Posted inଫୁରସତ

ଭୁଲ ଇଞ୍ଜେକସନ୍‌ ନେଇ ଜନ୍ମ ଦେଇଥିଲେ ଝିଅ, ଦମ୍ପତିଙ୍କୁ ମିଳିଲା ୭୪ କୋଟି ଟଙ୍କା

ଆମେରିକାର ସିଏଟଲରେ ଏକ ରୋଚକ ଘଟଣା ଘଟିଛି। ଏଠାକାର କୋର୍ଟ ଏକ ଦମ୍ପତିଙ୍କୁ ୭୪ କୋଟି ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ମହିଳା ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ ଏକ କମ୍ପ୍ୟୁନିଟି କ୍ଲିନିକ୍‌ ଯାଇଥିଲେ। ସେଠାରେ ନର୍ସ ତାଙ୍କୁ ଏକ ଫ୍ଲୁ ସର୍ଟ ଇଞ୍ଜେକସନ୍‌ ଦେଇଥିଲେ। ଭୁଲ ଇଞ୍ଜେକସନ ନେବା ପରେ ମହିଳା ଜଣଙ୍କ ଏକ ଦିବ୍ୟାଙ୍ଗ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ୟେସେନିଆ ପଚେକୋ ନାମକ ଏହି ମହିଳା ଜଣଙ୍କ ୨ଟି ସନ୍ତାନ ଥିବାରୁ ଆଉ ମା’ ହେବାକୁ ଚାହୁଁ ନଥିଲେ। ସେଥିପାଇଁ ସେ ଜନ୍ମ ନିୟନ୍ତ୍ରଣ ଇଞ୍ଜେକସନ୍‌ ନେବାକୁ କ୍ଲିନିକ୍‌ ଯାଇଥିଲେ। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁ ମହିଳା ଜଣଙ୍କ ପୁଣି ଗର୍ଭବତୀ ହେବା ସହ ଏକ ଦିବ୍ୟାଙ୍ଗ ଶିଶୁ ଜନ୍ମ ଦେଇଥିଲେ। ଏହାପରେ ସେ ନ୍ୟାୟ ପାଇଁ କୋର୍ଟର ଆଶ୍ରୟ ନେଇଥିଲେ। ୫ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଲଢିବା ପରେ ତାଙ୍କୁ ନ୍ୟାୟ ମିଳିଥିଲା। ସେ ଏକ ସରକାରୀ କ୍ଲିନିକ୍‌ରେ ଇଞ୍ଜେକସନ୍‌ ନେଇଥିବାରୁ ଆମେରିକୀୟ ସଂଘୀୟ ସରକାର ଏଥିପାଇଁ ଦାୟୀ ବୋଲି କୋର୍ଟ କହିଥିଲେ। କୋର୍ଟ ଝିଅଟିର ପାଠପଢା, ଚିକିତ୍ସା, ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୫ କୋଟି ଟଙ୍କା ଏବଂ ଦମ୍ପତିଙ୍କ କ୍ଷତିପୂରଣ ବାବଦକୁ ୧୮ କୋଟି ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟେସେନିଆ ପଚେକୋ ଜଣେ ଶରଣାର୍ଥୀ ଭାବେ ଦୀର୍ଘ ୧୬ ହେବ ଆମେରିକାରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri