ବାଲେଶ୍ୱର ଅଫିସ,୧୭।୪-ଭୁବନେଶ୍ୱରରୁ ଫେରିଥିବାରୁ ଜଣେ ଭଡାଟିଆଙ୍କୁ ତାଙ୍କ ଘର ମାଲିକ ଘରେ ନ ପୂରାଇବା ଘଟଣା ବାଲେଶ୍ୱର ଅଡ଼ରବଜାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ ସେ ଅନ୍ୟ ଉପାୟ ନ ପାଇ ଗୁରୁବାର ସହଦେବଖୁଣ୍ଟା ମଡ଼େଲ ଥାନାରେ ଅଭିଯୋଗ କରିଛନ୍ତି। ସଦର ତହସିଲଦାର ପୂର୍ଣ୍ଣଚନ୍ଦ୍ର ପାତ୍ର, ଡା. ମୃତ୍ୟୁଞ୍ଜୟ ମିଶ୍ର, ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ, ମେଡ଼ିକାଲ ଟିମ୍ ସହ ସେଠାରେ ପହଞ୍ଚତ୍ ଭଡ଼ାଟିଆ ପରିବାରର ସମସ୍ତ ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଘର ମାଲିକଙ୍କ ବୃଦ୍ଧା ମା’ ବାପା ଏବଂ ବଡ଼ ଭାଇମାନେ ପରିବାରରେ ରହୁଥିବାରୁ ସେ ଭଡ଼ାଟିଆଙ୍କୁ ରଖିବା ପାଇଁ ବାରଣ କରିଥିଲେ। ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ ଏହି ଘଟଣାରେ ହସ୍ତକ୍ଷେପ କରି ଭଡ଼ାଟିଆଙ୍କ ପରିବାରର ଦୁଇଜଣ ଲୋକଙ୍କୁ ସାବଧାନତା ସହକାରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ସମ୍ପର୍କୀୟଙ୍କ ଅନ୍ୟତ୍ର ରହିବା ପାଇଁ ଅଧିକାରୀମାନେ ଏକ ପ୍ରସ୍ତାବ ଦେଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ବିଷୟରେ ଅଧିକାରୀମାନେ ଘର ମାଲିକଙ୍କ ସହ ଆଲୋଚନା କରୁଥିବାର ଜଣାପଡ଼ିଛି।
ଅଡ଼ରବଜାର ଓଡ଼ିଏନ୍ ଟକିଜ୍ ପଛପଟେ ଦୀର୍ଘଦିନ ହେଲା ଅମିତ୍ ଶର୍ମା ନାମକ ବ୍ୟକ୍ତି ଭଡ଼ାରେ ରହିଆସୁଛନ୍ତି। ତାଙ୍କ ବାପାଙ୍କ ଦେହ ଖରାପ ଥିବା କାରଣରୁ ସେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ କିଛିଦିନ ଚିକିତ୍ସା ପରେ ଗୁରୁବାର ଅପରାହ୍ନ ୨ଟା ସମୟରେ ଅମିତ ପରିବାର ସହ ବାଲେଶ୍ୱରସ୍ଥିତ ଭଡ଼ାଘରକୁ ଫେରିଥିଲେ। କରୋନା ଭୂତାଣୁ ସଂକ୍ରମଣ ଭୟରେ ଘର ମାଲିକ ସେମାନଙ୍କୁ ଘର ଭିତରେ ପଶିବାକୁ ଦେଇ ନ ଥିଲେ। ଅନ୍ୟତ୍ର ରହିବା ପାଇଁ କହିଥିଲେ।
Posted inଆମ ଜିଲା ଖବର, ବାଲେଶ୍ୱର View All

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ବିଭିନ୍ନ ସମସ୍ୟା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଧର୍ମଶାଳା,୮ା୬(ଡି.ଏନ.ଏ.)- ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡିଥିବାବେଳେ ଜନଅସନ୍ତୋଷ ଦେଖାଦେଇଛି। ଏ ନେଇ ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ...

ଶଟ୍ଡାଉନ୍ରେ ଚେକିଂ କଡ଼ାକଡ଼ି
ରାୟଗଡ଼ା ଅଫିସ, ୧।୫ରାୟଗଡ଼ାରେ କରୋନାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସପ୍ତାହାନ୍ତ ଶଟ୍ଡାଉନ୍ କରାଯାଉଛି। ଶନିବାର ସହରର କଲେଜ ରୋଡ୍, ମଝିଘରିଆଣି ମନ୍ଦିର ଛକ, କପିଳାସ...

ସଫେଇ କାମକୁ ନେଇ ଲଙ୍କାକାଣ୍ଡ ଘଟଣା: ୨ ମାମଲାରେ ୩ ଗିରଫ, ୩ ଜେଜେବିରେ ହାଜର
ବ୍ରହ୍ମପୁର ଅଫିସ ,୨।୧୨: ବ୍ରହ୍ମପୁର ମହାନଗର ନିଗମ( ବିଏମ୍ସି)ର ସଫେଇ କାମକୁ ନେଇ ୨ ଜମାଦାର ଗୋଷ୍ଠୀ ମଧ୍ୟରେ ସଙ୍ଗଠିତ ଲଙ୍କାକାଣ୍ଡ ଘଟଣାରେ ବଡ଼ବଜାର ପୋଲିସ...

ବ୍ରାଉନ ସୁଗାର ବ୍ୟବସାୟୀ କୋର୍ଟ ଚାଲାଣ
ଯାଜପୁର ରୋଡ,୨|୮(ନି.ପ୍ର୍ର)- ଯାଜପୁରପୁର ରୋଡ୍ ଗୋପବନ୍ଧୁ ନଗରର ନହକା ଛକଠାରେ ଗିରଫ ହୋଇଥିବା ୩ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ...

ପାଣି ପାଇଁ ଲୋକେ ଡହଳବିକଳ
ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ...

ପଥର ଖାଦାନରୁ ମିଳିଲା ସୂର୍ଯ୍ୟଙ୍କ ମୃତଦେହ
ଢେଙ୍କାନାଳ ଅଫିସ୍, ୨।୪: ନିଖୋଜ ହେବାର ୪ଦିନ ପରେ ଏକ ପଥରଖାଦାନରୁ ମିଳିଛି ଆଲାଏନ୍ସ ବ୍ରଡ୍ବ୍ୟାଣ୍ଡ୍ ଇଣ୍ଟରନେଟ୍ ପ୍ରୋଭାଇଡର ସୂର୍ଯ୍ୟନାରାୟଣ ତ୍ରିପାଠୀ (୩୬)ଙ୍କ କ୍ଷତାକ୍ତ ମୃତଦେହ।...

ସୌର ଆଲୋକରେ ଚମକିଲା ସୂର୍ଯ୍ୟମନ୍ଦିର
କୋଣାର୍କ,୨୬।୧(ଡି.ଏନ୍.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ସୌର ଆଲୋକରେ ଚମକି ଉଠିଛି। ମଙ୍ଗଳବାରଠାରୁ ସୂର୍ଯ୍ୟମନ୍ଦିର ସୈାର ଆଲୋକରେ ଆଲୋକିତ ହେଉଛି। ପ୍ରତି ସନ୍ଧ୍ୟାରୁ ରାତି ୧୦ଟା ପର୍ଯ୍ୟନ୍ତ ସୂର୍ଯ୍ୟ...

ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍, ୨୫ ଗୁରୁତର
ବଇଣ୍ଡା,୨୮।୭(ଡି.ଏନ୍.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ନାକଚିସ୍ଥିତ କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ...