Posted inଜାତୀୟ

ଭୋଟଗ୍ରହଣ କେନ୍ଦ୍ରରେ ଭୋଟିଂ ଅଧିକାରୀଙ୍କ ମୃତ୍ୟୁ

ରାୟପୁର,୨୩।୯: ଛତିଶଗଡ଼ ଦନ୍ତଓ୍ବାଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାଠାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥାନୀୟ କଟେକଲ୍ୟାଣ ଅଞ୍ଚଳର ଚିକପାଲ ଭୋଟଗ୍ରହଣ କେନ୍ଦ୍ରରେ ନିଯୁକ୍ତ ଭୋଟିଂ ଅଧିକାରୀ ସି. ଠାକୁରଙ୍କର ମୃତ୍ୟୁ ଘଟିଛି। ସକାଳ ୬ଟା ୩୦ଠାରୁ ତାଙ୍କ ସ୍ବାସ୍ଥ୍ୟ ଭଲ ନ ଥିବା ସହକର୍ମୀ ପ୍ରକାଶ କରିଛନ୍ତି। ମତଦାନ ଆରମ୍ଭ ହେବାପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ସେ ସ୍ଥାନୀୟ ତୁମନାର୍‌ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ଗୁମଲନାର୍‌ର ବାସିନ୍ଦା ବୋଲି ଜିଲା ନିର୍ବାଚନ ଅଧିକାରୀ ଟୋପେଶ୍ୱର ବର୍ମା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଥିଲେ ହୋଇଥାନ୍ତା ଭଉଣୀଙ୍କ ବାହାଘର, ନଦୀରେ ଭାସିଗଲେ ଭାଇ

ଚାନ୍ଦବାଲି,୧୮ା୬(ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବାଲିଆପାଳ ନଦୀରେ ଗୁରୁବାର ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଅଘଟଣ ଘଟିଛି। ନଦୀରେ ବାଲିଆପାଳ ପଟୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଟ୍ରାକ୍ଟରମାଲିକଙ୍କୁ ଧମକ ଦେଇ ନେଇଥିଲେ ଏତିକି ଟଙ୍କା ଲାଞ୍ଚ

ଡେଲାଙ୍ଗ,୧୮ା୬: ପୁରୀ ଜିଲା ଡେଲାଙ୍ଗ ରେଞ୍ଜ ଅନ୍ତର୍ଗତ ଆଙ୍କୁଇର ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ଓଡ଼ିଶା ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସେ ଜଣେ ଟ୍ରାକ୍ଟର ମାଲିକଙ୍କଠାରୁ…

ମମତାଙ୍କ ଗୋଷ୍ଠୀକୁ ହାଇକୋର୍ଟରୁ ବଡ଼ ଝଟକା: ବିଧାନସଭା ବିରୋଧୀ ଦଳ ନେତା ରହିବେ…

କୋଲକାତା,୧୮।୮: ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ନିଯୁକ୍ତି ମାମଲାରେ କୋଲକାତା ହାଇକୋର୍ଟ କୌଣସି ବି ଅନ୍ତରୀଣ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଚାକିରିରୁ ବିଦା ହେଲେ ମଞ୍ଚେଶ୍ୱର ଥାନା ASI

ଭୁବନେଶ୍ୱର,୧୮ା୬: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଏଏସ୍‌ଆଇ ରାଜେଶ କୁଲ୍ଲୁ ଚାକିରିରୁ ବହିଷ୍କୃତ ହୋଇଛନ୍ତି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦…

ହଠାତ୍‌ ମାଡ଼ି ଆସିଲା ସମୁଦ୍ର ଜୁଆର, ୧୦୦ ଏକର ଚାଷ ଜମି ଜଳମଗ୍ନ

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆ ଗ୍ରାମ ଦେବତୀ ଜାହେରୀ ପୀଠଠାରେ ବୁଧବାର ସମୁଦ୍ର ଉଚ୍ଚ ଜୁଆର…

ମାନବାଧିକାର କର୍ମୀ ପରିଚୟରେ କରୁଥିଲେ ଟଙ୍କା ଆଦାୟ, ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲା

ଗଜପତି, ୧୮।୬(ଗିରିଧାରୀ ପରିଛା): ମାନବାଧିକାର ସଂଗଠନ ଓ ଏନଜିଓର ନାମ ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରୁଥିବା ଏକ ଠକେଇ ଅଭିଯୋଗ…

ଏହି ଯାତ୍ରୀମାନଙ୍କ ପାଇଁ ଖୁସି ଖବର! ଟ୍ରେନ ଟିକେଟ୍‌ରେ ୭୫% ପର୍ଯ୍ୟନ୍ତ ରିହାତି, ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍‌ଲୀ,୧୮।୬: ଭାରତୀୟ ରେଳବାଇ (Indian Railways) ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଯାତ୍ରାକୁ ସହଜ, ସୁରକ୍ଷିତ ଏବଂ ଶସ୍ତା କରିବା ପାଇଁ କ୍ରମାଗତ ଭାବେ ପ୍ରୟାସ…

ଚାମେଲି ବିବାଦ ମାମଲା: ସେଦିନ କ’ଣ ଘଟିଥିଲା? ଚାଞ୍ଚଲ୍ୟକର ଖୁଲାସା କଲେ ବିଡିଓ

କେନ୍ଦ୍ରାପଡ଼ା,୧୮।୬: ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲାରେ ଦୀର୍ଘ ୮ ଦିନ ପରେ ମୁହଁ ଖୋଲିଲେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ବିଡିଓ କହିଛନ୍ତି, ମନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri