ଭୁଲ ତଥ୍ୟ ଦେଇ ବ୍ୟାଙ୍କରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ ଉଠାଣ: ଜଣେ ଅଟକ

ବାସୁଦେବପୁର,୮।୧୨(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଗୁଆଗଡ଼ିଆ ଗ୍ରାମର ଜଣେ ଏରୋନେଟିକ୍‌ ଇଞ୍ଜିନିୟର ଦୁଇଟି ବ୍ୟାଙ୍କରେ ଭୁଲ କାଗଜପତ୍ର ଦେଇ ଅନ୍ୟ ଜଣେ ଯୁବକଙ୍କ ନାମରେ ଆକାଉଣ୍ଟ ଖୋଲି ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଋଣ ଉଠାଣ କରିନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ନାମରେ ଏହି ଋଣ କରାଯାଇଥିବା ସଂପୃକ୍ତ ବ୍ୟାଙ୍କରୁ ତାଙ୍କୁ ଅବଗତ କରାଯିବା ପରେ ସେ ଋଣ କରି ନ ଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କ ନାମରେ ଋଣ ଉଠାଣ ହେଲା ତାହା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଏହି ଋଣ ଉଠାଣ କରି ନେଇଥିବା ଯୁବ ଇଞ୍ଜିନିୟରଙ୍କୁ ସ୍ଥାନୀୟ ଗୁଆଗଡ଼ିଆ ଲୋକମାନେ ଅଟକ ରଖି ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଉକ୍ତ ଯୁବ ଇଞ୍ଜିନିୟରଙ୍କୁ ଗ୍ରାମବାସୀଙ୍କଠାରୁ ଉଦ୍ଧାର କରି ପଚରାଉଚରା ପାଇଁ ଥାନାରେ ଅଟକ ରଖିଛନ୍ତି। ଏହି ଘଟଣା ବ୍ୟାଙ୍କ ସମ୍ପର୍କିତ ହୋଇଥିବାବେଳେ ଆଜି ରବିବାର ଥିବାରୁ ଅଧିକ ତଦନ୍ତ ଆବଶ୍ୟକତା ଥିଲେ ମଧ୍ୟ ହୋଇପାରିନାହିଁ। ତେବେ ସୋମବାର ଏନେଇ ଅଧିକ ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାମଦ ବିକ୍ରିକୁ ମହିଳାଙ୍କ ବିରୋଧ

ପଦ୍ମପୁର, ୧୮।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୁଗୋ ପଞ୍ଚାୟତ କୁସୁନବିନ୍ଧା ଗ୍ରାମରେ ମଦବିରୋଧୀ ଅଭିଯାନ ଜୋର ଧରିଛି। ବୁଧବାର ସ୍ବୟଂସହାୟକ...

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର...

ଶିଶୁଙ୍କ ପାଇଁ ବିପଦ ସାଜିଛି ଖୋଲା ବୋରୱେଲ:ନିର୍ଦ୍ଦେଶ ସତ୍ତ୍ୱେ ପ୍ରତିକାର ପାଇଁ ନାହିଁ ପଦକ୍ଷେପ

ଯାଜପୁର ଅଫିସ,୧୯ା୧: ଖୋଲା କିମ୍ବା ପରିତ୍ୟକ୍ତ ଟ୍ୟୁବୱେଲ ଓ ବୋରୱେଲ ଛୋଟଛୋଟ ପିଲାଙ୍କ ପାଇଁ ବିଭିନ୍ନ ସମୟରେ ବିପଦ ସାଜିଛି। ଖୋଲା ବୋରୱେଲ ଓ ଟ୍ୟୁବୱେଲଗୁଡ଼ିକରେ...

ପଣ୍ୟାଗାର କାର୍ଯ୍ୟକ୍ଷମ ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଲେ ଶ୍ରମିକ

ବରଗଡ଼ ଅଫିସ,୯।୨: ବରଗଡ଼ ସହର ଉପକଣ୍ଠ କେନ୍ଦପାଲିସ୍ଥିତ ପଣ୍ୟାଗାର ଗତବର୍ଷ ଜୁନ ମାସରୁ ବନ୍ଦ ରହିଛି। ଫଳରେ ଏହି ପଣ୍ୟାଗାରରେ କାର୍ଯ୍ୟ କରି ପରିବାର ପୋଷଣ...

ଓଡ଼ିଆ ସିନେମା ‘ସେଲଫିସ୍‌ ଦିଲ୍‌’ରେ ନାୟକ ସାଜିଛନ୍ତି ରାୟଗଡ଼ାର ଶ୍ରେୟାନ: ମୁନିଗୁଡ଼ାରେ ରୋଡ୍‌ ଶୋ’ କରି କଲେ ପ୍ରମୋଶନ

ମୁନିଗୁଡ଼ା,୧୭।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାରେ ଓଡ଼ିଆ ସିନେମା ‘ସେଲ୍‌ଫିସ ଦିଲ୍‌’ର ପ୍ରମୋଶନ ବୁଧବାର କରାଯାଇଛି। ଫିଲ୍ମର ନାୟକ ଶ୍ରେୟାନ ଏବଂ ନାୟିକା ସୂର୍ଯ୍ୟମୟୀ ରୋଡ୍‌ ଶୋ’...

ପୋଷ୍ଟ ପିଅନଙ୍କୁ କରୋନା

ଚିତ୍ରଡ଼ା,୨୨ା୭(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳର ଜଣେ ପୋଷ୍ଟ ପିଅନ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି।...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

ନିୟମ ମାନିଲେନି ପ୍ରଶାସନିକ ଅଧିକାରୀଙ୍କ ସ୍ତ୍ରୀ: କ୍ୱାରାଣ୍ଟାଇନ୍‌ ସେଣ୍ଟର ଯାଇ କୋଟା ଫେରନ୍ତା ପୁଅଙ୍କୁ ଭେଟିଲେ

ଫୁଲବାଣୀ ଅଫିସ, ୮|୫- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ବାହାର ରାଜ୍ୟରୁ ଫେରିଥିବା ଲୋକେ ପଞ୍ଜୀକରଣ କରିବା ଓ...

Advertisement


Archives

Model This Week