ଭିସୁଟ୍‌ରେ ଆନ୍ଦୋଳନ ମହଙ୍ଗା ପଡ଼ିଲା: ଅଧ୍ୟାପକ ବହିଷ୍କୃତ,୨ ନିଲମ୍ବିତ; ୧୫ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

ସମ୍ବଲପୁର,୧୧।୮(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଆନ୍ଦୋଳନ ଚଳାଇଥିବା ଅଧ୍ୟାପକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଚିଠି ନମ୍ବର ଏସଡିଟିଇ-ଟିଏଚଇ-(ଆଇଆଇ)-୦୦୨୮/୨୦୧୯-୩୮୩୭ ତାରିଖ ୯।୮।୨୦୧୯ ଅନୁଯାୟୀ ଅଧ୍ୟାପକ ସଂଘ ସଭାପତି ପୁଷ୍ପରାଜ ଦାସଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସମ୍ପାଦକ ପ୍ରଦୀପ ଦାସ ଓ ଉପସଭାପତି ପାଣ୍ଡବ ପାତ୍ରଙ୍କୁ ନିଲମ୍ବନ କରାଯାଇଛି। ଆନ୍ଦୋଳନରେ ସାମିଲ ଅନ୍ୟ ୧୫ ଜଣ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି।

ବିଶ୍ୱ ବିଦ୍ୟାଳୟ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା, ଅଧ୍ୟାପକଙ୍କୁ ପ୍ରଭାବିତ କରି ଆନ୍ଦୋଳନ କରିବା, କୁଳପତିଙ୍କ ବିରୋଧରେ ନାରାବାଜି କରିବା, ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ଯୋଗୁ ଶିକ୍ଷା ଅନୁଷ୍ଠାନର ଗରିମା ଉପରେ ତାର ପ୍ରଭାବ ପଡିଛି। ଆଡମିଶନ ସମୟରେ ଏଭଳି ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶିକ୍ଷାଦାନ ଓ ଖାତା ଦେଖା କାର୍ଯ୍ୟରେ ବାଧା ଦେବା ଭଳି କାରଣକୁ ଭିତ୍ତି କରି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୁଳାଧିପତିଙ୍କ ଏପରି କାର୍ଯ୍ୟାନୁଷ୍ଠାନ ପରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଭିସୁଟ୍‌ ପରିସରରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଜୁଲାଇ ୧୭ ତାରିଖଠାରୁ ଅଧ୍ୟାପକ ସଂଘ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶେଷ କରି କୁଳପତି ଅଟଳ ଚୌଧୁରୀଙ୍କୁ ହଟାଇବାକୁ ସେମାନେ ଦାବି କରି ଆସୁଥିଲେ। ଏହା ସହ ଡିନ୍‌ ଏକାଡେମିକ୍ସଙ୍କୁ ତାଙ୍କ ପଦରୁ ନିବୃତ୍ତ କରିବା, ଡ. ଏସ.ପି. ପାଣିଗ୍ରାହୀ ଓ ଡ. ରାକେଶ ମହାନ୍ତିଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯିବା, ପିଏଆର ଫର୍ମାଟରେ କରିଥିବା ପରିବର୍ତ୍ତନକୁ ପ୍ରତ୍ୟାହାର କରିବା, ପିଏଚ୍‌ଡି ସମ୍ମାନ ପାଇଁ ୟୁଜିସି ନିୟମ ପାଳନ କରିବା, ସର୍ବନିମ୍ନ ସୁବିଧା ଯୋଗାଇ ଦେବା, ଫାକଲ୍ଟି କାଉନସେଲିଂ ବିନା କୌଣସି ନିଷ୍ପତ୍ତି ନ ନେବା, ଷ୍ଟାଚ୍ୟୁଟୋରୀ ବଡି ବୈଠକରେ ଅଡିଓ ଓ ଭିଡିଓ ରେକର୍ଡ କରିବା, ଏକାଡେମିକ୍ସ ପ୍ରସଙ୍ଗରେ ପୁରାତନ ଛାତ୍ର ସଂଘ ମୁଣ୍ଡ ନ ପୂରାଇବା ଭଳି ଦାବି ରହିଥିଲା। ଏହି ସବୁ ଦାବି ଉପରେ ପ୍ରଶାସନିକସ୍ତରରେ ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରଥମେ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ। ହେଲେ ଅଧ୍ୟାପକ ସଂଘ ସମସ୍ତ ୧୦ ଦଫା ଦାବି ପୂରଣ ପାଇଁ ଜିଦ୍‌ ଧରିଥିଲା। କୁଳପତି ଅଟଳ ଚୌଧୁରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ସମସ୍ତ ଦାବି ପୂରଣ କରି ହେବ ନାହିଁ ବୋଲି ସେ କହିଥିଲେ। ଜୁଲାଇ ୨୪ ତାରିଖରେ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ସି.ଆର. ମହାପାତ୍ର, ଦକ୍ଷତା ବିଭାଗ ଯୁଗ୍ମସଚିବ ଅଜୟ କୁମାର ନାଏକ ଭିସୁଟ୍‌ରେ ପହଞ୍ଚି ରିପୋର୍ଟ ସଂଗ୍ରହ କରିଥିଲେ। କୁଳପତି ଚୌଧୁରୀ ଓ ଆନ୍ଦୋଳନ କରୁଥିବା ଅଧ୍ୟାପକମାନଙ୍କଠାରୁ ପୃଥକ ପୃଥକ ଭାବେ ରିପୋର୍ଟ ନେଇଥିଲେ। ଶେଷରେ ଏହି ରିପୋର୍ଟକୁ ଆଧାର କରି କୁଳାଧିପତିଙ୍କ କାର୍ଯ୍ୟାଳୟ ଆନ୍ଦୋଳନରତ ଅଧ୍ୟାପକଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଏ ନେଇ ସଂଘର ସମ୍ପାଦକ ପ୍ରଦୀପ ଦାସ କହିଛନ୍ତି, ଏପରି କାର୍ଯ୍ୟାନୁଷ୍ଠାନ ଅଗଣତାନ୍ତ୍ରିକ, ଆମକୁ କୌଣସି କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇନାହିଁ। ଗଣତନ୍ତ୍ରରେ ସ୍ବର ଉତ୍ତୋଳନ କରିବା ସମସ୍ତଙ୍କର ଅଧିକାର ରହିଛି। ଆମେ ପ୍ରଥମରୁ ଶୃଙ୍ଖଳିତ ଭାବେ ଆନ୍ଦୋଳନ ଚଳାଇ ଆସିଥିଲୁ। ତଥାପି ଆମମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାକେଜ ନାଁରେ ଭୁଅଁା ବୁଲାଉଛନ୍ତି

ପୁରୀ ଅଫିସ,୪ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ୭୫ମିଟର ପରିଧିରେ ଆସୁଥିବା ନିର୍ମାଣାଧୀନ କୋଠା ଭଙ୍ଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ...

ସାମାଜିକ ଦୂରତା ଉଲ୍ଲଂଘନ: ଛତ୍ରପୁରରେ ଗ୍ରୋସରୀ ଦୋକାନ ସିଲ୍‌

ଛତ୍ରପୁର,୧୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ସହର ବଜାର ମେନ୍‌ରୋଡରେ ଥିବା ସନ୍ତୋଷ ସେନାପତିଙ୍କ ଗ୍ରୋସରୀ ଦୋକାନକୁ ସୋମବାର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସାମାଜିକ...

ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପ୍ଲାଜମା ଥେରାପି ଆରମ୍ଭ ହେବ। ଭୁବନେଶ୍ୱରର ସମ୍‌, କିମ୍‌ସ ଓ କଟକ ଅଶ୍ୱିନୀରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ।...

ସଂକ୍ରମଣ ଭୟ ନ କରି କାମରେ ବ୍ୟସ୍ତ ପୌର କର୍ମଚାରୀ

ଖୋର୍ଦ୍ଧା ଅଫିସ,୫ା୪ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ...

ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଧର୍ମଶାଳା,୧୨।୯(ଡି.ଏନ୍‌.ଏ.): ଧର୍ମଶାଳା ଥାନା ଅନ୍ତର୍ଗତ ବଡ଼ମଙ୍ଗଳପୁର (ନାଉପାଳ) ଗ୍ରାମର ଜଣେ ବ୍ୟବସାୟୀ ବୁଧବାର ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଗାଡି ଡିକି ଭାଙ୍ଗି ଏକ...

ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ...

ବିଜୁବାବୁଙ୍କୁ କଟାକ୍ଷ: ବିଜେଡି-ଭାଜପା ମୁହାଁମୁହିଁ

ବାରିପଦା ଅଫିସ,୧୩ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ନେତ୍ରୀ ତଥା ମୟୂରଭଞ୍ଜ ଜିଲା ପରିଷଦ ଅଧ୍ୟକ୍ଷାଙ୍କ କଟାକ୍ଷ ନେଇ ମଙ୍ଗଳବାର ବିଜେଡି ଓ...

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୪।୧୨: ଗତ ୯ ମାସ ପରେ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ...

Advertisement


Archives

Model This Week