ଭୁଲି ପାରୁନାହାନ୍ତି ସୁକାନ୍ତି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ କଥା। ଏଥିରେ ଭଉଣୀ (ମିତା) ଭୂମିକାରେ ସୁକାନ୍ତି ପାଢ଼ୀଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ, ବାଜି ମାରିଲେ ହାରିବ, ଫଗୁଣ ଦେଇଛି ପହିଲି ଚିଠି, ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁ।ରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

୨୨ ମିଲିୟନ୍‌ ଫଲୋୟର୍ସ ହେବାରୁ କ୍ରିତି ଶେୟାର କଲେ ଏମିତି ଫଟୋ

ମୁମ୍ବାଇ: ହଟ୍‌ ଓ କ୍ୟୁଟ ଆକ୍ଟ୍ରେସ୍‌ କ୍ରିତି ସାନନ୍‌ ଏବେ ଖୁବ୍‌ ଖୁସି ଅଛନ୍ତି। କାରଣ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ଅଭିନେତ୍ରୀଙ୍କ ଫଲୋୟର୍ସଙ୍କ...

ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କଲେ ଆଲିଆ

ମୁମ୍ବାଇ: ଭାରତରେ କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରିଚାଲିଛି। ପ୍ରତିଦିନ ଏହି ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ବୁଧବାର ସୁଦ୍ଧା ଏହି ଭାଇରସ୍‌ରେ ୩୮...

ଦିଶାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ନାୟିକା ଦିଶା ପାଟନି ୨୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବଲିଉଡ୍‌ ନାୟକ ଟାଇଗର ଶ୍ରଫ ତାଙ୍କ ଗର୍ଲ ଫ୍ରେଣ୍ଡକୁ...

ଅଭିନୟକୁ ନେଇ ନିଜକୁ ଭାଗ୍ୟବାନ ବୋଲି କହିଲେ ବାଦଶାହା

ମୁମ୍ବାଇ: ବଲିଉଡ୍‌ ଗାୟକ ବାଦ୍‌ଶାହା ଜଣେ ପରିଚିତ ଚେହେରା। ହେଲେ ସେ ଅଭିନୟ କରିବା ପରେ ନିଜକୁ ଜଣେ ଭାଗ୍ୟବାନ ବ୍ୟକ୍ତି ବୋଲି କହିଛନ୍ତି। ନିକଟରେ...

ଲକ୍‌ଡାଉନ୍‌ରେ କରୀନାଙ୍କ ଫ୍ୟାଶନ ଜଲଓ୍ବା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ସେଲିବ୍ରିଟିଙ୍କ ପରି ଲକ୍‌ଡାଉନ୍‌ରେ କରୀନା କପୁର ମଧ୍ୟ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେ କ’ଣ କରୁଛନ୍ତି ସେସବୁ...

ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବେ ମାନୁଷୀ ଛିଲ୍ଲର

୨୦୧୭ରେ ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଖୁବ୍‌ଶୀଘ୍ର ବଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ୟଶରାଜ ପ୍ରଡକ୍ସନରେ ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ...

ପ୍ରତିଦିନ ୧୬ କିଲୋମିଟର ଦୌଡୁ୍‌ଛନ୍ତି ଏହି ଅଭିନେତ୍ରୀ

କରୋନା ଯୋଗୁ ଏବେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଅଭିନେତ୍ରୀ ଏବଂ ଅଭିନେତାମାନେ ଲକ୍‌ଡାଉନରେ ଶରୀରୁ ଫିଟ୍‌ ରଖିବା ପାଇଁ ବିଭିିନ୍ନ ପ୍ରକାର ଉପାୟ ଅବଲମ୍ବନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *