ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି। ଏଥର କେନ୍ଦ୍ର ବଜେଟ୍‌ରେ ଭିତ୍ତିଭୂମି ଓ ବିକାଶ ପ୍ରତି ଅଗ୍ରାଧିକାର ଦିଆଯାଇଛି। ଏହା ଦେଶର ଆର୍ଥିକ ଅବସ୍ଥାକୁ ଅଧିକ ସୁଦୃଢ କରିପାରିବ। ବଜେଟ୍‌ରେ ହୋଟେଲ ବ୍ୟବସାୟ, କୃଷି ଉପତ୍ାଦନ, ବିଦ୍ୟୁତ୍‌ ଚାଳିତ ଯାନ ପାଇଁ ଜିଏସ୍‌ଟି କମାଇବାକୁ ପଦକ୍ଷେପ ନିଆଯାଇଛି। ଏହାର ପ୍ରଭାବ ଖୁବଶୀଘ୍ର ସବୁସ୍ତରରେ ଅନୁଭୂତ ହେବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର ବାଲେଶ୍ୱର ସର୍କିଟ୍‌ ହାଉସ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ବିଶିଷ୍ଟ କରିବା ପାଇଁ ଏବଂ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ପାଇଁ ବିଗତ ଦିନରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମ୍ମିଳନୀରେ ଉପସ୍ଥିତ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରକାଶ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ କହିଥିଲେ, ଚଳିତବର୍ଷ ବଜେଟ୍‌ରେ ଉପସ୍ଥାପନା ହୋଇଥିବା ନୀତି, ନିୟମ ଓ ଜିଏସ୍‌ଟି ହାର କମ୍‌ କରାଯିବା ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପଦ୍ୟୋଗୀମାନଙ୍କ ଲାଗି ସହାୟକ ହେବ। ବ୍ୟାଙ୍କ ଋଣର ଏକ ପ୍ରମୁଖ ଭାଗ ୨୦ହଜାର କୋଟି ଟଙ୍କା ଗରିବ, ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତଙ୍କ ପାଇଁ ଗୃହ ଋଣ ଆଦି ଯୋଜନାରେ ବିନିଯୋଗ ହେବ। ଏଭଳି ଆର୍ଥିକ ଗତିବିଧି ଦେଶର ବଜାରକୁ ମଜଭୁତ୍‌ କରିବ। ଦେଶର ଜିଏସ୍‌ଟି ବ୍ୟବସ୍ଥାକୁ ମଧ୍ୟ ସରଳୀକୃତ କରାଯାଇଛି। କୃଷି ଉପତ୍ାଦ ଯଥା ଡାଲି, ଚାଉଳ, ଚା’, କଫି, ପନିପରିବା ଆଦିକୁ ପଣ୍ୟାଗାରରେ ସଂରକ୍ଷଣ କରିବା କ୍ଷେତ୍ରରେ ଜିଏସ୍‌ଟି ପର୍ଯ୍ୟାୟକ୍ରମେ ହ୍ରାସ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ବିଦ୍ୟୁତ ଚାଳିତ ବାହନ କ୍ରୟରେ ଜିଏସ୍‌ଟି ହାର ୧୨%ରୁ ୫%କୁ ହ୍ରାସ କରାଯାଇଥିବା ବେଳେ ଇଲେକ୍ଟ୍ରି ଯାନ ଚାର୍ଜର ଏବଂ ଚାର୍ଜିଂ ପଏଣ୍ଟ ଉପରେ ଟିକସକୁ ୧୮ରୁ ୫%କୁ କମ୍‌ କରାଯାଇଛି। ୧.୫କୋଟି ଟଙ୍କାରୁ କମ୍‌ ବେପାର କରୁଥିବା ଖୁଚୁରା ବେପାରୀମାନଙ୍କୁ ସ୍ବେଚ୍ଛାକୃତ ପେନସନ ଯୋଜନାରେ ସାମିଲ କରାଯାଇଛି। ଚଳିତ ବଜେଟର ଭିତ୍ତିଭୂମି ବିକାଶକୁ ଅଧିକ ପ୍ରାଥମିକତା ଦିଆଯାଇଛି। ଆଗାମୀ ୫ ବର୍ଷରେ ୧୦୦ଲକ୍ଷ କୋଟି ଟଙ୍କାର ପୁଞ୍ଜି ଭିତ୍ତିଭୂମି ବିକାଶ ଯଥା, ରାସ୍ତା, ରେଳ, ଜଳ ଓ ଆକାଶପଥରେ ସଂଯୋଗ ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ବିନିଯୋଗ ହେବ। ଏହା ତୃଣମୂଳସ୍ତରରେ ଅର୍ଥନୀତିକୁ ମଜଭୁତ କରିବ। ଏବେ ଆମେରିକା ଓ ଚାଇନାର ବ୍ୟବସାୟିକ ଲଢ଼େଇ, ୟୁଏଇ ଭଳି ଦେଶରେ ବଡ଼ ତୈଳ ପ୍ରତିଷ୍ଠାନ ଉପରେ ଆକ୍ରମଣ ଭଳି ଘଟଣାରୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଆସିଛି। ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୀତିର ସୁପ୍ରବନ୍ଧନ ଯୋଗୁ ଭାରତର ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଦେଶରେ ସାଧାରଣ ଗରିବ ଲୋକଙ୍କ ଦୈନନ୍ଦିନ ଆବଶ୍ୟକ ଦ୍ରବ୍ୟ ଡାଲି, ଚାଉଳ, ତେଲ ମୂଲ୍ୟ ସ୍ଥିର ରଖିବାରେ ମୋଦି ସଫଳ ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଉପସଭାପତି ପର୍ଶୁରାମ ବେହେରା, ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ବଡ଼ସାହି ବିଧାୟକ ସନାତନ ବିଜୁଳି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର୍ର ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜୟନାରାୟଣ ମହାନ୍ତି, ଅଂଶୁମାନ ମହାନ୍ତି, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ଜିଲା ମିଡ଼ିଆ ସଂଯୋଜକ ଗୌରାଙ୍ଗ ଦାସ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଶିଶୁ ଜନ୍ମ ପରେ ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା: ଜିଲାପାଳଙ୍କ ଅଫିସ ଘେରିଲା ଭାଜପା ଯୁବ ମୋର୍ଚ୍ଚା

ଫୁଲବାଣୀ ଅଫିସ, ୧୭ା୧୦: ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ରାଙ୍ଗାପାଜୁ ଆଶ୍ରମ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ମୃତପିଲା ଜନ୍ମ ଦେବା ଓ ପରେ ତାଙ୍କର...

ଛାତ୍ରଙ୍କୁ ମାଡ଼ମାରି ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ଘଟଣା : ୨ ଅଭିଯୁକ୍ତ ଗିରଫ

ଖଲିକୋଟ,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟସ୍ଥିତ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ପ୍ରମୋଦ କୁମାର ଶବରଙ୍କୁ ବୁଧବାର ଅପରାହ୍ନରେ ଖଲିକୋଟ ବଜାର...

୩ ଶିଶୁ ଶ୍ରମିକ ଉଦ୍ଧାର

କୋରେଇ,୧୨।୮(ସ୍ବ.ପ୍ର.):  ପରୀ ୩ କାର୍ଯ୍ୟକ୍ରମ ମାଧ୍ୟମରେ କୋରେଇ ପୋଲିସ ରବିବାର ୩ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।...

୨ ଟ୍ରକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ପାଲଲହଡା,୬।୮ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ୧୪୯ ନଂ. ଜାତୀୟ ରାଜପଥ ବରମାଇଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ୨ ଟ୍ରକ...

କମୁଛି ଲୁଣା ନଦୀର ଜଳସ୍ତର

କେନ୍ଦ୍ରାପଡ଼ା ଅଫିସ, ୨।୪: ଗତ ଡିସେମ୍ବରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣା ନଦୀର ଜଳସ୍ତର କମିବାରେ ଲାଗିଛି ା ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳର...

ସୁନ୍ଦରଗଡ଼ ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ଼,୧୨ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ରବିବାର ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପାଣ୍ଡିଆନ...

ଜୁନ୍‌ ୩୦ ଯାଏ ଗଞ୍ଜାମ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌: ମଧ୍ୟାହ୍ନ ୧୨ଟାରୁ ପରେ ଘରୁ ନ ବାହାରିବାକୁ ଜିଲାପାଳଙ୍କ ପରାମର୍ଶ

ଛତ୍ରପୁର,୧୪।୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ ଗୋଟିଏ ପଟେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଅପରପକ୍ଷେ କେତେକ ଲୋକ ଏବେ ବି ମାସ୍କ ପିନ୍ଧୁ ନ...

ନାବାଳିକା ଗାଧୋଇବା ବେଳେ ଭିଡିଓ ରେକର୍ଡିଂ କରି ଯୁବକ ଗିରଫ

ବାରିପଦା ଅଫିସ,୧୪।୮: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଗାଧୁଆ ସମୟର ଦୃଶ୍ୟ ମୋବାଇଲରେ ରେକର୍ଡିଂ କରି ଜଣେ ଯୁବକ ଗିରଫ...

Advertisement
Archives

Model This Week