ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି ଖଟାଇ ନିଆରା ଉପାୟରେ ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଉକ୍ତ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଯୁବକ ଜଣକ ବାହାରକୁ ଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହାପରେ ଝରକା ବାହାରେ ଏକ କୋଣରେ ସେ ଶୋଇ ପଡ଼ିଥିଲେ। ଘର ଚାରିଆଡ଼େ ହୁ ହୁ ହୋଇ ନିଆଁ ବ୍ୟାପି ଯାଇଥିଲା। ଏହାର କିଛି ସମୟ ପରେ ଦେହରେ ନିଆଁ ଲାଗିବା ଭୟରେ ଯୁବକ ଜଣଙ୍କ ନିଜର ସାର୍ଟ ଖୋଲି ଫୋପାଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ସମୟର ଦୃଶ୍ୟ ଅଷ୍ଟ୍ରେଲିଆର ଜଣେ ପର୍ଯ୍ୟଟକ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ଆମେରିକାର ଏୟାର ଷ୍ଟ୍ରାଇକ

ୱାଶିଂଟନ,୨୩ ।୭: ଆମେରିକା ଆଫଗାନିସ୍ତାନ ଭିତରେ ଥିବା ତାଲିବାନର ଶିବିରକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି । ଏହାର ସୂଚନା ଆମେରିକାର ପ୍ରତିରକ୍ଷା ବିଭାଗ...

ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ...

ଯୁଦ୍ଧ ପରେ ଅସ୍ତ୍ରବିରତି

ଗାଜା ସିଟି/ଜେରୁଜେଲମ୍‌,୨୨ା୫ :ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଛନ୍ତି ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ହମାସ୍‌ କଠୋରପନ୍ଥୀ। ଉଭୟ ପକ୍ଷଙ୍କ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ସଂଘର୍ଷରେ...

କରୋନା ଭାଇରସ: ବ୍ରାଜିଲରେ ଗୋଟିଏ ପିପିଇକୁ ବାରମ୍ବାର ପିନ୍ଧୁଛନ୍ତି ସ୍ବାସ୍ଥ୍ୟକର୍ମୀ !

ବ୍ରସିଲିଆ,୨୧।୫: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଚାହୁଁ ଚାହୁଁ ସାରା ବିଶ୍ୱକୁ ବ୍ୟାପିଯାଇଛି। ପ୍ରଥମେ କରୋନାର ହଟ୍‌ସ୍ପଟ୍‌ ଉହାନ ହୋଇଥିବା ବେଳେ...

ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା...

ଏଲନ୍‌ ମସ୍କଙ୍କ ଟିନି ବ୍ରେନ୍‌

ସାନ୍‌ ଫ୍ରାନ୍‌ସିସ୍କୋ: ପାରାଲିସିସ୍‌ରେ ପୀଡ଼ିିତ ଓ ମସ୍ତିଷ୍କ ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କ ଜୀବନ ଧାରାରେ ଉନ୍ନତି ଆଣିବା ଲାଗି ଏଲନ୍‌ ମସ୍କଙ୍କ ଷ୍ଟ୍ରାର୍ଟଅପ୍‌ ନ୍ୟୁରଲିଙ୍କ୍‌ ଏକ...

ନୀରବ ମୋଦିଙ୍କ ପ୍ରତ୍ୟର୍ପଣକୁ ମିଳିଲା ଅନୁମତି : ଏବେ ମଧ୍ୟ ଖସିବାର ବାଟ ଅଛି

ନୂଆଦିଲ୍ଲୀ,୧୬।୪: ଦୁର୍ନୀତି କରି ବ୍ରିଟେନ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲାଗିଛି ଶକ୍ତ ଧକ୍କା। ମୋଦିଙ୍କ ପ୍ରତ୍ୟର୍ପଣ ନର୍ଦ୍ଦେଶରେ ମୋହର ମାରିଛନ୍ତି ବ୍ରିଟେନ ଗୃହ...

ଆବେଙ୍କ ଭାରତ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ,୧୪ା୧୨: ସିଏଏକୁ ନେଇ ବିବାଦ ପ୍ରରିପ୍ରେକ୍ଷୀରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ସ୍ଥଗିତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରତିପକ୍ଷ...

Advertisement


Archives

Model This Week