Posted inଜାତୀୟ

ଭୋଟର ପରିଚୟପତ୍ରରେ ସଂଯୋଗ ହେବ ଆଧାର: ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫ା୧(ଆଇଏଏନ୍‌ଏସ୍‌): ଭୋଟର ପରିଚୟପତ୍ର ସହ ଆଧାର ନମ୍ବରକୁ ସଂଯୋଗ କରାଯିବ। ଏଥିପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନୂଆ ଆଇନ ପ୍ରସ୍ତୁତ କରୁଥିବା ଜଣାପଡିଛି। ଅନେକେ ଏକାଧିକ ସ୍ଥାନରେ ନିଜକୁ ଭୋଟର ଭାବେ ପଞ୍ଜୀକୃତ କରିଛନ୍ତି। ସେଗୁଡ଼ିକୁ ବନ୍ଦ କରିବାକୁ ହେଲେ ଭୋଟର ପରିଚୟପତ୍ର ସହ ଆଧାରକୁ ସଂଯୋଗ କରିବାକୁ ହେବ। ଏଥିପାଇଁ ନୂଆ ଆବେଦନକାରୀ ଏବଂ ପୂର୍ବରୁ ତାଲିକାରେ ଥିବା ଭୋଟରମାନଙ୍କ ଆଧାର ନମ୍ବର ସଂଗ୍ରହ ଲାଗି ବୈଧାନିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ବାଚନ କମିଶନ ପ୍ରସ୍ତାବ ଦେଇଥିଲେ। ସେଥିପାଇଁ ଜନପ୍ରତିନିଧି ଆଇନ, ୧୯୫୧ରେ ସଂଶୋଧନ ଲାଗି ଆଇନ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଖୁବ୍‌ଶୀଘ୍ର ତାହା କ୍ୟାବିନେଟ କମିଟିରେ ଉପସ୍ଥାପନ ହେବା ପରେ ପାର୍ଲାମେଣ୍ଟରେ ବିଲ୍‌ ଆଣିବା ନେଇ ବିଚାର କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି...

ଅନୁରାଗ ୭୨, ପର୍‌ଭେଶ ୯୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ,୩୦।୧: ବିବାଦୀୟ ବୟାନକୁ ନେଇ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୭୨ ଘଣ୍ଟା ଓ ଭାଜପା...

ଅମୃତସରରେ ଗର୍ଜିଲେ କୃଷକ

ଅମୃତସର,୧୯ ।୯: ପଞ୍ଜାବର ଅମୃତସରରେ ଶନିବାର କୃଷି ବିଲ୍‌କୁ ବିରୋଧ କରି ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କୃଷକ । ଏମାନେ କୌଣସି ପରିସ୍ଥିତିରେ କୃଷି...

କେନ୍ଦ୍ର ସରକାରଙ୍କୁ ମେହବୁବାଙ୍କ ଚେତାବନୀ: ଅନୁଚ୍ଛେଦ ୩୫-ଏ ବାରୁଦ ଗଦା ଭଳି ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୨୮।୭: କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଚେତାବନୀ ଦେଇଛନ୍ତି। ରବିବାର ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ଅନୁଚ୍ଛେଦ ୩୫-ଏରେ ପରିବର୍ତ୍ତନ...

ଶାହାଙ୍କୁ ଘେରିଲେ ବିରୋଧୀ: ପ୍ରସାରଣ ବନ୍ଦ କଲା ଆର୍‌ଏସ ଟିଭି

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ରାଜ୍ୟ ସଭାରେ ନାଗରିକତ୍ୱ (ସଂଶୋଧନ) ବିଲ୍‌ ଆଲୋଚନା ବେଳେ ବିରୋଧୀ ଦଳର ସଦସ୍ୟମାନେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ବର୍ଷିବାରୁ ଗୃହର ଅଧ୍ୟକ୍ଷ ଏମ୍‌....

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌

ନୂଆଦିଲ୍ଲୀ,୯।୨: ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବାୟୋପିକର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଦ୍ୱାରା ରବିବାର ଫାଷ୍ଟ ଲୁକ୍‌ର ପୋଷ୍ଟର...

ଶୈବପୀଠରେ ପୂଜାର୍ଚ୍ଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୧।୨: ମହାଶିବରାତ୍ରୀ ଅବସରରେ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଶୈବ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ଜଳାଭିଷେକ କରିବା ସହ ପୁଷ୍ପାଞ୍ଜଳି...

Play 250+ Trending Games
Archives

Model This Week

Why Dharitri