ଭିନ୍ନକ୍ଷମଙ୍କୁ ନେଇ ଅନୁଗୋଳରେ ଦଲାଲଙ୍କ ବେପାର: କାହାକୁ ମିଳୁଛି ମଜୁରି, କାହାକୁ ଦରମା

ଅନୁଗୋଳ ଅଫିସ, ୨୫।୧୦-ପାର୍ବଣ ବେଳେ ଭିଡ଼ରୁ ଭଲ ଆୟ କରିବା ଲକ୍ଷ୍ୟରେ କଲିକତାରୁ କିଛି ଦଲାଲ ଭିନ୍ନକ୍ଷମମାନଙ୍କୁ ଅନୁଗୋଳ ଆଣି ଭିକ୍ଷା ବେପାରରେ ଲଗାଇଛନ୍ତି। ଗତ ଲକ୍ଷ୍ମୀ ପୂଜା ବେଳେ ବିଭିନ୍ନ ସ୍ଥାନରେ ଏମାନଙ୍କୁ ବସାଇ ଦିନକୁ ହଜାର ହଜାର ଟଙ୍କା ରୋଜଗାର କରିଛନ୍ତି। ହେଲେ ଉକ୍ତ ରୋଜଗାରରୁ ମାତ୍ର କିଛି ଅର୍ଥ କାହାକୁ ମଜୁରି ଭାବେ ଦିଆଯାଇଛି ତ ଆଉ କାହାକୁ ମାସିକ ଦରମା ଭାବେ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
କଲିକତା ହୁଗୁଳି ଜିଲାର ପଣ୍ଡୁଆରୁ ଦୁଇଟି ଗ୍ରୁପ୍‌ରେ ଅନୁଗୋଳ ଆସିଥିଲେ ୮ ଜଣ ଭିନ୍ନକ୍ଷମ। ଗୋଟିଏ ଗ୍ରୁପ୍‌ରେ ୩ଜଣ ଥିବାବେଳେ ଅନ୍ୟ ଗ୍ରୁପ୍‌ରେ ୫ଜଣ ଥିଲେ। ଏମାନଙ୍କ ସହ ଅଛନ୍ତି ୧୦ ଜଣ ଦଲାଲ। ପାର୍ବଣର ଜନଗହଳି ସ୍ଥାନରେ ଚାଲିଥିଲା ଏମାନଙ୍କ ବ୍ୟବସାୟ। ଏହି ଭିନ୍ନକ୍ଷମମାନେ ରୋଜଗାର କରୁଥିବା ଅର୍ଥ ସିଧାସଳଖ ଦଲାଲ୍‌ଙ୍କ ପକେଟକୁ ଯାଇଛି। ଏପରି କି ଜଣେ ଜଣେ ଦିନକୁ ପାଖାପାଖି ଏକ ହଜାର ଟଙ୍କା ରୋଜଗାର କରିଥିବା ବେଳେ ସେମାନଙ୍କୁ ମିଳିଛି ମାତ୍ର ଦିନକୁ ୨ଶହରୁ ୩ଶହ ଟଙ୍କା, ତାହା ପୁଣି ବୟସ ଅନୁପାତରେ ବଣ୍ଟା ଯାଇଛି। ବିଳମ୍ବିତ ରାତିରେ ପୂଜା ଭିଡ଼ ଭାଙ୍ଗିବା ପରେ ଦଲାଲ୍‌ମାନେ ଭିନ୍ନକ୍ଷମମାନଙ୍କ ଠେଲାଗାଡ଼ିକୁ ଟାଣି ଟାଣି ଅନୁଗୋଳ ଷ୍ଟାଡିୟମ ବାହାରେ ପହଞ୍ଚୁଥିଲେ। ସେଠାରେ ଧଳା ଚାଦର ଘୋଡ଼ାଯାଇଥିବା ଏକ ସଂସ୍ଥାର ତମ୍ବୁତଳେ ରାତି ଭୋଜନ ଦେବା ପରେ ସକାଳୁ ପୁଣି ବେପାର ସ୍ଥାନରେ ଛାଡ଼ି ଦେଉଥିଲେ। ହୁଗୁଳିରୁ ଆସିଥିବା ଜଣେ ଭିନ୍ନକ୍ଷମ କହିଛନ୍ତି, ରୋଜଗାରର କିଛି ପନ୍ଥା ନାହିଁ। ଟଙ୍କା ଗଣି ମଧ୍ୟ ଜାଣିନାହିଁ। ମୋତେ ଦୁଇଓଳି ଖାଇବାକୁ ଦିଆଯାଉଥିବା ବେଳେ ମୋ ପରିବାର ଲୋକଙ୍କୁ ମାସିକ ଅଢ଼େଇ ହଜାର ଟଙ୍କା ଦିଆଯାଉଥିବା ଜାଣିଛି। ମଧ୍ୟାହ୍ନରେ ଜନଗହଳି ଥିଲେ ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇଥାଏ। ଏପରି କି ଦିନେ ଦିନେ ଖାଇବାକୁ ମଧ୍ୟ ମିଳି ନ ଥାଏ। ସେହିପରି ହୁଗୁଳିରୁ ୫ଜଣ ଭିନ୍ନକ୍ଷମଙ୍କୁ ଆଣିଥିବା ଦଲାଲ ଜଣଙ୍କ କହିଛନ୍ତି, ପାର୍ବଣ ସମୟରେ ଆମେମାନେ ବିଭନ୍ନ ସହରକୁ ଯାଇଥାଉ। ସେଠାରୁ ରୋଜଗାର ହେଉଥିବା ଟଙ୍କାରୁ ଆମକୁ କିଛି ମିଳିଥାଏ। ଆଉ ଭିନ୍ନକ୍ଷମମାନଙ୍କୁ ମାସକୁ ଦରମା ଆକାରରେ ଟଙ୍କା ଦିଆଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକ ରହିଛନ୍ତି। ଯେଉଁଠାରେ ପାର୍ବଣ ହୋଇଥାଏ ସେଠାରୁ ଫୋନ୍‌ ଆସିବା ପରେ ଟ୍ରେନ୍‌ ଓ ବସ୍‌ରେ ଭିନ୍ନକ୍ଷମଙ୍କୁ ନିଆଯାଇଥାଏ। ଫୋନ୍‌ କରିଥିବା ଲୋକକୁ ମଧ୍ୟ ବ୍ୟବସାୟ ଅନୁଯାୟୀ କିଛି କିଛି ଟଙ୍କା ଦିଆଯାଇଥାଏ ବୋଲି ସମ୍ପୃକ୍ତ ଦଲାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌: ଆକ୍ରାନ୍ତ ସଂଖ୍ୟା ୧୦୦ ଟପିଲା

କେନ୍ଦ୍ରାପଡ଼ା ଅଫିସ, ୧ା୬: କେନ୍ଦ୍ରାପଡ଼ା ଜିଲା ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।...

ସ୍ଥିତି ହରାଇଛି କୋଷ୍ଟକେନାଲ

ଭୋଗରାଇ, ୧୧ା୧୦: ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ପରିଚୟ ବହନ କରିଥିବା କୋଷ୍ଟ କେନାଲ ଏବେ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥିତି ହରାଇ ବସିଛି। ଦିନ ଥିଲା ଏହି...

୨୦ରୁ ରେଭେନ୍‌ଶାରେ ବିଜ୍ଞାନ ଓ ପରିବେଶ କଂଗ୍ରେସ

ଭୁବନେଶ୍ୱର,୧।୧୦ (ବ୍ୟୁରୋ): ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଆସନ୍ତା ୨୦ ତାରିଖରୁ ଦୁଇଦିନିଆ ୨୨ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା...

ଦନ୍ତା ଉତ୍ପାତରେ ବ୍ୟାପକ କ୍ଷତି

ବଡ଼ସାହି,୨୨ା୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ପଞ୍ଚାୟତ ଅଗାଶୋଳ ଗ୍ରାମର ୪ ଜଣ ଚାଷୀଙ୍କ ଧାନ କଳେଇକୁ ଦନ୍ତାହାତୀ ଖାଇବା ସହ ନଷ୍ଟ...

ସମର୍ଥନ ଅଧିକ, ବିରୋଧ କମ୍‌

କାଳିଆପାଣି,୨୩ା୧୨(ଡି.ଏନ.ଏ.): ସୁକିନ୍ଦା ତହସିଲ ଅଧୀନ ଟାଟାଷ୍ଟିଲ ମାଇନିଂ ଲିମିଟେଡ୍‌ର କମର୍ଦା ଓ ସାରୁଆବିଲ ଖଣିର ପରିବେଶ ମଞ୍ଜୁରୀ ପାଇଁ ବୁଧବାର ଏକ ଜନଶୁଣାଣି ଶିବିରି ଅନୁଷ୍ଠିତ...

ରାସଗୋବିନ୍ଦପୁରରେ ଥମୁନି ହାତୀ ଉପଦ୍ରବ

ରାସଗୋବିନ୍ଦପୁର,୧୪।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଏବେ ଧାନ ଅମଳ ଚାଲିଥିବା ବେଳେ ଝାଡଖଣ୍ଡରୁ ଆସିଥିବା ଶତାଧିକ ହାତୀ ଉପଦ୍ରବ ଚଳାଇଛନ୍ତି। ଏହି ହାତୀପଲ ସାରୁମଳା,...

ଚା’ ଦୋକାନରେ ଚଢ଼ାଉ କଲେ ତହସିଲଦାର

ଶେରଗଡ଼,୧୨ା୭(ଡି.ଏନ୍‌.ଏ.) : ଦିନକୁ ଦିନ ଗଞ୍ଜାମ ଜିଲା ଶେରଗଡ଼ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅଦ୍ୟାବଧି ବ୍ଲକର ୨୦ରୁ ଅଧିକ ଗ୍ରାମରେ ୪୫ଜଣ ଆକ୍ରାନ୍ତ ଚିହ୍ନଟ...

ମହାନଦୀରେ ଲୀନ ହେବାକୁ ବସିଛି ସିଦ୍ଧେଶ୍ୱର ପୀଠ

ନରାଜ,୧୩।୯(ଡି.ଏନ.ଏ) : ବାରଙ୍ଗ ଥାନା ଅନ୍ତର୍ଗତ ତଳଗଡ ଓ ନରାଜର ମଧ୍ୟସ୍ଥ ଭାଗର ପର୍ବତରେ ସିଦ୍ଧେଶ୍ୱର ମନ୍ଦିର ଅବସ୍ଥିତ। ହେଲେ ପ୍ରତ୍ନତତ୍ତ୍ୱ ଓ ଦେବୋତ୍ତର ବିଭାଗର...

Advertisement


Archives

Model This Week