ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌ ବାଲେଶ୍ୱର ଏବଂ ଭୁବନେଶ୍ୱରର ବିଭିନ୍ନ ଯାଗାରେ ଚଢାଉ କରି ୫ ବ୍ରାଉନସୁଗାର ଡିଲରଙ୍କୁ ଗିରଫ କରିଛି। ସେମାନେ ହେଲେ ଇନଫୋସିଟି ଥାନା ଅଞ୍ଚଳର ଏସକେ ସାଗ୍‌ବା(୨୨), ବାଲେଶ୍ୱର ଟାଉନର ତନ୍ମୟ କୁମାର ସାହୁ(୨୦), ଏସ.କେ ଫକୀର(୨୮), ଏମଡି ସୋହେଲ(୨୮) ଏବଂ ଏସକେ ସାଇବୁଲ୍‌। ସେମାନଙ୍କ ନିକଟରୁ ୩୨୪ ଗ୍ରାମ ବ୍ରାଉନସୁଗାର ଏବଂ ୩.୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ବ୍ରାଉନସୁଗାର ମାଫିଆଙ୍କ ଘର ବାଂଲାଦେଶ ବୋଲି ଜଣାପଡିଛି। ସେମାନେ ବାଂଲାଦେଶରୁ ଜଳପଥରେ ବ୍ରାଉନସୁଗାର ବାଲେଶ୍ୱରକୁ ଆଣୁଥିଲେ ଏବଂ ସେଠାରୁ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିଲେ। ଏପରିକି ରାଜଧାନୀର ଏକାଧିକ ଡିଲର ସେମାନଙ୍କଠାରୁ ବ୍ରାଉନସୁଗାର ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ଏନେଇ ଏସଟିଏଫ୍‌ ଟିମ୍‌ ଜାଣିବା ପରେ ସେମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୩୧ ମଇଁଷି ମୃତ

ଢେଙ୍କାନାଳ ଅଫିସ, ୨୮।୧୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍‌ ରେଳଷ୍ଟେଶନ ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୧୧ରେ ଛାତିଥରା ଦୁର୍ଘଟଣା...

ଜି.ଉଦୟଗିରି, ବାଲିଗୁଡା, ଫୁଲବାଣୀରେ ବିଜେଡି ଆଗରେ

ଫୁଲବାଣୀ ଅଫିସ,୨୩।୫(ଡି.ଏନ୍‌.ଏ.)- ଜି.ଉଦୟଗିରି ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ଆଗୁଆ ଅଛନ୍ତି। ସାଲୁଗାଙ୍କୁ ୯୧୩୪ ଭୋଟ ମିଳିଥିବାବେଳେ ଭାଜପାର ଅର୍ଚ୍ଚନା ପ୍ରଧାନଙ୍କୁ ୬୩୨୨...

ବାଇକ୍‌ ଭାଙ୍ଗିଲା ହାତୀ, ଅଳ୍ପକେ ବର୍ତ୍ତିଲେ ଚାଳକ

କେନ୍ଦୁଝର,୧୩ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ବଢୁଛି। ବନ ବିଭାଗ ପକ୍ଷରୁ ହାତୀମାନଙ୍କୁ ଘଉଡ଼ାଇବା ସହ...

ସରପଞ୍ଚ ପଦବୀ ଲାଗି ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ

ପାରଳାଖେମୁଣ୍ଡି,୩ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗୁରାଣ୍ଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆଈ ମନୋରମା ଜେନା ଏବଂ ନାତୁଣୀ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୧୦।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ସୋର-ଗୋପୀନାଥପୁର ରାସ୍ତା ମରଣଯନ୍ତା

ସୋର, ୭ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର- ବାଗୁଡି ରାସ୍ତା ମରଣଯନ୍ତା ପାଲଟିଛି। ସୋର ତହସିଲ ଅଧୀନ ବାଗୁଡି ଖଞ୍ଜାମାହାଲ ପଥର ଖାଦାନର ପଥର ଓ ପାହାଡ ମାଟିରେ...

ରାଜ୍ୟରେ ଆଜି ୩,୫୩୫ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୩,୫୩୫ କରୋନା ଆକ୍ରାନ୍ତ...

ଓଡ଼ିଶାର କ୍ଷୁଦ୍ର ଚଳଚ୍ଚିତ୍ରକୁ ୩ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଓଡ଼ିଶାରୁ ନିର୍ମିତ କରୋନା ଆଧାରିତ ସାଇଲେଣ୍ଟ୍‌ ଶର୍ଟ ଫିଲ୍ମ ‘ଓ୍ବାରିଅର୍ସ ଓ୍ବାର୍‌ ଓ୍ବିଦିନ’ ୩ଟି ଅନ୍ତର୍ଜାତୀୟ ପୁରସ୍କାର ପାଇଛି। ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା...

Advertisement
Archives

Model This Week