏସ୍‌ସିବିରୁ ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରଙ୍କ ସହଯୋଗୀ ୟାକୁବ ଖାନ୍‌ଙ୍କୁ ମଙ୍ଗଳବାର କମିଶନରେଟ ପୋଲିସ ୭ଦିନିଆ ରିମାଣ୍ଡରେ ନେଇଛି। ୟାକୁବ୍‌ ସୋମବାର ଚାଉଳିଆଗଞ୍ଜ...

Advertisement
Archives

Model This Week