ଭୋଗରାଇରେ ପୁଣି ଲଜ୍ଜା: ଅଶ୍ଳୀଳ ଭିଡିଓ ଶୁଟିଂ କରି ବ୍ଲାକମେଲିଂ

ଭୋଗରାଇ, ୧୧।୮(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଉପାନ୍ତ ତାଳସାରୀ ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ ସମ୍ପର୍କ ରଖିବାକୁ ବାଧ୍ୟ କରି ଏହାର ଭିଡିଓ ଶୁଟିଂ କରି ସେମାନଙ୍କୁ ବ୍ଲାକମେଲିଂ କରିବା ଭଳି ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପରେ ଦାବି ମୁତାବକ ଟଙ୍କା ନ ପାଇବାରୁ ଭିଡିଓ ରେକର୍ଡିଂ କରିଥିବା ୩ ଦୁର୍ବୃତ୍ତ ଏହାକୁ ଭାଇରାଲ କରିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭୋଗରାଇ ଅଞ୍ଚଳରେ ଯୁକ୍ତ ୨ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଯୁକ୍ତ ୩ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କ ସହ ଗତ ୧ତାରିଖରେ ତାଳସାରୀ ବେଳାଭୂମି ସୁବର୍ଣ୍ଣପୁର ଦ୍ୱୀପକୁ ବୁଲି ଯାଇଥିଲେ। ସେଠାରେ ବସି ଗପସପ ହେଉଥିବା ବେଳେ ୩ଜଣ ଦୁର୍ବୃତ୍ତ ସେମାନଙ୍କୁ ପ୍ରେମୀଯୁଗଳ ମନେକରି ଅସଦାଚରଣ କରିବା ସହ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ଛାତ୍ରଙ୍କୁ ମାରଧର ଓ ଛାତ୍ରୀଜଣଙ୍କୁ ଅସଦାଚରଣ କରି ଦୁହିଁଙ୍କୁ ଶାରୀରିକ ସମ୍ପର୍କ ରଖିବା ଭଳି ଅଭିନୟ କରିବାକୁ ବାଧ୍ୟ କରିଥିଲେ। ସେଠାରେ ପୁରୁଷ ବନ୍ଧୁ ଓ ତାଙ୍କ ବାନ୍ଧବୀ ଉପାୟଶୂନ୍ୟ ହୋଇପଡିଥିଲେ। ପରେ ଦୁର୍ବୃତ୍ତମାନେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ସେମାନଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଏପରିକି ୨୦ହଜାର ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏଭଳି ସ୍ଥିତିରେ କଲେଜ ଛାତ୍ରଜଣକ ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କ ପାଖକୁ ଫୋନ କରି ତାଙ୍କଠାରୁ ୧୫ଶହ ଟଙ୍କା ଆଣି ସେମାନଙ୍କୁ ଦେଇଥିଲେ। ସପ୍ତାହକ ମଧ୍ୟରେ ବାକି ଟଙ୍କା ନ ଦେଲେ ଭିଡିଓ ଭାଇରାଲ କରିଦେବେ ବୋଲି ଚେତାବନୀ ଦେଇ ୩ ଦୁର୍ବୃତ୍ତ ଏହି ଛାତ୍ରୀଛାତ୍ରଙ୍କୁ ଛାଡିଥିଲେ। ଏହି ପରିପ୍ରେକ୍ଷୀରେ ଟଙ୍କା ନ ପାଇବାରୁ ୩ ଦୁର୍ବୃତ୍ତ ଗତ ୯ତାରିଖରେ ଭିଡିଓ ଭାଇରାଲ କରିଦେବାରୁ ଉଭୟ ଛାତ୍ରୀଛାତ୍ର ମାନସିକ ଭାରସାମ୍ୟ ହରାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀଙ୍କ ପୁରୁଷ ବନ୍ଧୁ କୁହାଯାଉଥିବା ଛାତ୍ରଜଣକ ଶନିବାର ତାଳସାରୀ ମେରାଇନ ଥାନାକୁ ଯାଇ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଥାନାଧିକାରୀ ତୁଶାଲ ମାଝି ଏକ ମାମଲା (ନଂ. ୨୫/୧୯) ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସି ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ, ତାଳସାରୀ ବେଳାଭୂମିରେ ସମ୍ପ୍ରତି ଅପରାଧୀଙ୍କ ଆତଯାତ ବୃଦ୍ଧି ପାଇବାରେ ଲାଗିଛି। ଗତମାସ ୯ ତାରିଖ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏକ ଗେଷ୍ଟ ହାଉସ୍‌ରେ ୨ ବଙ୍ଗୀୟ ଯୁବତୀଙ୍କୁ ଗଣବଳାତ୍କାର, ୧୭ ତାରିଖରେ ଜଣେ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ହେବା ପରେ ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା ନେଇ ଅଞ୍ଚଳବାସୀ ପ୍ରତିବାଦର ସ୍ବର ଉଠାଇଛନ୍ତି। ଅବିଳମ୍ବେ ଅଭିଯୁକ୍ତଙ୍କୁ ଧରି ଧରି ପୋଲିସ କାର୍ଯ୍ୟାନୁଷ୍ଠାନ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଅବରୋଧ ନେଇ ଉତ୍ତେଜନା

ଭୋଗରାଇ, ୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଳକ ଅଧୀନ ଟେଙ୍ଗରାମାରିି ଗ୍ରାମ ୫ନଂ. ୱାର୍ଡ଼ରେ ଜଣେ ବ୍ୟକ୍ତି ରାସ୍ତା ଅବରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଅବିଳମ୍ବେ...

ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍‌ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବାହାନଗା,୧୩।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ମହାରୁଦ୍ରପୁର ଗ୍ରାମର ହୋତା ପୋଖରୀରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ...

ଖବରଦାତାଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୪।୪-ବାଲେଶ୍ୱର ଜିଲା ସଦର ମହକୁମା ଠାରେ ଥିବା ଖବରଦାତାମାନଙ୍କ ପକ୍ଷରୁ ଗୁରୁବାର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର...

ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଶିକ୍ଷୟିତ୍ରୀ ନିଲମ୍ବିତ

ବସ୍ତା ୧୧।୭,(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ମୁଳିଦା ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଗୁରୁବାର ଶିକ୍ଷୟିତ୍ରୀ ସଂଘମିତ୍ରା ବେହେରାଙ୍କୁ ନିଲମ୍ବନ...

କୁଖ୍ୟାତ ଅପରାଧୀ ପାପା ପଣ୍ଡା ଗିରଫ

ବାଲେଶ୍ୱର ଅଫିସ, ୨୩ା୬-ରାଜ୍ୟରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ କୁଖ୍ୟାତ ଅପରାଧୀ ଚିନ୍ମୟ ପଣ୍ଡା ଓରଫ୍‌ ପାପାଙ୍କୁ ବୁଧବାର ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ଗିରଫ...

ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ବାସୁଦେବପୁର, ୨୮।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ଭିଣୋଇଙ୍କ...

ମୁକାବିଲା ପାଇଁ ପୋଲିସ ସଜାଗ-ଡିଜିପି

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୧୮।୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ’ର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ସୋମବାର ବାଲେଶ୍ୱର...

Advertisement
Archives

Model This Week