ଭୁଶୁଡ଼ିଲା ଆଉ ଏକ ଡିପ୍‌ଓ୍ବେଲ; ଦେଢ଼କୋଟି ଟଙ୍କାର ପ୍ରକଳ୍ପ ଅଚଳ

ପରଜଙ୍ଗ, ୧୯।୮(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କଡ଼ାସୋଡ଼ା ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଗତ ୧୫ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଅଗଷ୍ଟ ୩ରେ ନୂଆକୁଆଳୋ ଗ୍ରାମରେ ଅନୁରୂପ ଭାବେ ନବନିର୍ମିତ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଥିଲା। ନିମ୍ନମାନର କାମ, ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଏବଂ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତାରୁ ଲୋକାର୍ପଣର ୬ମାସ ମଧ୍ୟରେ ପ୍ରକଳ୍ପ ଭୁଶୁଡ଼ି ପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୂଅ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ ଏହା ଉପରେ ନିର୍ଭର କରୁଥିବା ୬୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଘାରିଛି ପାନୀୟ ଜଳ ଚିନ୍ତା।
ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ କରିବା ଲକ୍ଷ୍ୟ ନେଇ ‘ବସୁଧା’ ଯୋଜନାରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଓଭରହେଡ୍‌ ପାଣିଟାଙ୍କି, ପାଇପ ବିଛାଇବା ଏବଂ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟରେ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଥିଲା। କେବଳ କୂଅ ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୭ ଲକ୍ଷ ଟଙ୍କା। ଗତ ମାର୍ଚ୍ଚ ୮ରେ ପ୍ରକଳ୍ପ ଲୋକାର୍ପିତ ହୋଇଥିବାବେଳେ ଏଥିରୁ ୬୦୦ରୁ ଊର୍ଦ୍ଧ୍ୱ ପରିବାର ସିଧାସଳଖ ପାଣି ପାଉଥିଲେ। ତେବେ ଶନିବାର ରାତିରେ ହଠାତ୍‌ ଡିପ୍‌ଓ୍ବେଲ୍‌ ଭୁଶୁଡ଼ି ପଡ଼ିଛି। କୂଅ ଭିତରେ ସମସ୍ତ ସାମଗ୍ରୀ ପୋତି ହୋଇଯାଇଛି। ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗିଯାଇଛି।
ଗ୍ରାମବାସୀଙ୍କ କହିବା କଥା, ଟେଣ୍ଡର ନେଇଥିବା ଠିକାଦାର ପେଟି କଣ୍ଟ୍ରାକ୍ଟରଙ୍କ ସହାୟତାରେ କାମ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ନିୟମିତ କାର୍ଯ୍ୟ ତଦାରଖ କରୁନାହାନ୍ତି। ଏହାର ସୁଯୋଗରେ ମନଇଚ୍ଛା କାର୍ଯ୍ୟ କରାଯାଇଥିଲା। ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ସହାୟତାରେ କୂଅ ଖୋଳାଯାଇଥିଲା। ଏପରି କି କୂଅ ଖନନ ସମୟରେ ଡିନାମାଇଟ୍‌ରେ ବିସ୍ଫୋରଣ କରାଯାଇଥିଲା। କୂଅ ଚାରିପଟେ ଥିବା ଫାଙ୍କା ସ୍ଥାନରେ ବାଲି ବଦଳରେ ଚିକିଟା ମାଟି ଫିଲିଂ କରାଯାଇଥିଲା। ଏପରି ନିମ୍ନମାନର କାମ ସମ୍ପର୍କରେ ଉକ୍ତ ସମୟରେ ସ୍ଥାନୀୟ ବାସିନ୍ଦା ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଠିକାଦାରଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ତେଣୁ ଏପରି ଦୁର୍ଘଟଣା ଘଟିଥିବା ଭଗବାନ ସାହୁ, ଦୁଷ୍ମନ୍ତ ରାଉଳ, ସଞ୍ଜୟ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି।
ବର୍ଷାଦିନେ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି। ନିମ୍ନମାନର କାର୍ଯ୍ୟ କରିଥିବା ଠିକାଦାର ଏବଂ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତୁରନ୍ତ ପ୍ରକଳ୍ପ ପୁନରୁଦ୍ଧାର କରିବାକୁ ସ୍ଥାନୀୟ ସରପଞ୍ଚ ପବିତ୍ର ସାହୁ ଦାବି କରିଛନ୍ତି। ସେହିପରି ଜିଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ସାହୁ କୁହନ୍ତି, ନୂଆକୁଆଲୋ ପରେ କଙ୍କଡ଼ାସୋଡ଼ାରେ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଛି। ଏଥିରୁ ନିମ୍ନମାନର କାମ କରାଯାଉଥିବା ସ୍ପଷ୍ଟ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଇବାକୁ ସେ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ଏ ନେଇ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ କୁହନ୍ତି, ନିମ୍ନମାନର କାର୍ଯ୍ୟ ଯୋଗୁ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଏହାକୁ ପୁନର୍ବାର ତିଆରି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri