ଭୁବନେଶ୍ୱରରେ କୋହଳ ହେବନି ବଜାର କଟକଣା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱରରୁ ୧୧ ଦିନ ହେବ କେହି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। କିନ୍ତୁ ଏବେବି ରାଜଧାନୀ ବିପଦ ଟଳି ନ ଥିବାରୁ ରେଡ୍‌ ଜୋନ୍‌ରେ ରହିଛି। ତେଣୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ଜୀବନକୁ ପୁଣି ଥରେ ବିପଦରେ ପକାଇବାକୁ ଚାହୁଁନାହିଁ। ଇତିମଧ୍ୟରେ ଦୋକାନ, ବଜାରକୁ ସର୍ତ୍ତମୂଳକ ଭାବେ ଖୋଲିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଭୁବନେଶ୍ୱରରେ ବର୍ତ୍ତମାନ ଏହା କୋହଳ ହେବ ନାହିଁ। ରାଜଧାନୀବାସୀ ଏହି ନିଷ୍ପତ୍ତିରେ ସହଯୋଗ କରନ୍ତୁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ରବିବାର କହିଛନ୍ତି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ବ୍ୟବସାୟରେ କୋହଳ କଟକଣା ନେଇ ସମସ୍ତ ନିଷ୍ପତ୍ତି ରାଜ୍ୟର ମହାନଗର ନିଗମ କମିଶନର ଓ ଜିଲାପାଳମାନେ ନେବେ ବୋଲି ଶନିବାର ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ। ବହୁ କଷ୍ଟ ପରେ ଭୁବନେଶ୍ୱରରେ କରୋନା ସଂକ୍ରମଣକୁ ରୋକିବାରେ ବିଏମ୍‌ସି ସକ୍ଷମ ହୋଇଛି। ତେଣୁ ଏହାକୁ ପରାସ୍ତ କରିବାକୁ ଭୁବନେଶ୍ୱରବାସୀଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ବିଏମ୍‌ସି କମିଶନର ଚୌଧାରୀ କହିଛନ୍ତି। ଭୁବନେଶ୍ୱରରେ କେଉଁ ଦୋକାନ ଖୋଲାଯିବ ଓ କେଉଁଟିକୁ ବନ୍ଦ ରଖାଯିବ ସେନେଇ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଥିଲେ। ଦୋକାନ ବଜାର ଖୋଲିବାକୁ ଏବେ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଥିଲା।

କଟକଣା ପରେ ବି ଖୋଲିଲେ
ଭୁବନେଶ୍ୱରରେ କଟକଣା କୋହଳ ହେବନାହିଁ ବୋଲି ବିଏମ୍‌ସି ପକ୍ଷରୁ ଅପରାହ୍ନରେ କୁହାଯାଇଛି। ପୂର୍ବରୁ କୌଣସି ଘୋଷଣା ହୋଇ ନ ଥିଲେ ମଧ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମୋବାଇଲ୍‌ ଓ ରିଚାର୍ଜ, ଚପଲ, ପାନ, ଜଳଖିଆ ଦୋକାନ ଆଦି ଖୋଲିଥିବା ଦେଖିବାକୁ ମିଳିଛି। ସାରା ଦେଶରେ କଟକଣା କୋହଳ ହୋଇଛି ସେଥିପାଇଁ ଦୋକାନ ବଜାର ଖୋଲିଛୁ ବୋଲି ବ୍ୟବସାୟୀମାନେ କହିଥିଲେ। ବିଏମ୍‌ସି ନିର୍ଦ୍ଦେଶକୁ ଏଠାରେ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି।

ଦୋକାନ ନ ଖୋଲିଲେ ଭୋକରେ ମରିବୁ
ଭୁବନେଶ୍ୱରରେ ଥିବା ପଞ୍ଜୀକୃତ ଉଠା ଦୋକାନୀମାନଙ୍କୁ ଘୋଷଣା କରାଯାଇଥିବା ସହାୟତା ରାଶି ଦିଆଯାଇନାହିଁ। ଦେଶରେ କଟକଣା କୋହଳ ହେବା ପରେ ବି ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ବିଏମ୍‌ସି ରୋକ୍‌ ଲଗାଇଛି। ଯାହା କିଛି ଥିଲା ସରିବାକୁ ବସିଲାଣି, ଯଦି ଦୋକାନ ନ ଖୋଲିବୁ ତାହା ହେଲେ ଭୋକରେ ମରିଯିବୁ।
– ନିରଞ୍ଜନ ସାହୁ, ୟୁନିଟ୍‌ ୨ ମାର୍କେଟ କମ୍ପ୍ଲେକ୍ସ ଉଠା ଦୋକାନୀ
ଲୋକଙ୍କୁ ନିୟନ୍ତ୍ରଣ କରିହୋଇ ନ ଥାନ୍ତା
ସଂକ୍ରମଣରୁ ବର୍ତ୍ତିବା ପାଇଁ ଭୁବନେଶ୍ୱରବାସୀ ରୋକ୍‌କୁ ମାନିବା ଦରକାର। ଯଦି ବ୍ୟବସାୟ କରିବାରେ କଟକଣା କୋହଳ ହୋଇଥାନ୍ତା, ତେବେ ଲୋକଙ୍କୁ ନିୟନ୍ତ୍ରଣ କରି ହୋଇ ନ ଥାନ୍ତା। ସେମାନେ ସାମାଜିକ ଦୂରତ୍ୱ ମାନି ନ ଥାନ୍ତେ।
– ସୁମିତ୍ରା ପ୍ରଧାନ, ଲେଡିଜ୍‌ କର୍ନର ବ୍ୟବସାୟୀ, ରସୁଲଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଟ୍ରାଜେଡିର ହେବ ସମୀକ୍ଷା, ବସିବ ଉଚ୍ଚସ୍ତରୀୟ ବୈଠକ: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୧୦।୨(ବ୍ୟୁରୋ): ଗଞ୍ଜାମ ଜିଲା ବ୍ରହ୍ମପୁରରେ ୧୧ କେଭି ବିଦ୍ୟୁତ ତାର ଲାଗି ୧୦ ଜଣ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୨ ଜଣ ଗୁରୁତର...

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା...

ଅନୁଗୋଳରେ ରେମଣ୍ଡର ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୯: ରେମଣ୍ଡର ନୂତନ ତଥା ଏକ୍ସକ୍ଲୁସିଭ୍‌ ଆଉଟ୍‌ଲେଟ୍‌ ନିକଟରେ ଅନୁଗୋଳର ଗାନ୍ଧୀ ମାର୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା...

୨୯ ସେପ୍ଟେମ୍ବରରୁ ୨ୟ ପ୍ରୋପ୍ୟାକ୍‌ ଓଡ଼ିଶା

ଭୁବନେଶ୍ୱର,୨୩।୭(ଅଭୟ ଦାଶ): ରାଜ୍ୟର ପ୍ରମୁଖ ଶିଳ୍ପ ସଂଗଠନ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ସଂଘ (ଓସ୍‌ମେ) ଓ ଫ୍ୟୁଚରେକ୍ସର ମିଳିତ ସହଯୋଗରେ ୨ୟ ପ୍ରୋପ୍ୟାକ୍‌...

ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକର ଏକ ଘରୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା ସୂଚନା। ତେବେ ତାଙ୍କୁ ୭ ଦିନ ଆଇସୋଲେଶନରେ...

ଜାତୀୟ ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଭୁଞ୍ଜିଆ ଦମ୍ପତି

ଭୁବନେଶ୍ୱର,୬।୧(ବ୍ୟୁରୋ): ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ନୂଆପଡ଼ା ଜିଲାର ଆଦିବାସୀ ଦମ୍ପତି। ରାଷ୍ଟ୍ରପତି ଭବନରୁ ଏନେଇ ନିମନ୍ତ୍ରଣ ପାଇବା ପରେ...

ଏଣିକି କଲେଜରେ ଦିଆଯିବ ଟିକା

ଭୁବନେଶ୍ୱର,୧୪।୭(ବ୍ୟୁରୋ): କଲେଜରେ ଦିଆଯିବ ଟିକା। ରାଜ୍ୟରେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଇଂଜିନିୟରିଂ କଲେଜ, ହଷ୍ଟେଲ ଏବଂ...

Advertisement
Archives

Model This Week